ଅଲିମ୍ପିକ୍ସ ଟିକେଟ୍ ନେଇ ଓଡ଼ିଶା ଫେରିଲେ ଦୂତୀ : ଦୌଡ଼ ରାଣୀଙ୍କୁ ନିଜ ରାଜ୍ୟରେ ସମ୍ବର୍ଦ୍ଧନା

ଅଲିମ୍ପିକ୍ସ ଟିକେଟ୍ ନେଇ ଓଡ଼ିଶା ଫେରିଲେ ଦୂତୀ

ଭୁବନେଶ୍ବର: ଅଲିମ୍ପିକ୍ସ ଟିକେଟ୍ ପାଇବା ପରେ ଓଡ଼ିଶା ଫେରିଛନ୍ତି ଓଡ଼ିଆ ଦୌଡ଼ ରାଣୀ ଦୂତୀ ଚାନ୍ଦ। ଆଜି କିଟ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଏଥିରେ କିଟ୍‌ ଓ କିସର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, ରାଜ୍ୟ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତୀ ବେହେରା ସାମିଲ ହୋଇ ଦୂତୀଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ୧୦୦ ଓ ୨୦୦ ମିଟର ମହିଳା ବର୍ଗ ଦୌଡ଼ରେ ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନ କରିଛନ୍ତି ଦୂତୀ। ଅଲିମ୍ପିକ୍ସ ଯୋଗ୍ୟତାର ୧୦୦ ମିଟର ଦୌଡ଼ରେ ଦୂତୀଙ୍କ ରାଙ୍କ୍ ବିଶ୍ୱରେ ୪୪ ଓ ୨୦୦ ମିଟର ଦୌଡ଼ରେ ୫୧ ରହିଛି। ଏହାକୁ ଆଧାର କରି ତାଙ୍କୁ ଟୋକିଓ ଟିକେଟ ମିଳିଛି। ଟୋକିଓରେ ଦୌଡ଼ି ପଦକ ଆଣିବା ପାଇଁ ଆଶା ରଖିଛନ୍ତି ଦୂତୀ। ଏଥିପାଇଁ ରାଜ୍ୟ ଓ ଦେଶବାସୀଙ୍କ ଆଶୀର୍ବାଦ କାମନା କରିଛନ୍ତି ସେ। ୨୦୧୬ ରିଓ ଅଲିମ୍ପିକ୍ସ ପାଇଁ ପ୍ରଥମେ ଯୋଗ୍ୟତା ଅର୍ଜନ କରି ଦେଶରେ ଚର୍ଚ୍ଚାକୁ ଆସିଥିଲେ ଦୂତୀ। ଏଥର ଆହୁରି ଅଧିକ ଭଲ ପ୍ରଦର୍ଶନ ସହିତ ଦୂତୀ ଅଲିମ୍ପିକ୍ସରେ ଦେଶ ପାଇଁ ଗୌରବ ଆଣିବେ ବୋଲି ଆଶା କରାଯାଉଛି।

Share Now:

Kalinga News Beuro

Next Post

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ବର୍ଷା ସମ୍ଭାବନା

Sun Jul 4 , 2021
ଭୁବନେଶ୍ବର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କେତେକ ଜିଲ୍ଳାର କିଛି ସ୍ଥାନରେ ବଜ୍ରପାତ ସହ ବର୍ଷା ସମ୍ଭାବନା ରହିିଛି। ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ ରହିଛି ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍‌ସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ବୌଦ୍ଧ, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, କୋରାପୁଟ, ସୁନ୍ଦରଗଡ଼, ଝାରସୁଗୁଡ଼ା ଏବଂ ନବରଙ୍ଗପୁର। ଏ ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ […]
ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୫ ଜିଲ୍ଲାରେ ପ୍ରବଳ ବର୍ଷା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial