ଭୁବନେଶ୍ୱରରେ ଓଡ଼ିଶା କ୍ରିକେଟ୍ ଦଳର ନୂଆ କୋଚ୍ ୱାସିମ ଜାଫର

ଭୁବନେଶ୍ୱରରେ ୱାସିମ ଜାଫର

ଭୁବନେଶ୍ୱର: ଭୁବନେଶ୍ୱରରେ ୱାସିମ ଜାଫର। ଓଡ଼ିଶା କ୍ରିକେଟ ଦଳର କୋଚ୍ ଭାବେ ନୂଆ ଦାୟିତ୍ୱ ପାଇଥିବା ୱାସିମ ଓଡ଼ିଶାରେ ପହଞ୍ଚିଛନ୍ତି। ଏହି ପୂର୍ବତନ ଭାରତୀୟ ଖେଳାଳି ଓଡ଼ିଶାରେ ପହଞ୍ଚିବା ପରେ କହିଛନ୍ତି, ଏହି ଦାୟିତ୍ୱ ମୋ ପାଇଁ ସୌଭାଗ୍ୟ। ଓଡ଼ିଶାରେ ଭଲ ପ୍ରତିଭା ଅଛନ୍ତି, ସଠିକ ଦିଗରେ ଯିବାକୁ ଚେଷ୍ଟା କରିବୁ। ଫଳାଫଳ ଭଲ ମିଳିବ ବୋଲି ଆଶା ବାନ୍ଧିଛନ୍ତି ୱାସିମ।
ଏହାଛଡା ନିଜେ ଯେହେତୁ ବ୍ୟାଟ୍ସମ୍ୟାନ ଥିଲେ ତେଣୁ ଓଡ଼ିଶାର ବ୍ୟାଟ୍ସମ୍ୟାନଙ୍କୁ ଫାଇଦା ମିଳିବ। ଏପରିକି ବୋଲିଂ ଓ ଫିଲ୍ଡିଂରେ ମଧ୍ୟ ଦଳକୁ ଆହୁରି ଶକ୍ତିଶାଳୀ କରିବୁ ବୋଲି କହିଛନ୍ତି ୱାସିମ। ଓଡ଼ିଶା କ୍ରିକେଟ ଓ ଓଡ଼ିଶା ଖେଳାଳିଙ୍କୁ ଉପରକୁ ନେବାକୁ ଚେଷ୍ଟା କରିବି। କାଲି ଠାରୁ ଅଭ୍ୟାସ ଜାରି ରହିବ, ୩ରୁ ୪ ସପ୍ତାହ ଟ୍ରେନିଂ ଚାଲିବ। ଏହାସହ ଓଡ଼ିଶାର ଖେଳାଳିଙ୍କୁ ଜାତୀୟସ୍ତରରେ ପହଞ୍ଚାଇବାକୁ ଚେଷ୍ଟା କରିବି ବୋଲି କହିଛନ୍ତି ୱାସିମ। ଆଇପିଏଲ ଉପରେ ସମସ୍ତଙ୍କର ନଜର ରହୁଥିବାରୁ ଓଡ଼ିଶା ଖେଳାଳି କିଭଳି ଏହି ଟୁର୍ଣ୍ଣାମେଣ୍ଟରେ ସ୍ଥାନ ପାଇବେ ସେ ଦିଗରେ ଚେଷ୍ଟା କରିବେ ବୋଲି କହିଛନ୍ତି ୱାସିମ।

Share Now:

Kalinga News Beuro

Next Post

ଲଘୁଚାପ ପ୍ରଭାବରୁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା : ୯ଟି ଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ ଜାରି

Fri Jul 23 , 2021
ଭୁବନେଶ୍ବର : ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଗତକାଲି ସୃଷ୍ଚି ହୋଇଥିବା ଲଘୁଚାପ କ୍ଷେତ୍ର ଆଜି ଆହୁରି ଘନୀଭୂତ ହୋଇ ଏକ ଓ୍ବେଲମାର୍କଡ୍ ବା ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହାର କିଛି ଅଂଶ ଏବେ ସମୁଦ୍ରରେ ଓ ଆଉ କିଛି ଅଂଶ ଓଡ଼ିଶା, ପଶ୍ଚିମବଙ୍ଗ ଓ ଛତିଶଗଡ଼ ଉପରେ ରହିଛି। ଆସନ୍ତା ୪୮ ଘଣ୍ଟାରେ ଏହା ଉତ୍ତରପଶ୍ଚିମ ଦିଗରେ ଗତି କରି […]
ଲଘୁଚାପ ପ୍ରଭାବରୁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial