ପୁଣି ଥରେ କରୋନା ସଂକ୍ରମିତ ହେଲେ ଭାରତର ପ୍ରଥମ କରୋନା ଆକ୍ରାନ୍ତ

ଭାରତର ପ୍ରଥମ କରୋନା ଆକ୍ରାନ୍ତ

ତିରୁଅନନ୍ତପୁରମ୍ : ଗତ ବର୍ଷ ଜାନୁଆରି ୩୦ରେ ଦେଶର ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲା। ଚୀନର ଉହାନରେ ଡାକ୍ତରୀ ପାଠ ପଢୁଥିବା କେରଳର ଜଣେ ଛାତ୍ରୀ ଭାରତ ଫେରିବା ପରେ ସେ କରୋନା ସଂକ୍ରମିତ ଥିବା ଜଣାପଡ଼ିଥିଲା। ପ୍ରାୟ ଦେଢ ବର୍ଷ ପରେ ସେ ପୁଣି ଥରେ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ ସେ ଦିଲ୍ଲୀ ଯିବାକୁ ଚାହୁଁଥିବାବେଳେ ସରକାରୀ ନିୟମ ଅନୁସାରେ ତା’ପୂର୍ବରୁ କରୋନା ପରୀକ୍ଷା କରାଇଥିଲେ। ଉକ୍ତ ପରୀକ୍ଷାରୁ ସେ କରୋନା ପଜିଟିଭ ଥିବା ଜଣାପଡ଼ିଛି। ତେବେ ତାଙ୍କ ଶରୀରେ କୌଣସି ଲକ୍ଷଣ ନାହିଁ, ଏଣୁ ଚିନ୍ତାର କୌଣସି କାରଣ ନାହିଁ ବୋଲି ଡାକ୍ତରମାନେ କହିଛନ୍ତି। ସେ ମଧ୍ୟ ଏପର୍ଯ୍ୟନ୍ତ କୌଣସି କରୋନା ଟିକା ନେଇ ନଥିବା ଜଣାପଡ଼ିଛି। ଚୀନର ଉହାନ ବିଶ୍ବ ବିଦ୍ୟାଳୟରେ ଡାକ୍ତରୀ ପଢୁଥିବା ଉକ୍ତ ଛାତ୍ରୀ ଗତ ବର୍ଷ ଜାନୁଆରି ୩୦ରେ ଭାରତ ଆସିବା ପରେ ଆଉ ଉହାନ ଫେରିନାହାନ୍ତି। ଅନଲାଇନରେ ସେ ନିଜର ପାଠ ପଢୁଛନ୍ତି। ସ୍ଥିତି ସୁଧୁରିଲେ ପୁଣି ଥରେ ଉହାନ ଫେରିବାକୁ ସେ ଲକ୍ଷ୍ୟ ରଖିଛନ୍ତି।

Share Now:

Kalinga News Beuro

Next Post

ବିଏମ୍‌ସିର ଅଜବ ନିୟମ : ରାଜଧାନୀ ବାସିନ୍ଦା ହୋଇନଥିଲେ ଟିକା ନାହିଁ

Tue Jul 13 , 2021
୧୦ଲକ୍ଷ ଲୋକ ନେଲେ ପ୍ରଥମ ଡୋଜ୍ ଭୁବନେଶ୍ବର : ରାଜଧାନୀରେ ଟିକାକରଣର ଆଜି ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି। ସୋମବାର ସୁଦ୍ଧା ୧୫ଲକ୍ଷ ୪୩ହଜାର ୪୩୮ ଡୋଜ୍ ଦିଆଯାଇଥିବାବେଳେ ଏଥିରେ ୧୦ଲକ୍ଷ ୨୬୫ଜଣଙ୍କୁ ପ୍ରଥମ ଡୋଜ୍ ଟିକା ଦିଆଯାଇଛି। ଏଥିରୁ ୫ଲକ୍ଷ ୪୩ହଜାର ୧୭୩ଜଣ ଦ୍ବିତୀୟ ଡୋଜ୍ ଟିକା ନେଇଛନ୍ତି। ହେଲେ ଏବେ ଟିକାକରଣ ବ୍ୟବସ୍ଥାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଲାଣି। କାରଣ ବିଏମ୍‌ସି କର୍ତ୍ତୃପକ୍ଷ ନିୟମ କରି […]
ରାଜଧାନୀ ବାସିନ୍ଦା ହୋଇନଥିଲେ ଟିକା ନାହିଁ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial