୨୦ବର୍ଷ ପରେ ପୁଣିଥରେ ଆମେରିକାରେ ‘ମଙ୍କିପକ୍ସ’ ଭୂତାଣୁ ଚିହ୍ନଟ

‘ମଙ୍କିପକ୍ସ’ ଭୂତାଣୁ ଚିହ୍ନଟ

କରୋନା ଭଳି ନିଶ୍ୱାସରେ ଶରୀରକୁ କରିଥାଏ ପ୍ରବେଶ

ନୂଆଦିଲ୍ଲୀ: ପ୍ରାୟ ଦୁଇ ଦଶନ୍ଧି ପରେ ପ୍ରଥମ ଥର ପାଇଁ ଆମେରିକାର ଟେକ୍ସାସରେ ଜଣେ ବ୍ୟକ୍ତି ‘ମଙ୍କିପକ୍ସ’ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି। ଏହି ଭୂତାଣୁ ଏତେ ପ୍ରଭାବୀ ହୋଇନଥିଲେ ମଧ୍ୟ ଏହା ଜଣଙ୍କଠାରୁ ଆଉ ଜଣଙ୍କୁ ବ୍ୟାପିବାର ଆଶଙ୍କା ରହିଛି। ସାରା ବିଶ୍ୱ ଏବେ କରୋନା ଭଳି ଭୂତାଣୁ ସହ ଲଢ଼ୁଥିବା ବେଳେ ‘ମଙ୍କିପକ୍ସ’କୁ ନେଇ ଏବେ ଲୋକଙ୍କ ଚିନ୍ତା ବଢିଛି। ‘ମଙ୍କିପକ୍ସ’ ଦ୍ୱାରା ଆକ୍ରାନ୍ତ ହୋଇଥିବା ରୋଗୀ ଜଣେ ଆମେରିକୀୟ ବାସିନ୍ଦା, ଯିଏ କିଛି ଦିନ ପୂର୍ବରୁ ନାଇଜେରିଆରୁ ଫେରିଥିଲେ। ଏବେ ନାଇଜେରିଆରୁ ଟେକ୍ସାସ ଆସିବା ବାଟରେ ତାଙ୍କ ସଂସ୍ପର୍ଶରେ କିଏ କିଏ ଆସିଛନ୍ତି, ସେ ନେଇ ସନ୍ଧାନ ଆରମ୍ଭ ହୋଇଛି। କରୋନା ଭୂତାଣୁ ଭଳି ‘ମଙ୍କିପକ୍ସ’ ଭୂତାଣୁ ମଧ୍ୟ ନିଶ୍ୱାସ ମାଧ୍ୟମରେ ଶରୀରକୁ ଯିବାର ଆଶଙ୍କା ରହିଛି। ହେଲେ କରୋନା ପାଇଁ ସମସ୍ତେ ବିମାନରେ ମାସ୍କ ପିନ୍ଧିଥିବାରୁ ‘ମଙ୍କିପକ୍ସ’ ଭୂତାଣୁ କାହା ଶରୀରକୁ ପ୍ରବେଶ କରିପାରିନଥିବ ବୋଲି ଆସ କରୁଛନ୍ତି ରୋଗ ନିୟନ୍ତ୍ରଣ ଏବଂ ପ୍ରତିରୋଧ କେନ୍ଦ୍ର (ସିଡିସି)। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (‘ହୁ’) ଅନୁଯାୟୀ ‘ମଙ୍କିପକ୍ସ’ ଏକ ବିରଳ ରୋଗ, ଯାହା ମଧ୍ୟ ଏବଂ ପଶ୍ଚିମ ଆଫ୍ରିକାର ଦୁର୍ଗମ ଅଞ୍ଚଳରେ ଦେଖାଯାଏ। ଏହି ଭୂତାଣୁ ପଶୁମାନଙ୍କ ଶରୀରରେ ବାସ କରନ୍ତି। କିନ୍ତୁ ଏହା ବେଳେବେଳେ ପଶୁମାନଙ୍କଠାରୁ ମଣିଷଙ୍କ ଶରୀରକୁ ଆସିଯାଇଥାଏ। ଏହା ପୂର୍ବରୁ ୨୦୦୩ରେ ଆମେରିକାରେ ‘ମଙ୍କିପକ୍ସ’ ଦ୍ୱାରା ୪୭ଜଣ ଆକ୍ରାନ୍ତ ହୋଇଥିଲେ।

Share Now:

Kalinga News Beuro

Next Post

ତୃତୀୟ ଲହର ପାଇଁ ଆମେ ପ୍ରସ୍ତୁତ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

Sat Jul 17 , 2021
ଭୁବନେଶ୍ୱର: କରୋନା ନେଇ ଭାରତ ସରକାରଙ୍କ ପୂର୍ବପ୍ରସ୍ତୁତି ସ୍ୱାଗତଯୋଗ୍ୟ। ବିଶ୍ୱରେ କିଛି ଦେଶର ସଂକ୍ରମଣ ହାର ବଢୁଛି। ଯଦିଓ ଗୁରୁତର ରୋଗୀଙ୍କ ସଂଖ୍ୟା କମ ରହୁଛି କିନ୍ତୁ ସଂକ୍ରମଣ ବଢୁଛି। ଆମେ ପୂର୍ବରୁ ବି ଦେଖିଛେ ଗୋଟିଏ ଲହର ୩ରୁ ୪ ମାସ ରହୁଛି। ସେଥିପାଇଁ ତାକୁ ଦୃଷ୍ଟିରେ ରଖି ସଜାଗ ରହିବାକୁ ପଡ଼ିବ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି। ସେ କହିଛନ୍ତି, ସଜାଗ କହିଲେ ସ୍ୱାସ୍ଥ୍ୟ […]
ତୃତୀୟ ଲହର ପାଇଁ ଆମେ ପ୍ରସ୍ତୁତ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial