୧୩ବର୍ଷ ବୟସରେ ଟୋକିଓ ଅଲମ୍ପିକରେ ସୁନା ମେଡାଲ ଜିତିଲେ ବାଳିକା

୧୩ବର୍ଷ ବୟସରେ ଅଲମ୍ପିକରେ ସୁନା ମେଡାଲ

ଟୋକିଓ: ଜାପାନର ୧୩ବର୍ଷ ବାଳିକା ଟୋକିଓ ଅଲମ୍ପିକରେ ପ୍ରଥମ ମହିଳା ସ୍କେଟ ବୋର୍ଡିଂ ଚମ୍ପିୟନ ହେବା ଦେଶ ପାଇଁ ଗୋଲ୍ଡ ମେଡାଲ ଜିତିଛନ୍ତି। ନିଶିୟା ମୋମିଜିଙ୍କ ଏହି ସଫଳତା ପାଇଁ ବିଭିନ୍ନ ଆଡୁ ତାଙ୍କ ପାଖକୁ ପ୍ରଶଂସାର ସୁଅ ଛୁଟି ଆସୁଛି। ନିଶିୟା ମାତ୍ର ୧୩ବର୍ଷ ୩୩୦ଦିନରେ ନିଶିଆ ଦେଶ ପାଇଁ ଗୌରିବ ଆଣିଛନ୍ତି। ସେ ୧୫.୨୬ ସ୍କୋର କରି ବିଜୟୀ ହୋଇଥିଲେ। ପ୍ରଥମଥର ଟୋକିଓ ଅଲମ୍ପିକରେ ସ୍କେଟ ବୋର୍ଡିଂ ଖେଳକୁ ସାମିଲ କରାଯାଇଛି। ବ୍ରାଜିଲର ୧୩ବର୍ଷ ବୟସ୍କା ରିସେ ଲିଲ ୧୪.୬୪ ସ୍କୋର କରି ସିଲଭର ମେଡାଲ ହାସଲ କରିଥିବା ବେଳେ ୧୪.୪୯ ସ୍କୋର କରି ବ୍ରୋଞ୍ଜ ମେଡାଲ ୧୬ବର୍ଷର ନାୟାକାମା ଫୁନାଙ୍କୁ ମିଳିଛି। ଏହି ପ୍ରତିଯୋଗିତାରେ ଫାଇନାଲରେ ଅଧାରୁ ଅଧିକ ଖେଳାଳିଙ୍କ ବୟସ ୧୬ବର୍ଷରୁ କମ୍ ଥିବା କୁହାଯାଉଛି।

Share Now:

Kalinga News Beuro

Next Post

ଦୁର୍ଦ୍ଦାନ୍ତ ନକ୍ସଲ ଟାଇଗର ହୁଙ୍ଗା ଗିରଫ : ଆଣ୍ଟି ଲ୍ୟାଣ୍ଡମାଇନ ଗାଡ଼ି ଉଡ଼ାଇବାରେ ମାହିର

Mon Jul 26 , 2021
ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ସୁକମା ପୁଲିସକୁ ମିଳିଛି ବଡ ସଫଳତା। କିଷ୍ଟରାମ ଅଞ୍ଚଳରେ ଲୋକଙ୍କ ନିଦ ହଜାଇଥିବା ଦୁର୍ଦ୍ଦାନ୍ତ ନକ୍ସଲ କିଶୋର ଓରଫ ଟାଇଗର ହୁଙ୍ଗାକୁ ପୁଲିସ ଗିରଫ କରିବାରେ ସଫଳ ହୋଇଛି। ପ୍ରତିଦିନ ଭଳି ଗତକାଲି ମଧ୍ୟ ଜିଲ୍ଲା ପୁଲିସ ସମେତ ସିଆରପିଏଫ,ଡିଆରଜି ଯବାନ କିଷ୍ଟରାମ ଥାନା ଅଞ୍ଚଳରେ କମ୍ବିଂ କରୁଥିଲେ। ତେବେ ଜଙ୍ଗଲରେ ଟାଇଗର ହୁଙ୍ଗା ଲୁଚି ରହିଥିବା ଗୁଇନ୍ଦା ସୂଚନା ପାଇବା […]
ଟାଇଗର ହୁଙ୍ଗା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial