ଦୁର୍ଦ୍ଦାନ୍ତ ନକ୍ସଲ ଟାଇଗର ହୁଙ୍ଗା ଗିରଫ : ଆଣ୍ଟି ଲ୍ୟାଣ୍ଡମାଇନ ଗାଡ଼ି ଉଡ଼ାଇବାରେ ମାହିର

ଟାଇଗର ହୁଙ୍ଗା

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ସୁକମା ପୁଲିସକୁ ମିଳିଛି ବଡ ସଫଳତା। କିଷ୍ଟରାମ ଅଞ୍ଚଳରେ ଲୋକଙ୍କ ନିଦ ହଜାଇଥିବା ଦୁର୍ଦ୍ଦାନ୍ତ ନକ୍ସଲ କିଶୋର ଓରଫ ଟାଇଗର ହୁଙ୍ଗାକୁ ପୁଲିସ ଗିରଫ କରିବାରେ ସଫଳ ହୋଇଛି। ପ୍ରତିଦିନ ଭଳି ଗତକାଲି ମଧ୍ୟ ଜିଲ୍ଲା ପୁଲିସ ସମେତ ସିଆରପିଏଫ,ଡିଆରଜି ଯବାନ କିଷ୍ଟରାମ ଥାନା ଅଞ୍ଚଳରେ କମ୍ବିଂ କରୁଥିଲେ। ତେବେ ଜଙ୍ଗଲରେ ଟାଇଗର ହୁଙ୍ଗା ଲୁଚି ରହିଥିବା ଗୁଇନ୍ଦା ସୂଚନା ପାଇବା ପରେ ସେହି ଜଙ୍ଗଲକୁ ଘେରାବନ୍ଦୀ କରିଥିଲେ। ନକ୍ସଲ ଟାଇଗର ହୁଙ୍ଗା ପୁଲିସ କବଜାରେ ଫସିଥିଲା।କିଶୋରକୁ ନକ୍ସଲମାନେ ଟାଇଗର ହୁଙ୍ଗା ନାମରେ ନାମିତ କରିଥିଲେ। ଆଣ୍ଟି ଲ୍ୟାଣ୍ଡମାଇନ ଗାଡ଼ି ଉଡ଼ାଇବାରେର ସେ ଥିଲା ଉସ୍ତାଦ।
୨୦୦୧ ମସିହାରେ ମାଓ କମାଣ୍ଡର ସୂର୍ଯ୍ୟମ୍ ଅନ୍ନାଙ୍କ ନେତୃତ୍ବରେ ସେ ପାର୍ଟିରେ ଯୋଗ ଦେଇଥିଲା। ୨୦୦୬ ପର୍ଯ୍ୟନ୍ତ ସେ ବାଲ ସଂଘରେ ଦାୟିତ୍ବ ନେଇଥିଲା। ପରେ ୨୦୦୬ରୁ ୨୦୧୧ ପର୍ଯ୍ୟନ୍ତ ସେ ଡିକେଏମଏ ଅଧ୍ୟକ୍ଷ ଭାବେ କାର୍ଯ୍ୟ କଲା। ଏବେ ସେ ମିଲିସିଆ ଏରିଆ କମାଣ୍ଡର ଭାବେ ଦାୟିତ୍ବ ନେଇଥିଲା। କିଷ୍ଟରାମ ଥାନାରେ ପ୍ରାୟ ୧୫ଟି କେଶ କିଶୋର ନାମରେ ରହିଛି।ପୁଲିସ ପାର୍ଟି ଉପରେ ଆକ୍ରମଣ କରିବା,ଆଣ୍ଟି ଲ୍ୟାଣ୍ଡମାଇନ ଗାଡି ଉଡାଇବା,ଲ୍ୟାଣ୍ଡମାଇନ ବିସ୍ଫୋରଣ କରିବା,ଲୁଟପାଟ କରିବା,ନିରୀହ ଲୋକଙ୍କୁ ହତ୍ୟା କରିବା ଭଳି ବହୁ ସଙ୍ଗୀନ ଅଭିଯୋଗ କିଶୋର ନାମରେ ରହିଛି। ପୁଲିସ ଦୀର୍ଘ ଦିନ ଧରି କିଶୋରକୁ ଧରିବା କିମ୍ବା ମାରିବା ପାଇଁ ଯୋଜନା ଚଳାଇଥିଲା।କିନ୍ତୁ ସୁକମା ଏସପି ସୁନିଲ ଶର୍ମାଙ୍କ ନେତୃତ୍ବରେ ଗତକାଲି କିଶୋରକୁ ଧରିବାରେ ସଫଳ ହୋଇଛି।ଆଜି ତାକୁ କୋର୍ଟ ଚାଲାଣ କରାଯିବା ସହ ରିମାଣ୍ଡରେ ଅଣାଯାଇଥିବା ପୁଲିସ କହିଛି। କିଶୋର ନାମରେ ସରକାର ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ। ବହୁ ଯବାନଙ୍କୁ ହତ୍ୟା କରିବାରେ ସେ ସଫଳ ହୋଇଛି। ପୁଲିସ ରିମାଣ୍ଡରେ ଆଣି ପଚରାଉଚରା କରିବ ବୋଲି କହିଛି।

Share Now:

Kalinga News Beuro

Next Post

ରାଜଧାନୀରେ ଡେଙ୍ଗୁ: ୧୦୯୩ ମଶା ଉତ୍ପତ୍ତିସ୍ଥଳ ଚିହ୍ନଟ, ୪୬୪ ଜାଗାରୁ ଲାର୍ଭା ନଷ୍ଟ

Mon Jul 26 , 2021
ଭୁବନେଶ୍ବର: ଡେଙ୍ଗୁକୁ ନେଇ ବିଏମ୍‌ସି ପକ୍ଷରୁ ସଚେତନତା ଜାରି ରହିଛି। ସ୍ବତନ୍ତ୍ର ଗାଡ଼ି ଘରକୁ ଘର ବୁଲିବା ସହ ବୁକ୍‌ଲେଟ୍‌, ଲିଫ୍‌ଲେଟ୍‌ ବଣ୍ଟା ଯାଉଛି। ୫ଶହରୁ ଊର୍ଦ୍ଧ୍ବ ଆଶା ଓ ଅଙ୍ଗନବାଡ଼ି କର୍ମୀ ସର୍ବେକ୍ଷଣ କାମରେ ଲାଗିଥିବା ବେଳେ ୱାର୍ଡ ଅଫିସର, ସାନିଟାରି ଇନ୍‌ସ୍‌ପେକ୍ଟର, ସ୍ବଚ୍ଛସାଥୀ, ହେଲ୍ଥ ଅଫିସର ମିଶି ମଶା ଉତ୍ପତ୍ତି ସ୍ଥଳ ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି। ଘରକୁଘର ବୁଲିବା ବେଳେ ଏହି ଟିମ୍‌ ବିଚିତ୍ର […]
ରାଜଧାନୀରେ ଡେଙ୍ଗୁ-1

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial