ଆଫଗାନିସ୍ତାନରେ ସମାନ୍ତରାଳ ସରକାର ଘୋଷଣା କରିବେ ପଞ୍ଜଶୀର ବିଦ୍ରୋହୀ ବାହିନୀ

ଆଫଗାନ୍‌ ସଙ୍କଟରେ ନୂଆ ମୋଡ଼

କାବୁଲ : ତାଲିବାନ ପଞ୍ଜଶୀରରେ ବିଜୟ ହାସଲ କରିଥିବା ଦାବି ମିଥ୍ୟା ପ୍ରମାଣିତ ହୋଇଛି ଏବଂ ସେଠାରେ ଏବେ ବି ୫୦ରୁ ଅଧିକ ସ୍ଥାନରେ ଲଢ଼େଇ ଜାରି ରହିଛି। ବିଦ୍ରୋହୀମାନେ ଏହି ପ୍ରଦେଶର ଶତାଧିକ ସ୍ଥାନରେ ନିଜର ଆଡ଼ା ସୁରକ୍ଷିତ କରିବା ସହ ଦୀର୍ଘକାଳୀନ ଲଢ଼େଇ ପାଇଁ ପ୍ରସ୍ତୁତ ହୋଇସାରିଥିବାରୁ ପଞ୍ଜଶୀର ତାଲିବାନ ଦଖଲକୁ ଆସିବା ଏତେ ସହଜ ହେବନାହିଁ ବୋଲି କୁହାଯାଇଛି। ପଞ୍ଜଶୀର ବିଦ୍ରୋହୀ ବାହିନୀ ପକ୍ଷରୁ ଆଜି ଘୋଷଣା ‌କରାଯାଇଛି ଯେ ଆଫଗାନିସ୍ତାନରେ ସମାନ୍ତରାଳ ସରକାର ଘୋଷଣା କରିବା ଏବଂ ପଞ୍ଜଶୀରରୁ ସମଗ୍ର ଦେଶର ଶାସନ ନିୟନ୍ତ୍ରଣ କରିବା ଆମର ଲକ୍ଷ୍ୟ ହେବ। ବିଦ୍ରୋହୀ ବାହିନୀ ନେତା ଅହମଦ ମସୋଦ କହିଛନ୍ତି, ସମାନ୍ତରାଳ ସରକାର ଗଠନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ଏବଂ ଅନ୍ୟ ପ୍ରଦେଶର ନେତାମାନଙ୍କ ସହ ଆଲୋଚନା ଆରମ୍ଭ ହୋଇଛି। ପଞ୍ଜଶୀର ବିଦ୍ରୋହୀ ବାହିନୀ ତାଲିବାନ କାମଚଳା ସରକାରକୁ ଅବୈଧ ବୋଲି କହିଛି। ଦେଶରେ ଗଣତାନ୍ତ୍ରିକ ଏବଂ ବୈଧ ସରକାର ଗଠନ ପାଇଁ ବିଭିନ୍ନ ସଂଗଠନର ନେତାଙ୍କ ସହ ବିଦ୍ରୋହୀ ବାହିନୀର ନେତାମାନେ ଯୋଗାଯୋଗରେ ଅଛନ୍ତି। ଏହି ସରକାର ଲୋକଙ୍କ ଭୋଟ୍‌ ଆଧାରରେ ଗଠନ ହେବ ଏବଂ ଅନ୍ତର୍ଜାତୀୟ ସମୁଦାୟ ପାଇଁ ମଧ୍ୟ ଗ୍ରହଣୀୟ ହେବ। ପଞ୍ଜଶୀର ବିଦ୍ରୋହୀ ବାହିନୀ ଏବେ ଜାତିସଂଘ, ୟୁରୋପୀୟ ସଂଘ, ସାର୍କ‌ ଇସିଓ ଏବଂ ଓଆଇସିର ସଦସ୍ୟ ରାଷ୍ଟ୍ରମାନଙ୍କୁ ତାଲିବାନକୁ ସହଯୋଗ ନ କରିବା ପାଇଁ ନିବେଦନ କରିଛି।

Share Now:

Kalinga News Beuro

Next Post

୨୪ ଘଣ୍ଟାରେ ଦେଶରେ ୩୦,୫୭୦ ନୂଆ କରୋନା ସଂକ୍ରମିତ : ମୃତ୍ୟୁସଂଖ୍ୟା ୪୩୧

Thu Sep 16 , 2021
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାଭାଇରସ୍‌ଜନିତ ମହାମାରୀ ସଂକ୍ରମଣସଂଖ୍ୟା ୩୦ ହଜାରରୁ ଅଧିକ ଥିବା ବେଳେ ମୃତ୍ୟୁସଂଖ୍ୟା ୪ ଶହରୁ ସାମାନ୍ୟ ଅଧିକ ରହିଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗୁରୁବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୩୦,୫୭୦ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ଓ ୪୩୧ ମୃତ୍ୟୁ ରେକର୍ଡ କରାଯାଇଛି। ଏହି ତଥ୍ୟକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌ ସଂକ୍ରମଣ […]
୨୪ ଘଣ୍ଟାରେ ଦେଶରେ ୩୦,୫୭୦ କୋଭିଡ୍‌-୧୯ ସଂକ୍ରମିତ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial