କାର ଦୁର୍ଘଟଣାରେ ଅଭିନେତ୍ରୀ ଓ ତାଙ୍କ ବନ୍ଧୁଙ୍କ ମୃତ୍ୟୁ

ଅଭିନେତ୍ରୀ ଓ ତାଙ୍କ ବନ୍ଧୁଙ୍କ ମୃତ୍ୟୁ

ଭାରସାମ୍ୟ ହରାଇ ଗଭୀର ପାଣିକୁ ଖସି ପଡ଼ିଲା କାର

ନୂଆଦିଲ୍ଲୀ: ପୁଣେରେ ରହୁଥିବା ମରାଠୀ ଅଭିନେତ୍ରୀ ଈଶ୍ବରୀ ଦେଶପାଣ୍ଡେ ଏବଂ ତାଙ୍କ ବନ୍ଧୁ ଶୁଭମ ଡେଡଗେ ଗଭୀର ପାଣିରେ ବୁଡ଼ିଯାଇ ମୃତ୍ୟୁ ବରଣ କରିଛନ୍ତି। ଉତ୍ତର ଗୋଆର ଅରପୋରା ଅଞ୍ଚଳରେ ଗଭୀର ପାଣିରେ ବୁଡ଼ି ଯାଇଥିବା କାର ଭିତରୁ ପୁଲିସ ଉଭୟଙ୍କ ମୃତଦେହ ଜବତ କରିଛି। ଇଶ୍ୱରୀଙ୍କର ପ୍ରଥମ ମରାଠୀ ଚଳଚ୍ଚିତ୍ର କିଛି ଦିନ ମଧ୍ୟରେ ରିଲିଜ୍‌ ହେବାର ଥିଲା। ୨୫ ବର୍ଷ ବୟସ୍କା ଅଭିନେତ୍ରୀ ଏବଂ ତାଙ୍କର ୨୮ ବର୍ଷିୟ ବନ୍ଧୁ ଶୁଭମ ଡେଡଗେଙ୍କ ଯନ୍ତ୍ରଣାଦାୟକ ମୃତ୍ୟୁ ସମ୍ପର୍କରେ ଗୋଆ ପୁଲିସ କହିଛି ଯେ ମଙ୍ଗଳବାର ଅପରାହ୍ନରେ ସେମାନେ ଯେଉଁ କାରରେ ଯାଉଥିଲେ ତାହା ଦ୍ରୁତ ଗତିରେ ଯାଇ ଭାରସାମ୍ୟ ହରାଇ ପାଣିରେ ପଡ଼ିଯାଇଥିଲା। କିଏ କାର ଚଳାଉଥିଲା ତାହା ସ୍ପଷ୍ଟ ହୋଇନାହିଁ। କାର ଡୋର ଭିତରୁ ଲକ ହୋଇ ଯିବାରୁ ଉଭୟ କାରରୁ ବାହାରି ପାରି ନଥିଲେ। ଦୁର୍ଘଟଣା ସମ୍ପର୍କରେ ଖବର ପାଇବା ପରେ ରାତି ପ୍ରାୟ ୭ ଟାରେ ପ୍ରଥମେ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ରାତିସାରା ଚାଲିଥିବା ଉଦ୍ଧାର କାର୍ଯ୍ୟ ପରେ ଆଜି ମଙ୍ଗଳବାର ସକାଳେ ଉଭୟଙ୍କ ମୃତଦେହ କାର ଭିତରୁ ଉଦ୍ଧାର କରାଯାଇଥିଲା।
ଦୁଇଜଣଙ୍କ ହାତରେ ରିଷ୍ଟବ୍ୟାଣ୍ଡ ବନ୍ଧାଥିବା ଦେଖିବାକୁ ମିଳିଛି। ଦୁର୍ଘଟଣାର ପୂର୍ବ ରାତିରେ ଦୁହେଁ କୌଣସି ଏକ କ୍ଲବକୁ ଯାଇଥିବା ପୁଲିସ ଅନୁମାନ କରିଛି। ଶୁଭମ ପୁଣେର କିର୍କଟୱାଡି ଅଞ୍ଚଳର ବାସିନ୍ଦା ହୋଇଥିବାବେଳେ ଈଶ୍ବରୀ ଦେଶପାଣ୍ଡେ ମଧ୍ୟ ପୁଣେରେ ରହୁଥିଲେ। ଦୁର୍ଘଟଣାର ସୂଚନା ପାଇବା ମାତ୍ରେ ଉଭୟଙ୍କ ପରିବାର ପୁଣେରୁ ଗୋଆରେ ଆସି ପହଞ୍ଚିଛନ୍ତି। ଈଶ୍ବରୀ ଦେଶପାଣ୍ଡେ ଗୋଟିଏ ହିନ୍ଦୀ ଏବଂ ଗୋଟିଏ ମରାଠୀ ଚଳଚ୍ଚିତ୍ରରେ କାମ କରୁଥିଲେ। ମରାଠୀ ଚଳଚ୍ଚିତ୍ରର ସୁଟିଂ ପ୍ରାୟ ସମାପ୍ତ ହୋଇଥିଲା ଏବଂ ଖୁବ୍ ଶୀଘ୍ର ସିନେମା ପରଦାରେ ମୁକ୍ତିଲାଭ କରିବାକୁ ଯାଉଥିଲା।

Share Now:

Kalinga News Beuro

Next Post

ବିରଞ୍ଚି ନାରାୟଣ ସାହୁଙ୍କୁ ସର୍ତ୍ତମୂଳକ ଜାମିନ ଦେଲେ ହାଇକୋର୍ଟ

Tue Sep 21 , 2021
କଟକ: ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍‌ କମିସନ୍ (ଓଏସ୍‌ଏସସି) ସଦସ୍ୟଙ୍କ ପିଏସ୍ ବିରଞ୍ଚି ନାରାୟଣ ସାହୁଙ୍କୁ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଛନ୍ତି। ନିମ୍ନ ଅଦାଲତ ଆବଶ୍ୟକ ସର୍ତ୍ତ ଧାର୍ଯ୍ୟ କରି ବିରଞ୍ଚିଙ୍କୁ ଜାମିନରେ ଛାଡିବେ। ଜାମିନରେ ଯିବା ପରେ ସେ ତଦନ୍ତରେ ସହଯୋଗ କରିବେ ଓ ସାକ୍ଷ୍ୟ ପ୍ରମାଣକୁ ପ୍ରଭାବିତ କରିବା ଭଳି କୌଣସି କାର୍ଯ୍ୟ କରିବେ ନାହିଁ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ଦେବବ୍ରତ ଦାଶଙ୍କୁ ନେଇ […]
ବିରଞ୍ଚି ନାରାୟଣ ସାହୁଙ୍କୁ ଜାମିନ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial