କରୋନା କଟକଣା ବେଳେ ବିବାହ କରୁଥିବାରୁ ବର ସହ ପୁରୋହିତକୁ ଉଠାଇନେଲା ପୁଲିସ

ତୁମୁଡିବନ୍ଧ: କରୋନା କଟକଣାକୁ ନ ମାନି ବିବାହ କରିବା ମହଙ୍ଗା ପଡିଛି। କଟକଣା ସତ୍ତ୍ୱେ ଆଡ଼ମ୍ବରପୂର୍ଣ୍ଣ ବିବାହ କରୁଥିବାରୁ ଉଭୟ ବର ଓ ପୁରୋହିତଙ୍କୁ ପୁଲିସ ବେଦୀରୁ ଉଠାଇଆଣି ଅଟକ ରଖିଛି। ବରଙ୍କ ସହ ତାଙ୍କ ଦାଦାଙ୍କୁ ମଧ୍ୟ ପୁଲିସ ଉଠାଇଆଣିଛି। ମିଳିଥିବା ସୂଚନା ମୁତାବକ କନ୍ଧମାଳ ଜିଲ୍ଲା ଟିକାବାଲି ଥାନା ଲାଇନପଡା ଗାଁର ସଂଗ୍ରାମ ଦିଗାଲଙ୍କର ବାହାଘର କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ବାଲିପଡ଼ାରେ ହେଉଥିଲା। ଏ ବାବଦରେ ସୂଚନା ପାଇବା ପରେ ବାଲିଗୁଡା ଏସଡ଼ିପିଓ ମାନସ ରଞ୍ଜନ ବାରିକ ଓ ତୁମୁଡିବନ୍ଧ ଆଇଆଇସି ବାବା ସରାଫ ବର ସଂଗ୍ରାମ ଦିଗାଲ, ତାଙ୍କ ଦାଦା ଓ ପୁରୋହିତ ମାଧବ ଦାଶଙ୍କୁ ଥାନାକୁ ଆଣି ପଚରାଉଚୁରା କରୁଛି। ଏମାନଙ୍କ ନାମରେ ୨୭/୨୦ରେ ଏକ ମାମଲା ମଧ୍ୟ ରୁଜୁ କରାଯାଇଛି। ଏହା ପୂର୍ବରୁ କନ୍ଧମାଳ ଜିଲ୍ଲାରୁ ମାର୍ଚ୍ଚ ୨୩ ତାରିଖରେ ଦୁଇ ଜଣ ବରଙ୍କୁ ମଧ୍ୟ ପୁଲିସ ଗିରଫ କରିଥିଲା। ମାର୍ଚ୍ଚ ୨୩ ରେ କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ଫିରିଙ୍ଗିଆ ପଞ୍ଚାୟତର ନୂଆପଡା ଗ୍ରାମରେ ମୁରଲୀଧର ଭୁକ୍ତାଙ୍କ ପୁଅ ପରମେଶ୍ୱର ଭୁକ୍ତା ବିବାହ କରୁଥିଲେ। ଏହି ବିବାହ କାର୍ଯ୍ୟକ୍ରମରେ ୬୦ରୁ ୮୦ ଜଣ ସମ୍ପର୍କୀୟ ଓ ଗ୍ରାମବାସୀ ମଧ୍ୟ ଉପସ୍ଥିତ ଥିଲେ। ଏହି ବିବାହ ବାବଦରେ ଫିରିଙ୍ଗିଆ ପୁଲିସ ପାଖରେ ପହଞ୍ଚିଥିଲା। ପ୍ରଶାସନର ବାରମ୍ବାର କଟକଣା ନେଇ ଘୋଷଣା ସତ୍ୱେ ଯୁବକ ଜଣକ ବିବାହ କରୁଥିବାରୁ ପୁଲିସ ତାଙ୍କୁ ଗିରଫ କରିଥିଲା। ୧୪୪ ସିଆରପିସି ଅଧୀନରେ ତାଙ୍କୁ ଗିରଫ କରାଯାଇ ଥିବାବେଳେ ୨୫/୨୦ କେସ ନମ୍ବରରେ ପୁଲିସ ମାମଲା ରୁଜୁ କରିଥିଲା। ସେହିପରି କରୋନା କଟକଣା ଥିବା ସତ୍ତ୍ୱେ ବିବାହ କରୁଥିବାରୁ ବିଜୁ କହ୍ନର ନାମକ ଆଉ ଜଣେ ବରଙ୍କୁ ମଧ୍ୟ ଗୋଛାପଡା ପୁଲିସ ଗିରଫ କରିଥିଲା। ସୂଚନା ମୁତାବକ ବିଜୁ କହ୍ନର ଗୋଛାପଡା ଥାନା ଅନ୍ତର୍ଗତ ଖଜୁରୀ ଗାଁରେ ବିବାହ କରୁଥିବାବେଳେ ପୁଲିସ ତାଙ୍କୁ ଓ ତାଙ୍କ ଭାଇଙ୍କୁ ଗିରଫ କରିଥିଲା।

Share Now:

Kalinga News Beuro

Leave a Reply

Next Post

ଶ୍ରମଜୀବୀଙ୍କୁ ସମୟ ଅନୁସାରେ ମଜୁରୀ ଦେବାକୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ, ଶ୍ରମିକ ଓ ଛାତ୍ରଙ୍କୁ ଘର ଛାଡିବାକୁ ବାଧ୍ୟ କଲେ କାର୍ଯ୍ୟାନୁଷ୍ଠାନ

Sun Mar 29 , 2020
ନୂଆଦିଲ୍ଲୀ: ଦେଶର ସବୁ ରାଜ୍ୟ ସହ ଜିଲ୍ଲାର ସୀମା ସିଲ କରିବାକୁ କଡା ନିର୍ଦ୍ଦେଶ ଦେବା ପରେ ପ୍ରବାସୀ ଶ୍ରମିକମାନେ ରହୁଥିବା ସ୍ଥାନରେ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେବାକୁ ରାଜ୍ୟ ସରକାରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର । ଏଥିସହ ଶ୍ରମିକମାନଙ୍କୁ ସମୟ ଅନୁସାରେ ସେମାନଙ୍କ ମଜୁରି ଦେବାକୁ କେନ୍ଦ୍ର ନିର୍ଦ୍ଦେଶ ଦେଇଛି । ଏହି ସମୟରେ ଯଦି କୌଣସି ଛାତ୍ର ବା ଶ୍ରମିକଙ୍କୁ ଘର ଖାଲି […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial