ଦେଶରେ ୨୩୮ଦିନ ପରେ ଚିହ୍ନଟ ହେଲେ ସବୁଠୁ କମ କରୋନା ଆକ୍ରାନ୍ତ

ଓଡ଼ିଶାରେ ୩୮୭ ଜଣ କରୋନା

ନୂଆଦିଲ୍ଲୀ: ୨୩୮ଦିନ ପରେ ଚିହ୍ନଟ ହେଲେ ସବୁଠୁ କମ କରୋନା ଆକ୍ରାନ୍ତ। ଦେଶରେ କରୋନାଭାଇରସ୍‌ଜନିତ ମହାମାରୀ ବ୍ୟାପିବା ଦିନ ଠାରୁ ଆଜି ଦୈନିକ ସଂକ୍ରମଣ ସଂଖ୍ୟା ୧୨ ହଜାରରୁ କିଛି ଅଧିକ ଥିବା ବେଳେ ମୃତ୍ୟୁସଂଖ୍ୟା ୩୦୦ରୁ ଅଧିକ ଅଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ସୋମବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୧୨,୪୨୮ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ଓ ୩୫୬ ମୃତ୍ୟୁ ରେକର୍ଡ କରାଯାଇଛି। ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩,୪୨,୦୨,୨୦୩ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ହୋଇଥିବା ୩୫୬ ମୃତ୍ୟୁକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌-୧୯ଜନିତ ମୃତ୍ୟୁସଂଖ୍ୟା ୪,୫୫,୦୬୮ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ କୋଭିଡ୍‌-୧୯ ସଂକ୍ରମଣରୁ ସୁସ୍ଥ ହୋଇଥିବା ୧୫,୯୫୧ ଜଣ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ଦେଶରେ ସମୁଦାୟ ସୁସ୍ଥତା ସଂଖ୍ୟା ହେଉଛି ୩,୩୫,୮୩,୩୧୮।

Share Now:

Kalinga News Beuro

Next Post

ଏନସିବିର ଧମକ ଦେଇ ସାଙ୍ଗମାନଙ୍କୁ ଡ୍ରଗ୍ସ ଆଣିବାକୁ କହୁଥିଲେ ଆରୟନ

Tue Oct 26 , 2021
ମୁମ୍ବାଇ: ଆଜି ମୁମ୍ବାଇ କ୍ରୁଜ ଡ୍ରଗ୍ସ ପାର୍ଟିରୁ ଗିରଫ ହୋଇଥିବା ଆରୟନ ଖାନଙ୍କ ଜାମିନ ଆବେଦନର ଶୁଣାଣି ହେବ। ମୁମ୍ବାଇ ହାଇକୋର୍ଟରେ ଆଜି ଶୁଣାଣି ଥିବା ବେଳେ ଏହା ପୂର୍ବରୁ କିଛି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ଜାତୀୟ ଗଣମାଧ୍ୟମ‌ରେ ପ୍ରକାଶ ପାଇଥିବା ଖବର ମୁତାବକ, ଏନସିବିର ଧମକ ଦେଇ ସାଙ୍ଗମାନଙ୍କୁ ଡ୍ରଗ୍ସ ଆଣିବାକୁ କହୁଥିଲେ ଆରୟନ। କେବଳ ଅନନ୍ୟା ନୁହନ୍ତି ଅନ୍ୟ ୩ଜଣ ବଲିଉଡ ଷ୍ଟାର କିଡଙ୍କ ସହ […]
ଆରୟନ, ଅନନ୍ୟା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial