ଡେଲଟା ଭାରିଆଣ୍ଟ ଉପରେ ୯୨%ପ୍ରଭାବଶାଳୀ ଟିକା: ଆଷ୍ଟ୍ରାଜେନେକା

ଆଷ୍ଟ୍ରାଜେନେକା

ନୂଆଦିଲ୍ଲୀ: ଡେଲଟା ଭାରିଆଣ୍ଟ ଉପରେ ୯୨%ପ୍ରଭାବଶାଳୀ ଟିକା। ଏନେଇ ଆଜି ଘୋଷଣା କରିଛି ଆଷ୍ଟ୍ରାଜେନେକା। କମ୍ପାନି ପକ୍ଷରୁ କୁହାଯାଇଛି ଯେ, ପବ୍ଲିକ ହେଲଥ ଇଂଲଣ୍ଡ (ପିଏଚଇ) ର ନୂତନ ତଥ୍ୟ ଅନୁଯାୟୀ ଆଷ୍ଟ୍ରାଜେନେକା କରୋନା ଟିକା ଡେଲଟା ଭାରିଆଣ୍ଟ ଉପରେ ପ୍ରଭାବଶାଳୀ ଏବଂ ଏହା ୯୨% ପର୍ଯ୍ୟନ୍ତ ଫଳପ୍ରଦ ବୋଲି ପିଏଚଇ ନିଜ ତଥ୍ୟରେ କହିଛି। ଭାରତରେ କୋଭିସିଲ୍ଡ ନାମରେ ଆଷ୍ଟ୍ରାଜେନେକାର କରୋନା ଟିକା ଲୋକଙ୍କୁ ଦିଆଯାଉଥିବା ବେଳେ ପିଏଚଇ କହିଛି ଯେ,ଟିକାର ଦୁଇଟି ଡୋଜ୍ ଡେଲଟା ଭାରିଆଣ୍ଟ କାରଣରୁ ଡାକ୍ତରଖାନାରେ ଭର୍ତ୍ତି ହେବାର ଆଶଙ୍କାକୁ ୯୨% କମ କରିଥାଏ ଏବଂ ଟିକା ନେବା ପରେ କାହାର ମୃତ୍ୟୁ ହୋଇନାହିଁ। ଏହି ଟିକା ଆଲଫା ଭାରିଆଣ୍ଟ (ବି.୧.୧.୭) ସଂକ୍ରମଣରୁ ସୁରକ୍ଷା ଦେବା ସହ ଡାକ୍ତରଖାନାରେ ଭର୍ତ୍ତି ହେବାର ଆଶଙ୍କାକୁ ୮୬% ହ୍ରାସ କରିଥାଏ ବୋଲି ପିଏଚଇ କହିଛି। ଏହା ପୂର୍ବରୁ ଗତକାଲି ଭାରତ ବାୟୋଟେକ କୋଭାକ୍ସିନ୍ ଟିକାର ତୃତୀୟ କ୍ଲିନିକାଲ ପରୀକ୍ଷଣର ତଥ୍ୟ ଦାଖଲ କରିଥିଲା। ତଥ୍ୟରେ ଟିକା ୭୭.୮% ପ୍ରଭାବଶାଳୀ ବୋଲି କହିଥିଲା।

Share Now:

Kalinga News Beuro

Next Post

ଡ୍ୟାନ୍‌ସିଂ କାର୍‌ ଭିତରେ ଆଲବମ୍‌ ଅଭିନେତ୍ରୀ

Wed Jun 23 , 2021
ଚନ୍ଦ୍ରଶେଖରପୁର: ଭୋର୍ ପ୍ରାୟ ସାଢ଼େ ଚାରିଟା। ଇନ୍‌ଫୋସିଟି-ଚନ୍ଦକା ରାସ୍ତାରେ ଏକ ନାଲି ରଙ୍ଗର କାର୍‌ ସନ୍ଦେହଜନକ ଅବସ୍ଥାରେ ଥିବା ଦେଖି ପିସିଆର୍ ଭ୍ୟାନ୍‌ ଅଟକିଗଲା। ଦୋହଲୁଥିବା କାର୍‌ଟି ପୁଲିସ ଗାଡ଼ି ଦେଖି ନିଶ୍ଚଳ ହୋଇ ଯାଇଥିଲା। ପରେ କାର୍ ଭିତରୁ ବାହାରି ଆସିଥିଲେ ଜଣେ ଯୁବତୀ ଓ ଜଣେ ଯୁବକ। ସେମାନେ ଏକ ମନୋରଞ୍ଜନଧର୍ମୀ ଟିଭି ଚ୍ୟାନେଲ୍‌ରେ କାମ କରୁଛନ୍ତି ବୋଲି ପରିଚୟ ଦେଇଥିଲେ। ଯୁବତୀ ଜଣକ ବହୁ ଆଲବମ୍‌ର […]
ଡ୍ୟାନ୍‌ସିଂ କାର୍‌ ଭିତରେ ଆଲବମ୍‌ ଅଭିନେତ୍ରୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial