ଆଜି ରାଜ୍ୟରେ ୧୩୮୪ଜଣ କରୋନା ପଜିଟିଭ୍ ଚିହ୍ନଟ

କେଉଁ ଜିଲ୍ଲାରେ କେତେଜଣ କରୋନା ପଜିଟିଭ୍

ଭୁବନେଶ୍ବର: ରାଜ୍ୟରେ ଆଜି ୧୩୮୪ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୫୧୧ ଜଣ ସ୍ଥାନୀୟ ସଂକ୍ରମିତ ଥିବା ବେଳେ ଅବଶିଷ୍ଟ ୮୭୩ ଜଣ ସଙ୍ଗରୋଧ କେନ୍ଦ୍ରର ବୋଲି ଜଣାଯାଇଛି। ଆଜି ୨୬ଟି ଜିଲ୍ଲାରୁ ଆଜି ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୬ ହଜାର ୨୯୭କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପ୍ରଦତ୍ତ ସୂଚନା ଅନୁଯାୟୀ ଏଯାବତ୍ ଏବେ ଗଞ୍ଜାମ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୧୧୩୨୩ ଥିବା ବେଳେ ଖୋର୍ଦ୍ଧାରେ ୪୯୧୪, କଟକରେ ୨୩୩୭, ଗଜପତିରେ ୧୬୬୨, ଯାଜପୁରରେ ୧୩୬୩, ବାଲେଶ୍ବରରେ ୧୦୯୧, ଜଗତସିଂହପୁର ଜିଲ୍ଲାରେ ୭୬୪, ପୁରୀରେ ୮୮୫, କେନ୍ଦ୍ରାପଡ଼ାରେ ୫୨୫, ଭଦ୍ରକ ଜିଲ୍ଲାରେ ୬୭୬, ସୁନ୍ଦରଗଡ଼ରେ ୧୫୫୭, ବଲାଙ୍ଗୀରରେ ୫୧୪, କନ୍ଧମାଳରେ ୬୧୬, ମୟୂରଭଞ୍ଜରେ ୭୨୧, କୋରାପୁଟରେ ୯୨୬, ନୟାଗଡ଼ରେ ୬୮୬, କେନ୍ଦୁଝରରେ ୭୯୦, ନୂଆପଡ଼ାରେ ୧୫୫, ଝାରସୁଗୁଡ଼ାରେ ୩୩୦, ଢେଙ୍କାନାଳରେ ୩୬୯, କଳାହାଣ୍ଡିରେ ୨୫୯, ବରଗଡ଼ ଜିଲ୍ଲାରେ ୪୬୩, ଅନୁଗୁଳରେ ୩୬୭, ମାଲକାନଗିରିରେ ୬୨୯, ସମ୍ବଲପୁରରେ ୫୮୧, ରାୟଗଡ଼ାରେ ୧୧୩୨, ବୌଦ୍ଧରେ ୧୫୧, ସୋନପୁର ଜିଲ୍ଲାରେ ୧୦୯, ଦେବଗଡ଼ ଜିଲ୍ଲାରେ ୯୬ ଓ ନବରଙ୍ଗପୁର ଜିଲ୍ଲାରେ ୩୦୬ରେ ପହଞ୍ଚିଛି। ଏବେ ରାଜ୍ୟରେ ମୋଟ୍ ୨୧,୯୫୪ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୪,୦୯୫ ରହିଛି। ଏଣେ ଓଡ଼ିଶାରେ ଏଯାବତ୍ ୨୦୭ଜଣଙ୍କର କରୋନାରେ ପ୍ରାଣହାନି ଘଟିଛି।

Share Now:

Kalinga News Beuro

Next Post

କେନ୍ଦ୍ର ସରକାର ଜାରି କଲେ ଗାଇଡ୍‌ଲାଇନ୍: ଅଗଷ୍ଟ ୫ରେ ଖୋଲିବ ଯୋଗ କେନ୍ଦ୍ର ଓ ଜିମ୍ନାସିୟମ୍

Mon Aug 3 , 2020
ନୂଆଦିଲ୍ଲୀ: କୋଭିଡ୍-୧୯ ଅନ୍‌ଲକିଙ୍ଗ୍‌ର ତୃତୀୟ ପର୍ଯ୍ୟାୟରେ ଅଗଷ୍ଟ ୫ ତାରିଖ ଠାରୁ ପୁଣି ଯୋଗ ଓ ଜିମ୍ନାସିୟମ୍ କେନ୍ଦ୍ର ଖୋଲିବାକୁ ସରକାର ଅନୁମତି ଦେଇଛନ୍ତି। କିନ୍ତୁ, ଗୃହ ବ୍ୟାପାର ମନ୍ତ୍ରାଳୟ ଦ୍ବାରା ଜାରି ମାର୍ଗଦର୍ଶିକା ଅନୁସାରେ କୋଭିଡ୍-୧୯ କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ରେ ଥିବା ଯୋଗ ପ୍ରତିଷ୍ଠାନ ଓ ଜିମ୍ନାସିୟମ୍ କେନ୍ଦ୍ରଗୁଡ଼ିକ ଖୋଲିବାକୁ ଅନୁମତି ମିଳିବ ନାହିଁ। ନିବୁଜ ସ୍ଥାନମାନଙ୍କରେ ଥିବା ଜିମ୍ନାସିୟମ୍ ଓ ଯୋଗ ପ୍ରତିଷ୍ଠାନଗୁଡ଼ିକୁ ୬୫ ବର୍ଷରୁ ଅଧିକ ବୟସ୍କ […]
ଅଗଷ୍ଟ ୫ରେ ପୁଣି ଖୋଲିବ ଯୋଗ କେନ୍ଦ୍ର ଓ ଜିମ୍ନାସିୟମ୍

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial