କୋଟିଆର ସବୁ ଗାଁରେ ଲାଗିଲା ଓଡ଼ିଆ ଫଳକ

ଲାଗିଲା ଓଡ଼ିଆ ଫଳକ

ପଟ୍ଟାଙ୍ଗି: ଆନ୍ଧ୍ରକୁ କଡ଼ା ଜବାବ ଦେବାପାଇଁ କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ବାକିଥିବା କୋଟିଆର ସମସ୍ତ ଗାଁରେ ଓଡ଼ିଆ ଫଳକ ଲଗାଯାଇଛି। ଫଳକ ଲଗାହେବା ସମୟରେ ଆନ୍ଧ୍ର ପକ୍ଷରୁ କେତେକ ସ୍ଥାନରେ ବିରୋଧ କରାଯାଇଥିଲେ ମଧ୍ୟ ପ୍ରଶାସନ ଶୁଣିନଥିଲା। ଜୋର୍‌ଜବରଦସ୍ତ ଫଳକ ଲଗାଇଥିବା ଜଣାପଡ଼ିଛି। ଗତ କିଛିଦିନ ହେଲା କୋଟିଆକୁ ନେଇ ଉଭୟ ଓଡ଼ିଶା ଓ ଆନ୍ଧ୍ର ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ବିବାଦ ଲାଗିଆସୁଛି। କେବେ ଆନ୍ଧ୍ର ଅଧିକାରୀଙ୍କୁ ଓଡ଼ିଶାର ଅଧିକାରୀ ଅଟକ ରଖୁଛନ୍ତି ତ ଆଉକେବେ ଓଡ଼ିଶାର ଅଧିକାରୀଙ୍କୁ ଆନ୍ଧ୍ର ଅଧିକାରୀ ଅଟକ ରଖୁଛନ୍ତି। ଗତକାଲି ଗ୍ରାମସଭା କରିବା ପାଇଁ ତଲଗଞ୍ଜେଇପଦର ଗ୍ରାମକୁ ଆସୁଥିବା ବେଳେ ଉପରସେମ୍ବୀ ଗ୍ରାମ ନିକଟରେ ଆନ୍ଧ୍ର ଅଧିକାରୀଙ୍କୁ ଅଟକ ରଖାଯାଇଥିଲା। ଓଡ଼ିଶାର ପୁଲିସ ଓ ପ୍ରଶାସନିକ ଅଧିକାରୀମାନେ ସେମାନଙ୍କୁ ସୀମା ଭିତରକୁ ଛାଡିନଥିଲେ। ଆଜି ଅନ୍ୟ ଏକ ପଦକ୍ଷେପ ସ୍ବରୂପ କୋରାପୁଟ ପ୍ରଶାସନ ପକ୍ଷରୁ ବାକିଥିବା ସମସ୍ତ ଗ୍ରାମରେ ଫଳକ ଲଗାଯାଇଛି। ତେବେ, ନେରେଡ଼ିବାଲସା ଗାଁରେ ଆଜି ଫଳକ ପୋତିବା ସମୟରେ କିଛି ଆନ୍ଧ୍ର ଅଧିକାରୀ ପହଞ୍ଚି ବିରୋଧ କରିଥିଲେ। ତଥାପି ପଟ୍ଟାଙ୍ଗି ବ୍ଲକ୍ ପ୍ରଶାସନ ପକ୍ଷରୁ ଜୋରଜବରଦସ୍ତ ସେଠାରେ ନାମଫଳକ ପୋତିଥିବା ଜଣାପଡ଼ିଛି। ଏଥିସହିତ, ତଳଗଞ୍ଜେଇପଦର, ଡୋଳିଆମ୍ବ ଓ ହରମାଣ୍ଡାଙ୍ଗି ଗ୍ରାମରେ ଫଳକ ପୋତାଯାଇଥିବା ସୂଚନା ମିଳିଛି। ଏହି ସମୟରେ ପଟ୍ଟାଙ୍ଗି ବିଡିଓ ସୌମ୍ୟ ସାର୍ଥକ ମିଶ୍ର, କୋଟିଆ ପିଇଓ ନବ ହନ୍ତାଳ ପ୍ରମୁଖ ଉପସ୍ଥିତ ଥିଲେ।

Share Now:

Kalinga News Beuro

Next Post

ମମିତାଙ୍କ ମୃତ୍ୟୁ ପଛର ଅସଲ ଉଦ୍ଦେଶ୍ୟଟି କଣ ଖୋଜି ପାଉନି ପୋଲିସ ?

Thu Oct 28 , 2021
ଭୁବନେଶ୍ବର: ମମିତା ମେହେରଙ୍କ ପାଖରେ ଏମିତି କ’ଣ ପ୍ରମାଣ ଥିଲା; ଯାହାପାଇଁ ଗୋବିନ୍ଦ ସାହୁ ତାଙ୍କୁ ହତ୍ୟା କଲା? ଏହି ପ୍ରମାଣ ଯଦି ମମିତା ସାମ୍ନାକୁ ଆଣିଥାନ୍ତେ, ତେବେ ଗୋବିନ୍ଦର କି କ୍ଷତି ହୋଇଥାନ୍ତା? ପ୍ରମାଣ କେବଳ ମମିତାଙ୍କ ସଂପର୍କିତ, ନା ଆଉ କାହାର ଅନୈତିକ କାରବାରର ସେ ମୁକସାକ୍ଷୀ ଥିଲେ? ଅତି ସରଳ ଭାଷାରେ କହିଲେ, ମମିତା ହତ୍ୟା ପଛର ଅସଲ ଉଦ୍ଦେଶ୍ୟଟି କଣ? ଅକ୍ଟୋବର ୧୩ ତାରିଖ […]
ମମିତା ମେହେର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial