ରାସ୍ତାକଡ଼କୁ ଓଲଟିଲା ଯାତ୍ରୀବାହୀ ବସ୍‌ : ୧୦ରୁ ଅଧିକ ଆହତ, ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ

ରାସ୍ତାକଡ଼କୁ ଓଲଟିଲା ଯାତ୍ରୀବାହୀ

ଗୋରୁମହିଷାଣୀ: ମୟୂରଭଞ୍ଜ ଜିଲ୍ଲା ଗୋରୁମହିଷାଣୀ ଥାନାଅଧୀନ ଟୋଲକ ଗ୍ରାମ ନିକଟରେ ଆଜି ପୂର୍ବାହ୍ନ ୧୦ଟା ସମୟରେ ଏକ ଯାତ୍ରୀବାହୀ ବସ୍‌ ଓଲଟି ପଡ଼ିବାରୁ ଏଥିରେ ୧୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଅନ୍ୟ ୨ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ସମସ୍ତଙ୍କୁ ଗୋରୁମହିଷାଣୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସୂଚନା ମୁତାବକ, ବାବା ଭୂତନାଥ ନାମକ ଏକ ଘରୋଇ ବସ (ଓଆର-୧୧ଜେ-୮୦୭୭) ଜାମଦାରୁ କାହୁତୁକା ଅଭିମୁଖେ ଯାଉଥିବା ବେଳେ ଟୋଲକ ଗ୍ରାମ ନିକଟରେ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା। ଏହି ସମୟରେ ବସ୍‌ରେ ୧୫ରୁ ଅଧିକ ଯାତ୍ରୀ ଥିଲେ। ଦୁର୍ଘଟଣାରେ ଶିକାର ଆହତମାନଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାକୁ ନେଇଥିଲେ। ପରେ ଗୁରୁତର ଥିବା ୨ଜଣ ମହିଳାଙ୍କୁ ଅଧିକ ଚିକିତ୍ସା ପାଇଁ ରାଇରଙ୍ଗପୁର ଉପଖଣ୍ତ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ସେମାନେ ହେଲେ ଟୋଲକ ଗ୍ରାମର ଯଶୋଦା ଗିରି ଓ ପୂଜା ବିନ୍ଧାଣୀ। ଦୁର୍ଘଟଣା ପରେ ବସ୍‌ ଚାଳକ ଫେରାର୍‌ ହୋଇଯାଇଥିବା ବେଳେ ଗୋରୁମହିଷାଣୀ ପୁଲିସ ପହଞ୍ଚି ବସ୍‌କୁ ଜବତ କରି ତଦନ୍ତ ଆରମ୍ଭ କରିଛି। ବସ୍‌ର ଇଞ୍ଜିନ୍‌ ପତି ହଠାତ୍‌ ଭାଙ୍ଗି ଯିବାରୁ ଚାଳକ ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇଥିଲେ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

Share Now:

Kalinga News Beuro

Next Post

ଓଡ଼ିଶାରେ ପୁଣି ଆନ୍ଧ୍ର ଦାଦାଗିରି: ଫଗୁଣସିନେରୀ ଓ ଫାଟୁ ସିନେରୀରେ ବାଣ୍ଟିଲା ଖେଳ ସମାଗ୍ରୀ ଓ ଋଣ

Sun Nov 28 , 2021
କୋରାପୁଟ: ଓଡ଼ିଶାରେ ପୁଣି ଥରେ ଆନ୍ଧ୍ର ପ୍ରଦେଶର ଦାଦାଗିରି ଦେଖିବାକୁ ମିଳିଛି। ପାର୍ବତୀପୁରମ ପ୍ରଶାସନ ଓଡ଼ିଆ ଲୋକଙ୍କୁ ଆକର୍ଷିତ କରିଛି। କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକ କୋଟିଆ ଗ୍ରାମପୁଞ୍ଜର ଫଗୁଣସିନେରୀ ଓ ଫାଟୁସିନେରୀ ଗାଁରେ ପ୍ରବେଶ କରି ବାଣ୍ଟିଛି ଖେଳ ସାମଗ୍ରୀ ସହ ୠଣ। ପାର୍ବତୀପୁରମ ନେହେରୁ ଯୁବକେନ୍ଦ୍ରର ଜିଲ୍ଲା ସଂଯୋଜକ ବି.ବିକ୍ରମାଦିତ୍ୟ ଓ ପିଓ ଆଇଟିଡିଏ ଆର.କୁର୍ମାନାଥ ଦୀର୍ଘ ସମୟ ଧରି ଏଲହି ଦୁଇ ଗାଁ ସମୟ ଅତିବାହିତ […]
ଓଡ଼ିଶାରେ ପୁଣି ଆନ୍ଧ୍ର ଦାଦାଗିରି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial