ପୂର୍ବ ସଂକ୍ରମିତଙ୍କ ପାଇଁ ବିପଦ ଅଧିକ ଆଣିପାରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ : ବିଶେଷଜ୍ଞ

କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ

ନୂଆଦିଲ୍ଲୀ: କରୋନାର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ଏବେ ସାରା ବିଶ୍ୱରେ ବଢୁଛି ଭୟ। ପୁରୁଣା ଭାରିଆଣ୍ଟ ଅପେକ୍ଷା ଏହା ଦ୍ରୁତ ଗତିରେ ଲୋକଙ୍କୁ ସଂକ୍ରମିତ କରୁଥିବା କୁହାଯାଉଥିବାବେଳେ, ପୂର୍ବ ଅପେକ୍ଷା ଏହା ଅଧିକ ଘାତକ ବୋଲି ମଧ୍ୟ ବିଶେଷଜ୍ଞମାନେ ମତ ଦେଉଛନ୍ତି। ଯାହାକୁ ନେଇ ଏବେ ସାରା ବିଶ୍ୱରେ ଏକ ପ୍ରକାର ଭୟର ବାତାବରଣ ଖେଳିଯାଇଛି। ତେବେ ଦକ୍ଷିଣ ଆଫ୍ରିକାରୁ ଚିହ୍ନଟ ହୋଇଥିବା ଏହି ନୂଆ ଭାରିଆଣ୍ଟ ବିଶ୍ୱର ଅନ୍ୟ ଦେଶର ଲୋକଙ୍କୁ ମଧ୍ୟ ଆକ୍ରାନ୍ତ ହେଲାଣି। ତେଣୁ ଆସନ୍ତୁ ଜାଣିବା ଆରଟି-ପିସିଆର୍ ଟେଷ୍ଟରେ ଓମିକ୍ରନ ଭାରିଆଣ୍ଟର ସଂକ୍ରମଣକୁ ଜାଣିହେବ କି ନାହିଁ?
ଓମିକ୍ରନ୍ ଭାରିଆଣ୍ଟକୁ ନେଇ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ…
• ଓମିକ୍ରନ୍ ହେଉଛି କରୋନା ଭାଇରସର ଏକ ନୂଆ ରୂପ, ଯାହାକି ପ୍ରଥମେ ଦକ୍ଷିଣ ଆଫ୍ରିକାରୁ ଚିହ୍ନଟ ହୋଇଛି। ନେଟୱର୍କ ଫର୍ ଜିନୋମିକ୍ ସର୍ଭେଲାନ୍ସ ଇନ୍ ସାଉଥ୍ ଆଫ୍ରିକାର କହିବା ମୁତାବକ, ଏହି ନୂଆ ଭାରିଆଣ୍ଟ ଦକ୍ଷିଣ ଆଫ୍ରିକାରର ଗୌତଙ୍ଗେ ଅଞ୍ଚଳରେ ଲୋକଙ୍କୁ ଅଧିକ ସଂକ୍ରମିତ କରିଛି।
• ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର କହିବା ଅନୁସାରେ, ଏହି ଓମିକ୍ରନ ଭାରିଆଣ୍ଟ ପୂୂର୍ବ ଭାରିଆଣ୍ଟ ତୁଳନାରେ ଅଧିକ ସଂକ୍ରାମକ କି ନୁହେଁ ତାହା ସ୍ପଷ୍ଟ ହୋଇନାହିଁ। ଅର୍ଥାତ ଏହି ନୂଆ ଭାରିଆଣ୍ଟ ଲୋକଙ୍କୁ ଅଧିକ ସଂକ୍ରମିତ କରୁଛି କି ନାହିଁ ସେ ନେଇ କୌଣସି ନିର୍ଦ୍ଦିଷ୍ଟ ସୂଚନା ନାହିଁ। ତେବେ ଏଥର ଖୁସି ଖବର ହେଉଛି ଆରଟି-ପିସିଆର୍ ଟେଷ୍ଟ ମାଧ୍ୟମରେ ଏହି ଭୂତାଣୁକୁ ଚିହ୍ନଟ କରିହେବ ବୋଲି ସୂଚନା ମିଳିଛି।
• ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପ୍ରାରମ୍ଭିକ ଅନୁସନ୍ଧାନ ପରେ ଜାଣିପାରିଛି ଯେ, ପୂର୍ବରୁ ଯେଉଁ ଲୋକମାନେ କରୋନାରେ ସଂକ୍ରମିତ ହୋଇଥିଲେ ସେମାନେ ଏହି ନୂଆ ଭାରିଆଣ୍ଟ ଦ୍ୱାରା ସଂକ୍ରମିତ ହେବାର ଆଶଙ୍କା ଅଧିକ ରହିଛି। ଅର୍ଥାତ ଆପଣ ଯଦି ପୂର୍ବରୁ କୋଭିଡରେ ସଂକ୍ରମିତ ହୋଇଥିଲେ ତେବେ ଅଧିକ ସତର୍କ ରହିବା ଆବଶ୍ୟକ।
•ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ହୁ) ତା ସହିତ ଭ୍ୟାକ୍ସିନ ଉପରେ ମଧ୍ୟ କାମ ଆରମ୍ଭ କରିଦେଇଛି। ଏହି ନୂଆ ଭାରିଆଣ୍ଟକୁ ଭ୍ୟାକ୍ସିନ କେତେ ଦୂର ଟକ୍କର ଦେଇପାରିବ ସେ ନେଇ ମଧ୍ୟ ଗବେଷଣା ଆରମ୍ଭ ହୋଇଯାଇଛି। ତେବେ ଏହା କେତେ ଫଳପ୍ରଦ ହୋଇଛି ତାହା ଏପର୍ଯ୍ୟନ୍ତ ଜଣାପଡିିନାହିଁ।
• ଏ ପର୍ଯ୍ୟନ୍ତ ଓମିକ୍ରନ ଭାରିଆଣ୍ଟରେ ସଂକ୍ରମିତ ବ୍ୟକ୍ତିର ସ୍ୱାସ୍ଥ୍ୟାବସ୍ଥା କେତେ ଗମ୍ଭୀର ହେଉଛି ତାହା ସ୍ପଷ୍ଟ ହୋଇନାହିଁ। ଓମିକ୍ରନ ଭାରିଆଣ୍ଟର ଲକ୍ଷଣ ପୂର୍ବ ଭାରିଆଣ୍ଟ ଅପେକ୍ଷା କେତେ ଭିନ୍ନ ତାହା ମଧ୍ୟ ସଠିକ୍ ଭାବେ କୁହାଯାଇନାହିଁ।
• ବର୍ତ୍ତମାନର ସୂଚନା ଅନୁସାରେ ଦକ୍ଷିଣ ଆଫ୍ରିକାରେ ଏବେ କୋଭିଡ୍ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ହେଲେ ଏହା ନୂଆ ଭାରିଆଣ୍ଟ ଓମିକ୍ରନ ଯୋଗୁ ହେଉଛି ନା ଏହାର କାରଣ ଅନ୍ୟ କିଛି ତାହା ସ୍ପଷ୍ଟ ହୋଇନି। ଦକ୍ଷିଣ ଆଫ୍ରିକାର ଯୁବକମାନଙ୍କ ପାଖରେ କୋଭିଡର ସାମାନ୍ୟ ଲକ୍ଷଣ ଦେଖିବାକୁ ମିଳୁଛି। ହେଲେ ଓମିକ୍ରନ ସଂକ୍ରମଣ କେତେ ଭୟାନକ କି ନୁହେଁ ତାହା ଜାଣିବାକୁ କିଛି ସମୟ ଲାଗିପାରେ ବୋଲି କୁହାଯାଉଛି।
• ଶେଷରେ ସବୁ ବିଶେଷଜ୍ଞଙ୍କ ମତ ଅନୁସାରେ, ଟିକାକରଣ ଏହି ଦିଗରେ ସବୁଠୁ ଅଧିକ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି। କୋଭିଡ୍ ନିୟମ ଅନୁପାଳନ ସହିତ ଦୁଇ ଡୋଜ୍ ଟିକା ନେବାକୁ ବିଶେଷଜ୍ଞ ଡାକ୍ତରମାନେ ପରାମର୍ଶ ଦେଇଛନ୍ତି।

Share Now:

Kalinga News Beuro

Next Post

ଡିସେମ୍ବର ୨ରୁ ୪ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା

Mon Nov 29 , 2021
ଭୁବନେଶ୍ୱର: ଆସନ୍ତାକାଲି, ମଙ୍ଗଳବାର, ନଭେମ୍ବର ୩୦ ତାରିଖରେ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ କ୍ଷେତ୍ର ବାତ୍ୟାରେ ରୂପାନ୍ତରିତ ହେବ କି ନାହିଁ, ତାହା ଏଯାବତ୍‌ ସ୍ପଷ୍ଟ ହୋଇନାହିଁ। ତେବେ, ଏହାର ପ୍ରଭାବରେ ଆସନ୍ତା ଡିସେମ୍ବର ୨ରୁ ୪ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହି ଲଘୁଚାପ ବାତ୍ୟାର ରୂପ ନେବ ନା […]
ଡିସେମ୍ବର ୨ରୁ ୪ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial