ମହାନଦୀ ବିବାଦ: ସୋମବାର ବିଜେଡି ଆଣିବ ମୁଲତବୀ ପ୍ରସ୍ତାବ

ନୂଆଦିଲ୍ଲୀ : ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ବିିଜୁ ଜନତା ଦଳ ସୋମବାର ରାଜ୍ୟସଭାରେ ମୁଲତବୀ ପ୍ରସ୍ତାବ ଆଣିବ ବୋଲି ଜଣାପଡ଼ିଛି। ଏହିି ପ୍ରସଙ୍ଗରେ ବିଜେଡି ସମଭାବାପନ୍ନ ଦଳମାନଙ୍କ ସହିତ ଆଲୋଚନା ଆରମ୍ଭ କରିଦେଇଥିବା ସୂଚନା ମିଳିଛି। ଏ ପରିପ୍ରେକ୍ଷୀର ଦଳ ପକ୍ଷରୁ ତୃଣମୂଳ କଂଗ୍ରେସ ଓ ତେଲେଙ୍ଗାନା ରାଷ୍ଟ୍ର ସମିତି ପରି ଦଳମାନଙ୍କ ସହ ଯୋଗାଯୋଗ କରାଯାଇଛି ଏବଂ ଏ ପ୍ରସଙ୍ଗରେ ସଂସଦରେ ସେମାନଙ୍କର ସମର୍ଥନ ଲୋଡ଼ାଯାଇଛି। ତେବେ ଏହି ଦୁଇ ଦଳ ବିଜେଡିିକୁ ସମର୍ଥନ କରିବେ କି ନାହିଁ ସେ ସମ୍ପର୍କରେ କିଛି ସ୍ପଷ୍ଟ ଜଣାପଡ଼ିନାହିଁ।

ଉଲ୍ଲେଖ ଥାଉ କି, ସଂସଦର ଏହି ଶୀତକାଳୀନ ଅଧିବେଶନରେ ମହାନଦୀ ଜଳବିବାଦ ପ୍ରସଙ୍ଗକୁ ବିଜେଡି ଜୋରସୋରରେ ଉପସ୍ଥାପନ କରିବା ପାଇଁ ଯୋଜନା କରୁଥିବା ବେଳେ ଅଣ ଏନ୍‌ଡିଏ ଓ ଅଣ ୟୁପିଏ ଦଳ ମାନଙ୍କର ସମର୍ଥନ ପାଇଁ ଉଦ୍ୟମ ଜାରି ରଖିିଥିବା ସୂତ୍ରରୁ ଜଣାପଡ଼ିଛି। ଗତ ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିଜେଡି ସଂସଦୀୟ ଦଳ ବୈଠକରେ ମହାନଦୀ ଜଳବିବାଦର ସମାଧାନ ପାଇଁ କେନ୍ଦ୍ରର ଓଡ଼ିଶା ବିରୋଧୀ ଆଭିମୁଖ୍ୟକୁ ବିରୋଧ କରାଯିବା ସହ ସଂସଦର ଶୀତ ଅଧିବେଶନରେ ଏହାକୁ ମୁଖ୍ୟ ପ୍ରସଙ୍ଗ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା ।

Share Now:

Kalinga News Beuro

Leave a Reply

Next Post

ଦୁବାଇ ସୁପର ସିରିଜ୍‌ ବ୍ୟାଡ୍‌ମିଣ୍ଟନ୍‌: ଟ୍ରଫି ପାଇଁ ଲଢ଼ିବେ ସିନ୍ଧୁ-ଆମାଗୁଚି

Sun Dec 17 , 2017
ଦୁବାଇ: ଚଳିତ ଦୁବାଇ ସୁପର ସିରିଜ୍‌ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାର ଲିଗ୍‌ ପର୍ଯ୍ୟାୟରେ ଅପରାଜେୟ ସହ ସେମିଫାଇନାଲ୍‌ରେ ପହଞ୍ଚିଥିବା ଭାରତୀୟ ଲଳନା ପିଭି ସିନ୍ଧୁ ବିଜୟ ଧାରା ଜାରି ରଖି ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ଶନିବାର ଖେଳା ଯାଇଥିବା ଦ୍ୱିତୀୟ ସେମିଫାଇନାଲ୍‌ରେ ବିଶ୍ୱ ମାନ୍ୟତାର ତୃତୀୟ ସିନ୍ଧୁ ୨୧-୧୫, ୨୧-୧୮ ସିଧାସଳଖ ଗେମ୍‌ରେ ଚୀନ୍‌ ପ୍ରତିଦ୍ୱନ୍ଦ୍ୱୀ ଚେନ୍‌ ୟୁଫେଇଙ୍କୁ ପରାସ୍ତ କରିଥିଲେ। ଏହି ମ୍ୟାଚ୍‌ ଜିତିବାକୁ ସିନ୍ଧୁଙ୍କୁ ୫୯ ମିନିଟ୍‌ ଲାଗିଥିଲା। […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial