୬୧୯ ଥାନାକୁ ‘ବ୍ରେଥ୍‌ ଆନାଲାଇଜର୍‌’ ଅନୁମତି

କଟକ: ମଦୁଆ ଚାଳକଙ୍କୁ ସାବାଡ୍‌ କରିବା ପାଇଁ ନୂଆ ରଣନୀତି। ଏଣିକି କେବଳ ସହରାଞ୍ଚଳ ନୁହେଁ, ରାଜ୍ୟର ସମସ୍ତ ଗ୍ରାମାଞ୍ଚଳ ପୁଲିସ ବି ବ୍ରେଥ୍‌ ଆନାଲାଇଜର୍‌ ବା ମଦଧରା ମେସିନ୍‌ ଜରିଆରେ ମଦୁଆ ଚାଳକଙ୍କୁ ଧରିପାରିବେ। ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇପାରିବେ। ଆଜି ରାଜ୍ୟର ସମସ୍ତ ୬୧୯ ଥାନାକୁ ଏହି ଅନୁମତି ମିଳିଛି। କଟକ କ୍ରାଇମବ୍ରାଞ୍ଚ୍‌ କାର୍ଯ୍ୟାଳୟରେ ଆୟୋଜିତ ‘ବ୍ରେଥ୍‌ ଆନାଲାଇଜର୍‌’ ଶୀର୍ଷକ କର୍ମଶାଳାରେ ଜିଲ୍ଲାଓ୍ଵାରୀ ଯୋଗ ଦେଇଥିବା କନେଷ୍ଟବଳଙ୍କୁ ଏ ସଂପର୍କରେ ଅବଗତ କରାଇଛନ୍ତି କ୍ରାଇମବ୍ରାଞ୍ଚ୍‌ ଏଡିଜି ସନ୍ତୋଷ ଉପାଧ୍ୟୟ। ଏହାସହିତ ଆଜି ରାଜ୍ୟର ବିଭିନ୍ନ ଥାନାକୁ ୬୮ଟି ବ୍ରେଥ୍‌ ଆନାଲାଇଜର୍‌ ମେସିନ୍‌ ଓ ୨୦୦ ଟ୍ୟୁବ୍‌ ବି ପ୍ରଦାନ କରାଯାଇଛି। ଏହାପୂର୍ବରୁ ଗତ ମାର୍ଚ୍ଚରେ ବିଭିନ୍ନ ଥାନାକୁ ୯୮ଟି ମେସିନ୍‌ ଯୋଗାଇ ଦିଆଯାଇଥିଲା। ପରବର୍ତୀ ସମୟରେ ଅବଶିଷ୍ଟ ଥାନାକୁ ମେସିନ୍‌ ଯୋଗାଇ ଦିଆଯିବାର ଯୋଜନା ହୋଇଥିବା ସୂଚନା ମିଳିଛି।

ସୂଚନାନୁଯାୟୀ, ୨୦୧୭ରେ ବ୍ରେଥ୍‌ ଆନାଲାଇଜର୍‌ ମେସିନ୍‌ ଜରିଆରେ ମଦଆଙ୍କୁ ସାବାଡ୍‌ କରିବା ପାଇଁ ଯୋଜନା ହୋଇଥିଲା। ଏହି କ୍ରମରେ ୨୦୧୮, ମାର୍ଚ୍ଚରେ ଓଡ଼ିଶା ରୋଡ୍‌ ସେଫଟି ସୋସାଇଟି ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ୯୨ଟି ମଦଧରା ମେସିନ୍‌ ଯୋଗାଇ ଦିଆଯାଇଥିଲା। ଦ୍ୱିତୀୟ ପର୍ଯ୍ୟାୟରେ ଆଜି ୬୮ଟି ମେସିନ୍‌ ଏବଂ ୨୦୦ ଟ୍ୟୁବ୍‌ ବଣ୍ଟାଯାଇଥିବା ବେଳେ ଅବଶିଷ୍ଟ ସମସ୍ତ ଥାନାଗୁଡ଼ିକୁ ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟରେ ମେସିନ୍‌ ଯୋଗାଇ ଦିଆଯିବାର ଯୋଜନା ହୋଇଛି। ବିଶେଷକରି ପ୍ରତ୍ୟେକ ଥାନାକୁ ଗୋଟିଏ ଲେଖାଏଁ ମେସିନ୍‌ ପ୍ରଦାନ କରାଯିବ ବୋଲି ଆଜି ରାଜ୍ୟ କ୍ରାଇମ୍‌ବ୍ରାଞ୍ଚ କାର୍ଯ୍ୟାଳୟରେ ଆୟୋଜିତ ବୈଠକରେ ନିଷ୍ପତ୍ତି ହୋଇଛି । ଆୟୋଜିତ କର୍ମଶାଳାରେ କ୍ରାଇମ୍‌ବ୍ରାଞ୍ଚ ଏଡିଜି ଶ୍ରୀ ଉପାଧ୍ୟାୟଙ୍କ ସମେତ ଏସ୍‌ପି ରାଜେଶ ପଣ୍ଡିତ, ପି.କେ. ଜେନା, ରାଧା ବିନୋଦ ପାଣିଗ୍ରାହୀ, ଏସ୍‌ଟିଏର ଯୁଗ୍ମ ଆୟୁକ୍ତ ଚିତ୍ତରଞ୍ଜନ ରାୟ ପ୍ରମୁଖ ଉପସ୍ଥିତ ଥିଲେ।

Share Now:

Kalinga News Beuro

Leave a Reply

Next Post

ଅବ୍‌ଦୁଲ୍‌ କଲାମ୍‌ ଦ୍ୱୀପରୁ କ୍ଷେପଣାସ୍ତ୍ର ଅଗ୍ନି-୫ର ସଫଳ ପରୀକ୍ଷଣ

Sun Jun 3 , 2018
ଚାନ୍ଦବାଲି: ରବିବାର ସକାଳ ୯ଟା ୪୯ ମିନିଟ୍‌ ସମୟରେ ଧାମରା ଠାରେ ଥିବା ଅବ୍‌ଦୁଲ୍‌ କଲାମ୍‌ ଦ୍ୱୀପରୁ କ୍ଷେପଣାସ୍ତ୍ର ଅଗ୍ନି-୫ ଉତ୍‌କ୍ଷେପଣ ପୂର୍ବକ ସଫଳ ପରୀକ୍ଷା କରାଯାଇଛି। ତଟ ଠାରୁ ୩ କିଲୋମିଟର ସମୁଦ୍ର ଭିତରକୁ ଥିବା ଅବ୍‌ଦୁଲ୍‌ କଲାମ ଦ୍ୱୀପର (ପୂର୍ବରୁ ଏହକୁ ହ୍ଵିଲର୍‌ ଦ୍ୱୀପ କୁହାଯାଉଥିଲା।) ୪ ନମ୍ବର୍‌ ଲଞ୍ଚ୍‌ପ୍ୟାଡ୍‌ରୁ ଉତ୍‌କ୍ଷେପିତ ହୋଇଥିବା ଅଗ୍ନି-୫ ହେଉଛି ଭାରତର ପ୍ରତିରକ୍ଷା ଉନ୍ନୟନ ବିଭାଗର ସବୁଠାରୁ ଶକ୍ତିଶାଳୀ ବାଲାଷ୍ଟିକ କ୍ଷେପଣାସ୍ତ୍ର। […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial