ଅବ୍‌ଦୁଲ୍‌ କଲାମ୍‌ ଦ୍ୱୀପରୁ କ୍ଷେପଣାସ୍ତ୍ର ଅଗ୍ନି-୫ର ସଫଳ ପରୀକ୍ଷଣ

ଚାନ୍ଦବାଲି: ରବିବାର ସକାଳ ୯ଟା ୪୯ ମିନିଟ୍‌ ସମୟରେ ଧାମରା ଠାରେ ଥିବା ଅବ୍‌ଦୁଲ୍‌ କଲାମ୍‌ ଦ୍ୱୀପରୁ କ୍ଷେପଣାସ୍ତ୍ର ଅଗ୍ନି-୫ ଉତ୍‌କ୍ଷେପଣ ପୂର୍ବକ ସଫଳ ପରୀକ୍ଷା କରାଯାଇଛି।

ତଟ ଠାରୁ ୩ କିଲୋମିଟର ସମୁଦ୍ର ଭିତରକୁ ଥିବା ଅବ୍‌ଦୁଲ୍‌ କଲାମ ଦ୍ୱୀପର (ପୂର୍ବରୁ ଏହକୁ ହ୍ଵିଲର୍‌ ଦ୍ୱୀପ କୁହାଯାଉଥିଲା।) ୪ ନମ୍ବର୍‌ ଲଞ୍ଚ୍‌ପ୍ୟାଡ୍‌ରୁ ଉତ୍‌କ୍ଷେପିତ ହୋଇଥିବା ଅଗ୍ନି-୫ ହେଉଛି ଭାରତର ପ୍ରତିରକ୍ଷା ଉନ୍ନୟନ ବିଭାଗର ସବୁଠାରୁ ଶକ୍ତିଶାଳୀ ବାଲାଷ୍ଟିକ କ୍ଷେପଣାସ୍ତ୍ର।

ପୂର୍ବରୁ ୫ଥର ଅଗ୍ନି-୫ର ପରୀକ୍ଷଣ ସଫଳ ହୋଇଛି। ଆଜି ହୋଇଥିବା ଷଷ୍ଠ ପରୀକ୍ଷଣ ମଧ୍ୟ ସଫଳ ହୋଇଛି ବୋଲି କ୍ଷେପଣାସ୍ତ୍ର ବୈଜ୍ଞାନିକମାନେ କହିଛନ୍ତି। ପରୀକ୍ଷଣ ସମୟରେ କୋଷ୍ଟ୍‍ଗାର୍ଡ ତରଫରୁ ସମୁଦ୍ର ମଧ୍ୟରେ କଡ଼ା ପହରା ଦିଆଯାଇଥିଲା।

ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଅଗ୍ନି-୫ କ୍ଷେପଣାସ୍ତ୍ର ଷ୍ଟ୍ରାଟେଜିକ୍‌ କମାଣ୍ଡରେ ସୁପରିଚାଳିତ ହୋଇ ୫ହଜାର କିମିରୁ ୮ହଜାର କିମି ଦୂରତ୍ୱକୁ ଲକ୍ଷ୍ୟଭେଦ କରିପାରିବ। ଏହି କ୍ଷେପଣାସ୍ତ୍ରର ପରୀକ୍ଷା ପରେ ଭାରତ ତା’ର ଅନ୍ୟତମ ପାରମ୍ପରିକ ଶତ୍ରୁ ଚୀନ୍‌ ପ୍ରତି ବିପଦ ସୃଷ୍ଟି କରିବାର ସାହସ ଜୁଟାଇଛି। ଅନ୍ତର୍ମହାଦେଶୀୟ ବାଲାଷ୍ଟିକ କ୍ଷେପଣାସ୍ତ୍ର ଡଙ୍ଗପେଙ୍ଗ-୫(କ)ର ଜବାବ ଦେବାକୁ ଭାରତ ଅଗ୍ନି-୫ କ୍ଷେପଣାସ୍ତ୍ର ସକ୍ଷମ।

Share Now:

Kalinga News Beuro

Leave a Reply

Next Post

ରାଜ୍ୟପାଳଙ୍କୁ ଦିଆଯାଉଥିବା ଭତ୍ତାକୁ ନେଇ କେନ୍ଦ୍ର ସରକାର ଆଣିଲେ ନୂଆ ଗାଇଡ଼୍‍ଲାଇନ୍‌, ଜାଣନ୍ତୁ କାହାକୁ ମିଳିବ କେତେ?

Sun Jun 3 , 2018
  ନୂଆଦିଲ୍ଲୀ: ରାଜ୍ୟପାଳମାନଙ୍କୁ ମିଳୁଥିବା ଭତ୍ତାରେ ପରିବର୍ତ୍ତନ ଆଣିବାକୁ ଯାଉଛନ୍ତି କେନ୍ଦ୍ର ସରକାର । ଆଗରୁ ମିଳୁଥିବା ଭତ୍ତା ଏବଂ ଅନ୍ୟାନ୍ୟ ସୁବିଧାରେ ପରିବର୍ତ୍ତନ ଆଣି ଏକ ନୂଆ ଗାଇଡ଼୍‍ଲାଇନ୍‌ ପ୍ରସ୍ତୁତ କରିଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ଗୃହ ମନ୍ତ୍ରାଳୟ ତରଫରୁ ଜାରି କରାଯାଇଥିବା ସୂଚନା ଅନୁଯାୟୀ ସମସ୍ତ ରାଜ୍ୟର ରାଜ୍ୟପାଳଙ୍କ ଅପେକ୍ଷା ପଶ୍ଚିମବଙ୍ଗର ରାଜ୍ୟପାଳଙ୍କୁ ଅଧିକ ଭତ୍ତା ଦିଆଯିବ । ୧.୮୧କୋଟି ଟଙ୍କା ତାଙ୍କୁ ଭତ୍ତା ଆକାରରେ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial