ମା ସାଜିଲା ପିଶାଚୀନି: ପୋଡିଦେଲା ନିଜ ଛୁଆ

ଭୁବନେଶ୍ୱର: ରାଜଧାନୀରେ ଅଭାବନୀୟ ଘଟଣା ଘଟିଛି। ସାଲିଆସାହିରେ ଏକ ୭ ମାସର ଶିଶୁ କନ୍ୟାକୁ ତା’ର ମାଆ ନିଆଁରେ ପୋଡ଼ି ଦେଇଥିବା ନେଇ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ଶିଶୁଟିକୁ ଉଦ୍ଧାର କରାଯାଇଛି। ପିଲାଟିକୁ ଅଧିକ ଚିକିତ୍ସା ନିମନ୍ତେ କଟକ ବଡ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି।

ଘଟଣା ସମ୍ପର୍କରେ ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଜାରି ରଖିଛି। ମହିଳା ଜଣଙ୍କ ଏକ କପଡାରେ କିରୋସିନି ଢାଳି ସେଥିରେ ନିଆଁ ଲଗାଇ ଶିଶୁକନ୍ୟାକୁ ପୋଡ଼ି ଦେଇଥିବା ଅଭିଯୋଗ ହୋଇଛି। ମା’ର ମାନସିକ ବିକୃତି ଥିବା କୁହାଯାଉଛି।

Share Now:

Kalinga News Beuro

Leave a Reply

Next Post

ରତ୍ନଭଣ୍ଡାରରେ ରହିଛି ୧୨୮୩୧ ଭରି ଓଜନର ସୁନା ଅଳଙ୍କାର

Thu Apr 26 , 2018
ଭୁବନେଶ୍ୱର: ପୁରୀ ଶ୍ରୀମନ୍ଦିରର ରତ୍ନଭଣ୍ଡାର ନେଇ ସବୁ ବେଳେ ଭକ୍ତମାନଙ୍କର ସ୍ୱତନ୍ତ୍ର ଆକର୍ଷଣ ରହିଛିି। କେତେ ପରିମାଣର ସମ୍ପତ୍ତି ରତ୍ନଭଣ୍ଡରରେ ହିଛି ତାହା ଜାଣିବା ପାଇଁ ଭକ୍ତମାନଙ୍କର ଉତ୍ସୁକତା ରହିଛି। ଆଜି ବିଧାନସଭାରେ ବିଜେପି ସଦସ୍ୟ ଦିଲ୍ଲୀପ ରାୟଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ଆଇନମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ଯେ ଶ୍ରୀମନ୍ଦିରରେ ୧୯୭୮ ମସିହାରେ ରତ୍ନଭଣ୍ଡାରର ଏକ ତାଲିକା ପ୍ରସ୍ତୁତ କରାଯାଇଥିଲା। ଏହି ତାଲିକା ଅନୁଯାୟୀ, ରତ୍ନଭଣ୍ଡାରରେ ୧୨,୮୩୧ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial