କରୋନା ମୁକ୍ତ ହେଲେ ସ୍ୱର ସମ୍ରାଜ୍ଞୀ ଲତା ମଙ୍ଗେସକର : ରିପୋର୍ଟ ହେଲା ନେଗେଟିଭ

ସ୍ବରସାମ୍ରାଜ୍ଞୀ ଲତା ମଙ୍ଗେସକର-2

ମୁମ୍ବାଇ: କରୋନା ମୁକ୍ତ ହେଲେ ସ୍ୱର ସମ୍ରାଜ୍ଞୀ ଲତା ମଙ୍ଗେସକର। ରିପୋର୍ଟ ହେଲା ନେଗେଟିଭ। ଜାନୁଆରି ୮ରେ ସେ କରୋନା ଆକ୍ରାନ୍ତ ହୋଇଥିଲେ। ତାଙ୍କର ସ୍ବାବ ନମୁନା ପଜିଟିଭ ଆସିବା ସହ ତାଙ୍କୁ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲକୁ ନିଆଯାଇଥିଲା। କିଛି ଦିନର ଚିକିତ୍ସା ପରେ ଏବେ ସେ କରୋନା ମୁକ୍ତ ହୋଇଥିବା ଜଣାପଡ଼ିଛି। ତାଙ୍କର ରିପୋର୍ଟ ନେଗେଟିଭ ଆସିଥିବା କହିଛନ୍ତି ମହାରାଷ୍ଟ୍ର ସ୍ବାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ। ସେ ଉଭୟ କରୋନା ଓ ନିମୋନିଆ ମୁକ୍ତ ହୋଇଥିବା ଜଣାପଡ଼ିଛି। ଏହା ପୂର୍ବରୁ ନଭେମ୍ବର ୨୦୧୯ରେ ଲତା ମଙ୍ଗେସକର ଛାତି ଜନିତ ସମସ୍ୟା ହେତୁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ପରେ ତାଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଥିଲା। ଉଲ୍ଲେଖଯୋଗ୍ୟ, ଲତା ମଙ୍ଗେସକର ୧୯୨୯ ମସିହା ସେପ୍ଟେମ୍ବର ୨୮ ତାରିଖରେ ମଧ୍ୟପ୍ରଦେଶର ଇନ୍ଦୋର ସହରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା ଦିନାନାଥ ମଙ୍ଗେସକର ଜଣେ ଶାସ୍ତ୍ରୀୟ ସଙ୍ଗୀତ ଗାୟକ, ଗୁରୁ ଓ ଥିଏଟର କଳାକାର ଥିଲେ । ପିଲାବେଳୁ ହିଁ ସଙ୍ଗୀତ ପ୍ରତି ମନ ବଳାଇଥିଲେ ଲତା। ତାଙ୍କ ସହ ତାଙ୍କ ଭାଇ ଓ ଭଉଣୀମାନେ ମଧ୍ୟ ଗୀତ ଶିଖୁଥିଲେ। ହେଲେ ଲତାଙ୍କୁ ୧୩ ବର୍ଷ ବୟସ ହୋଇଥିବା ବେଳେ ହୃଦଘାତରେ ତାଙ୍କ ବାପାଙ୍କ ଦେହାନ୍ତ ହୋଇଥିଲା। ଆଉ ପରିବାର ଚଳାଇବା ପାଇଁ ଶେଷରେ ୧୯୪୨ ମସିହାରେ ଚଳଚ୍ଚିତ୍ର ସଙ୍ଗୀତ ଜଗତରେ ପାଦ ଦେଇଥିଲେ ଲତା ମଙ୍ଗେସକର। ୧୯୪୨ରୁ ୧୯୪୮ ମସିହା ମଧ୍ୟରେ ଲତା ମଙ୍ଗେସକର ହିନ୍ଦୀ ଓ ମରାଠୀ ଭାଷାରେ ୮ଟି ଗୀତରେ କଣ୍ଠଦାନ କରିଥିଲେ। ୧୯୪୨ ମସିହାରେ ମରାଠୀ ଚଳଚ୍ଚିତ୍ର କିଟ୍ଟି ହାସଲରୁ ସେ ଗାୟିକା ଭାବେ କ୍ୟାରିୟର ଆରମ୍ଭ କରିଥିଲେ। ଏହାପରେ ମଜବୁର, ବେଦର୍ଦ ଭଳି ଦୁଇଟି ଚଳଚ୍ଚିତ୍ରରେ ଗୀତ ଗାଇ ପରିଚିତ ହେବା ପରେ ପୂରା ସଙ୍ଗୀତ ଜଗତରେ ଛାଇ ଯାଇଥିଲେ ଲତା। ୧୯୬୩ ମସିହାରେ ହୋଇଥିବା ଭାରତ-ଚୀନ ଯୁଦ୍ଧ ସମୟରେ ଲତାଙ୍କ ଗୀତ ‘ଏ ମେରେ ବତନ କେ ଲୋଗୋଁ’ ପୂରା ଦେଶବାସୀଙ୍କ ମନକୁ ଛୁଇଁଥିଲା। ସେତେବେଳର ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ଏହି ଗୀତ ଶୁଣି ଭାବବିହ୍ୱଳ ହୋଇପଡିଥିଲେ। ଏହି ଗୀତ ପାଇଁ ତାଙ୍କୁ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଏହାପରେ ଲତା ମଙ୍ଗେସକର ‘ଲଗଜା ଗଲେ’, ‘ପ୍ୟାର କା ନଗମା’, ‘ସିସା ହୋ ୟା ଦିଲ’, ‘ତେରେ ବିନା ଜିନ୍ଦେଗୀ ସେ କୋଇ ସିକୱା ନେହିଁ’ ଭଳି ଗୀତ ଗାଇ ଘରେ ଘରେ ପରିଚିତ ହୋଇଥିଲେ।

Share Now:

Kalinga News Beuro

Next Post

କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା: ବକେୟା ଦରମା ସହିତ କୋଭିଡ ସହାୟତା ରାଶି ପ୍ରଦାନ କରିବାକୁ ଦାବି

Mon Jan 31 , 2022
ଭୁବନେଶ୍ବର: ରାଜଧାନୀର କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିବାର ଖବର ମିଳିଛି। ବକେୟା ଦରମା ସହିତ କୋଭିଡ ସହାୟତା ରାଶି ପ୍ରଦାନ କରାନଯିବାକୁ ନେଇ ଏଭଳି ଘଟିଥିବା ଜଣାଯାଇଛି। ସମନ୍ବିତ ରୋଗ ନିରୂପଣ କେନ୍ଦ୍ର ସମୁଖରେ ଚୁକ୍ତିଭିତ୍ତିକ କର୍ମଚାରୀ ଧାରଣା ଦେଇଛନ୍ତି।କ୍ୟାପିଟାଲ ହସ୍ପିଟାଲ ଏକ ଘରୋଇ କମ୍ପାନି ଟେକମେଡ ହେଲଥ କେୟାର(ନିଦାନ)କୁ ରୋଗ ନିରୂପଣ କରିବା ପାଇଁ ଏକ ଲ୍ୟାବ ଦିଆଯାଇଥିଲା। ସେଠାରେ କାମ କରୁଥିବା କର୍ମଚାରୀଙ୍କୁ ୪ […]
କ୍ୟାପିଟାଲ ହସ୍ପିଟାଲ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial