ଶ୍ରୀଲଙ୍କା ଆଗରେ ୨୦୦ ରନର ବିଜୟ ଲକ୍ଷ୍ୟ ରଖିଲା ଭାରତ

ଶ୍ରୀଲଙ୍କା ଆଗରେ ୨୦୦ ରନର ବିଜୟ ଲକ୍ଷ୍ୟ

ଲକ୍ଷ୍ନୌ : ଲକ୍ଷ୍ନୌର ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀ ଏକାନା କ୍ରିକେଟ ଷ୍ଟାଡିୟମଠାରେ ଚାଲିଥିବା ଭାରତ ଶ୍ରୀଲଙ୍କା ପ୍ରଥମ ଟି-୨୦ରେ ଭାରତ ଶ୍ରୀଲଙ୍କା ଆଗରେ ୨୦୦ ରନର ବିଜୟ ଲକ୍ଷ୍ୟ ରଖିଛି। ଏହି ମ୍ୟାଚରେ ଶ୍ରୀଲଙ୍କା ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରିଥିବା ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୨ଟି ଓ୍ବିକେଟ ହରାଇ ୧୯୯ ରନ କରିଥିଲା। ଓପନର ଇଶାନ କିଷନ ୫୬ ବଲରେ ବିସ୍ଫୋରକ ୮୯ କରିଥିଲେ। ସେହିପରି ଅଧିନାୟକ ରୋହିତ ଶର୍ମା ୪୪ ରନ କରିଥିବାବେଳେ ଶ୍ରେୟସ ଆୟର ଅପରାଜିତ ୫୭ ରନ କରିଥିଲେ। ଶ୍ରୀଲଙ୍କା ପକ୍ଷରୁ ଲାହିରୁ କୁମାରା ଓ ଦାସୁନ ସନକା ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ। ନିକଭାରତୀୟଟରେ ସମାପ୍ତ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ଓ ଟି-୨୦ ସିରିଜକୁ କ୍ଲିନ ସ୍ପିପ କରି ଭାରତୀୟ ଦଳର ମନୋବଳ ଦୃଢ ରହିଛି। ଏହି ବିଜୟ ଧାରାକୁ ବଜାୟ ରଖିବାକୁ ଉଦ୍ୟମ କରିବ ଭାରତୀୟ ଦଳ।

Share Now:

Kalinga News Beuro

Next Post

ନକଲି ଡାକ୍ତର ରଙ୍ଗିଲା ରମେଶ ନାଁରେ ଲମ୍ବୁଛି ଅଭିଯୋଗ: ୧୭ ନମ୍ବର ସ୍ତ୍ରୀଙ୍କ ୩୫ ଲକ୍ଷ ଚଳୁ

Thu Feb 24 , 2022
ଭୁବନେଶ୍ବର : ନକଲି ଡାକ୍ତର ରଙ୍ଗିଲା ରମେଶ ସ୍ବାଇଁ ନାଁରେ ଅଭିଯୋଗ ଫର୍ଦ୍ଦ ଲମ୍ବିବାରେ ଲାଗିଛି। ପୁଲିସ ତାକୁ ରିମାଣ୍ଡରେ ଆଣି ଖୋଳତାଡ୍‌ କରିବା ଭିତରେ ତା’ ଗୁମର ଯେତିକି ଖୋଲିଛି, ତା’ଠୁ ବହୁ ଅଧିକ ଅଭିଯୋଗ ଆସିବାରେ ଲାଗିଛି। ପ୍ରଥମରୁ ଲୋକଲଜ୍ଜା ଡରରେ ମୁହଁ ଖୋଲୁନଥିବା ସ୍ତ୍ରୀମାନେ ଏବେ ସାମ୍ନାକୁ ଆସିବା ଆରମ୍ଭ କଲେଣି। ପ୍ରଥମେ ଦିଲ୍ଲୀର ଶିକ୍ଷୟିତ୍ରୀ ତଥା ରମେଶର ୭ ନମ୍ବର ସ୍ତ୍ରୀଙ୍କ ଅଭିଯୋଗରେ ତାକୁ […]
ଡାକ୍ତର ରଙ୍ଗିଲା ରମେଶ ନାଁରେ ଅଭିଯୋଗ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial