ୟୁକ୍ରେନରେ ପ୍ରାଣ ହରାଇଥିବା ଛାତ୍ରଙ୍କ ପରିବାର ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦୀ

ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ୟୁକ୍ରେନର ଖାରକିଭରେ ଗୁଳିମାଡରେ ମୃତ୍ୟୁବରଣ କରିଥିବା କର୍ଣ୍ଣାଟକର ଡାକ୍ତରୀ ଛାତ୍ର ନବୀନ ଶେଖରପ୍ପାଙ୍କ ପରିବାର ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଥା ହୋଇଛନ୍ତି। ଏହି ଦୁଃଖର ସମୟରେ ସମଗ୍ର ଦେଶ ତାଙ୍କ ସହ ଅଛି ବୋଲି ପ୍ରଧାନମନ୍ତ୍ରୀ ମୋଦୀ ପରିବାରବର୍ଗଙ୍କ ସହ କଥାବାର୍ତ୍ତା ସମୟରେ ସହାନୁଭୂତି ପ୍ରକାଶ କରି କହିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ପୂର୍ବରୁ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବସଭରାଜ ବୋମାଇ ମଧ୍ୟ ନବୀନଙ୍କ ପରିବାର ସହ କଥା ହୋଇଥିଲେ ଓ ଏହି ଘଟଣାରେ ଦୁଃଖ ପ୍ରକାଶ କରିଥିଲେ। ଏହା ସହିତ ସେ ପରିବାରଙ୍କୁ ଭରସା ଦେଇଥିଲେ ଯେ ବିଦେଶ ମନ୍ତ୍ରାଳୟ ସହ ସେ ଯୋଗାଯୋଗରେ ଅଛନ୍ତି ଯାହାଦ୍ଵାରା ନବୀନଙ୍କ ଶବକୁ ଭାରତକୁ ଅଣାଯାଇପାରିବ ଓ ପରିବାର ଲୋକେ ଶେଷ ବିଦାୟୀ ଦେଇପାରିବେ। ଭାରତର ବୈଦେଶିକ ମନ୍ତ୍ରାଳୟ ଆଜି ଦ୍ୱିପ୍ରହରରେ ଏକ ଟ୍ଵିଟ୍ ଦ୍ଵାରା ନଵୀନ ମୃତ୍ୟୁବରଣ କରିଥିବା ବିଷୟରେ ସୂଚନା ଦେଇଥିଲେ। ବୈଦେଶିକ ମନ୍ତ୍ରାଳୟ ତରଫରୁ କୁହାଯାଇଛି ଯେ ଆଜି ସକାଳେ ଖାଦ୍ୟ ପାଇଁ ଏକ ଦୋକାନରେ ନବୀନ ଧାଡିରେ ଛିଡା ହୋଇଥିବା ବେଳେ ଗୁଳି ବାଜିବାରୁ ନବୀନଙ୍କ ମୃତ୍ୟୁ ଘଟିଛି। ତେବେ କେତେକ ମିଡିଆରେ ପ୍ରକାଶିତ ରିପୋର୍ଟ ଅନୁସାରେ ନବୀନ ଯେଉଁ ବିଲଡିଂକୁ ଖାଦ୍ୟ ସାମଗ୍ରୀ ଆଣିବାକୁ ଯାଇଥିଲେ ସେଠାରେ ଋଷ ସେନା ମିସାଇଲ୍ ଦ୍ଵାରା ଆକ୍ରମଣ କରିବାରୁ ନବୀନଙ୍କ ମୃତ୍ୟୁ ଘଟିଛି। ବୈଦେଶିକ ମନ୍ତ୍ରାଳୟ ଅନୁସାରେ ଏହି ମାମଲାରେ ଋଷ ଓ ୟୁକ୍ରେନର ରାଜୂତକୁ ସମନ ଜାରି କରାଯାଇଛି ଓ ଦୁଇଦେଶଙ୍କୁ କୁହାଯାଇଛି ଭାରତୀୟ ଛାତ୍ରଙ୍କୁ ସୁରକ୍ଷିତ ପ୍ରତ୍ୟର୍ପଣ ପାଇଁ ବ୍ୟବସ୍ଥା କରାଯାଉ।

Share Now:

Kalinga News Beuro

Next Post

୮୪୫ ଜିଲ୍ଲା ପରିଷଦ ଜୋନର ଫଳାଫଳ ଘୋଷିତ: ୭୫୯ଟିରେ ବିଜେଡି ବିଜୟୀ

Tue Mar 1 , 2022
ଭୁବନେଶ୍ୱର : ରାଜ୍ୟରେ ତ୍ରିସ୍ତରୀୟ ନିର୍ବାଚନ ସରି ଯାଇଥିବାବେଳେ ତିନିଦିନ ହେଲା ଭୋଟ ଗଣତି ଜାରି ରହିଛି। ମୋଟ୍ ୮୫୧ରୁ ଏଯାବତ୍ ୮୪୫ ଜିଲ୍ଲା ପରିଷଦ ଜୋନର ଫଳାଫଳ ଘୋଷିତ ହୋଇଛି। ଏଥିମଧ୍ୟରୁ ବିଜେଡି ୭୫୯, ବିଜେପି ୪୨, କଂଗ୍ରେସ ୩୭, ସ୍ୱାଧୀନ ୩ ଓ ଅନ୍ୟାନ୍ୟ ୪ଟି ଜୋନରେ ବିଜୟୀ ହୋଇଛି। ଆଉ ୬ଟି ଜୋନର ଫଳ ପ୍ରକାଶ ବାକି ଅଛି। ସୋମବାର ଥିଲା ଗଣତିର ତୃତୀୟ ତଥା […]
୭୫୯ଟିରେ ବିଜେଡି ବିଜୟୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial