ନ୍ୟାସନାଲ କନଫରେନ୍ସ ନେତାଙ୍କ ବିବାଦୀୟ ବୟାନ : କଶ୍ମୀର ପଣ୍ଡିତ ନିଜ ଇଚ୍ଛାରେ ଛାଡ଼ିଥିଲେ ଭିଟାମାଟି

କଶ୍ମୀର ପଣ୍ଡିତ

ନୂଆଦିଲ୍ଲୀ : ବିବେକ ଅଗ୍ନିହୋତ୍ରୀଙ୍କ ଚଳଚ୍ଚିତ୍ର ‘ଦି କଶ୍ମୀର ଫାଇଲ୍ସ’କୁ ନେଇ ସମଗ୍ର ଦେଶରେ ଚର୍ଚ୍ଚା ଜାରି ରହିଛି। ଏହି ଚଳଚ୍ଚିତ୍ର ପୁଣିଥରେ ୧୯୯୦ ମସିହାରେ କଶ୍ମୀର ପଣ୍ଡିତଙ୍କ ଉପରେ ହୋଇଥିବା ପାଶବିକ ଅତ୍ୟାଚାର ଓ ଗଣହତ୍ୟାର କ୍ଷତକୁ ଜୀବନ୍ତ କରିଦେଇଛି। କିନ୍ତୁ ଏହି ଚଳଚ୍ଚିତ୍ରକୁ ନେଇ ଦେଶରେ ରାଜନୀତି ମଧ୍ୟ ଜାରି ରହିଛି। ଆଜି ନ୍ୟାସନାଲ କନଫରେନ୍ସ(ଏନସି)ର ଜଣେ ବରିଷ୍ଠ ନେତା ମୁସ୍ତାଫା କମାଲ ଏକ ବିବାଦୀୟ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ କଶ୍ମୀର ପଣ୍ଡିତମାନେ ନିଜ ଇଚ୍ଛାରେ ପଳାୟନ କରିଥିଲେ। ଏଥିପାଇଁ ଫାରୁକ ଅବଦୁଲ୍ଲାଙ୍କ ନେତୃତ୍ବରେ ଥିବା ତତକାଳୀନ ସରକାରଙ୍କୁ ଦାୟୀ କରାଯିବା ଠିକ ନୁହେଁ। କାରଣ ସେତେବେଳେ ଫାରୁକ ଅବଦୁଲ୍ଲା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇସାରିଥିଲେ ଓ ସରକାର ରାଜ୍ୟପାଳ ଜଗମୋହନଙ୍କ ନିୟନ୍ତ୍ରଣରେ ଥିଲା। ଟାଇମ୍ସ ନାଓ ସହ ଏକ ସାକ୍ଷାତକାର ବେଳେ ସେ କହିଛନ୍ତି ଯେ ଘାଟିରେ ନ୍ୟାସନାଲ କନଫରେନ୍ସ ସରକାର ପଣ୍ଡିତ ମାନଙ୍କ ସହ ଭାଇଚାରା ରକ୍ଷା କରିଥିଲେ। କିନ୍ତୁ ପଳାୟନ ପାଇଁ ସେମାନେ ନିଜେ ଦାୟୀ। ନିଜ ଇଚ୍ଛାରେ ସେମାନେ ପଳାୟନ କରିଥିଲେ। କମାଲ ମଧ୍ୟ କଶ୍ମୀର ପଣ୍ଡିତଙ୍କ ଗଣହତ୍ୟା ହୋଇଥିବା କଥାକୁ ଅସ୍ବୀକାର କରୁଛନ୍ତି। ସେ କହିଛନ୍ତି ଯେ ଏହି ଫିଲ୍ମରେ ଘଟଣାଗୁଡ଼ିକୁ ଅତିରଂଜିତ କରି ଦେଖାଯାଇଛି। ଜମ୍ମୁ ଓ କଶ୍ମୀରର ମୁସଲିମ ସଂପ୍ରଦାୟଙ୍କୁ ଟାର୍ଗେଟ କରିବାକୁ ଏହା କରାଯାଇଛି। ତାଙ୍କର ଏହି ବୟାନକୁ ନେଇ ବିବାଦ ସୃଷ୍ଟି ହୋଇଛି।

Share Now:

Kalinga News Beuro

Next Post

ମାଲିସ ବାହାନାରେ ବିଦେଶିନୀଙ୍କୁ ଦୁଷ୍କର୍ମ : ଅଭିଯୁକ୍ତ ଗିରଫ

Fri Mar 18 , 2022
ଜୟପୁର: ଆୟୁର୍ବେଦିକ ମାଲିସ୍‌ ବାହାନାରେ ନେଦରଲ୍ୟାଣ୍ଡର ଜଣେ ମହିଳାଙ୍କୁ ଜୟପୁରରେ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ ଅଭିଯୁକ୍ତ ଦୁଷ୍କର୍ମକାରୀ ଜଣକ ଜୟପୁର ସହରଛାଡି ପଳାୟନ କରିବାକୁ ଚେଷ୍ଟା କରୁଥିବା ବେଳେ ପୁଲିସ୍‌ ହାତରେ ଗିରଫ ହୋଇଛି। ହସ୍ତଗତ ହୋଇଥିବା ରିପୋର୍ଟରୁ ପ୍ରକାଶ, ରାଜସ୍ଥାନର ଜୟପୁରରେ ନେଦରଲ୍ୟାଣ୍ଡର ଜଣେ ମହିଳାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ଜୟପୁର ସହରର ଏକ ହୋଟେଲରେ ଘଟିଛି। ପୁଲିସ ସୂଚନା ଅନୁଯାୟୀ, […]
ମସାଜ ବାହାନାରେ ବିଦେଶିନୀଙ୍କୁ ଦୁଷ୍କର୍ମ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial