ଭାରତ ଓ ରୁଷିଆର ବନ୍ଧୁତ୍ଵରେ ଆମେରିକା ଖୁସି ନୁହଁ

ଭାରତ ଓ ରୁଷିଆର ବନ୍ଧୁତ୍ଵରେ ଆମେରିକା ଖୁସି ନୁହଁ

ନୂଆଦିଲ୍ଲୀ: ୩୧ ଦିନ ଧରି ଜାରି ରହିଥିବା ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ନେଇ ଭାରତର ନିଷ୍ପତ୍ତି ଅନେକ ଦେଶକୁ ଚକିତ କରିଛି। ଭାରତର ନିଷ୍ପତ୍ତିରେ ଆମେରିକା ଚିନ୍ତିତ ତ ଅଛି; କିନ୍ତୁ ଆମେରିକା ଭାବୁଛି ସେ ଭାରତକୁ ନିଜ କଥାରେ ମନାଇବାକୁ ଦିନେ ସଫଳ ହେବ। ହ୍ଵାଇଟ୍ ହାଉସ୍ ସିକ୍ୟୁରିଟି କାଉନସିଲରେ ଇଣ୍ଡୋ-ପେସିଫିକ୍ ଡାଇରେକ୍ଟର ମୀରା ରାପ୍ ହୁପର୍ କହିଛନ୍ତି, ଆମେ ଭାରତକୁ ସାଙ୍ଗରେ ଆଣିବାକୁ ଚେଷ୍ଟା କରୁଛୁ। ୟୁକ୍ରେନ ଉପରେ ରୁଷିଆ ଆକ୍ରମଣର ନିନ୍ଦା କରୁଥିବା ସମସ୍ତ ପ୍ରସ୍ତାବକୁ ନେଇ ୟୁଏନଏସସିରେ ହୋଇଥିବା ଭୋଟିଂରେ ଭାରତ ଅନୁପସ୍ଥିତ ରହି ଆସିଛି। ଭାରତ ସହିତ ଚୀନ ଓ ୟୁଏଇ ବି ଭୋଟିଂରେ ଭାଗ ନେଇ ନାହାନ୍ତି। ବିଦେଶ ସଚିବ ହର୍ଷବର୍ଦ୍ଧନ ଶୃଙ୍ଗଲା କହିଥିଲେ, ଆମେ ସଂଯୁକ୍ତ ରାଷ୍ଟ୍ରରେ ସାବଧାନ ପୂର୍ବକ ଓ ଏପରି ନିଷ୍ପତ୍ତି ନେଇଥାଉ ଯାହା ବିଚାର ଉପରେ ଆଧାରିତ ହୋଇଥାଏ। ଆମେ ନିନ୍ଦା ପ୍ରସ୍ତାବ ବିଷୟରେ ନିଶ୍ଚୟ ବିଚାର କରିବୁ କିନ୍ତୁ ନିଜ ହିତକୁ ନଜରରେ ଦେଖି ନିଷ୍ପତ୍ତି ନେବୁ। ଏହି ସପ୍ତାହରେ ଜୋ ବାଇଡେନ ପ୍ରଶାସନର ଜଣେ ଉଚ୍ଚସ୍ତରୀୟ କୂଟନୀତିଜ୍ଞ ଭିକ୍ଟୋରିଆ ନ୍ୟୁଲ୍ୟାଣ୍ଡ ନୂଆଦିଲ୍ଲୀରେ ବିଦେଶ ସଚିବ ହର୍ଷବର୍ଦ୍ଧନ ଶୃଙ୍ଗଲାଙ୍କୁ ଭେଟିଥିଲେ। ଏହି ଭେଟଘାଟରେ ୟୁକ୍ରେନର ସ୍ଥିତି ନେଇ ଚର୍ଚ୍ଚା ହୋଇଥିଲା। ସଂଯୁକ୍ର ରାଷ୍ଟ୍ରରେ ଭାରତର ଭୋଟିଂକୁ ନେଇ ଚକିତ ହେଉଥିବା ଆମେରିକା ଲଗାତାର କୂଟନୀତି ଦ୍ଵାରା ଭାରତକୁ ସାଙ୍ଗରେ ଆଣିବାକୁ ଚେଷ୍ଟା କରୁଛି।

Share Now:

Kalinga News Beuro

Next Post

ଉତ୍ତର କୋରିଆର କ୍ଷେପଣାସ୍ତ୍ର ପରୀକ୍ଷଣ : କିନ୍ତୁ ଜାତିସଂଘରେ ପାକିସ୍ତାନକୁ ଟାର୍ଗେଟ୍ କଲା ଭାରତ

Sat Mar 26 , 2022
ନୂଆଦିଲ୍ଲୀ : ଉତ୍ତର କୋରିଆ ପକ୍ଷରୁ ଗତ କାଲି କରାଯାଇଥିବା ଅନ୍ତ୍ଃମହାଦେଶୀୟ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ପରୀକ୍ଷଣ ପରେ ସାରା ବିଶ୍ୱରେ ଚିନ୍ତା ପ୍ରକାଶ ପାଇଛି। ଆମେରିକା ସମେତ ଭାରତ ବି ଏହାକୁ ନେଇ ଚିନ୍ତା କରିଛି। ତେବେ ଏହି ପ୍ରସଙ୍ଗରେ ଭାରତ ପାକିସ୍ତାନ ନାଁ ନ ନେଇ ପାକିସ୍ତାନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି। ଜାତିସଂଘରେ ଥିବା ଭାରତର ସ୍ଥାୟୀ ପ୍ରତିନିଧି ଟିଏସ ତିରୁମୂର୍ତ୍ତି କହିଛନ୍ତି ଯେ ଭାରତ ଉତ୍ତରକୋରିଆ […]
ଉତ୍ତର କୋରିଆ କଲା କ୍ଷେପଣାସ୍ତ୍ର ପରୀକ୍ଷଣ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial