ଏକତରଫା ପ୍ରେମ ପାଇଁ ସଇତାନ ସାଜିଲା ଯୁବକ : ପ୍ରେମିକାର ନେଲା ଜୀବନ

ପ୍ରେମ ପାଇଁ ସଇତାନ ସାଜିଲା ଯୁବକ

ଗୋରଖପୁର: ଏକତରଫା ପ୍ରେମ ନେଲା ୩ ଜୀବନ। ମନ ଓ ପ୍ରାଣ ଦେଇ ଭଲ ପାଉଥିବା ପ୍ରେମିକା ଓ ତା’ର ପରିବାରକୁ ଛଟପଟ କରି ହତ୍ୟା କଲା ସଇତାନ ପ୍ରେମିକ। ଏକତରଫା ପ୍ରେମ ପାଇଁ ପ୍ରେମିକା ପରିବାରର ୩ଜଣଙ୍କୁ ନିର୍ମମ ଭାବେ ହତ୍ୟା କରିବା ଭଳି ଘଟଣା ଘଟିଛି ଉତ୍ତରପ୍ରଦେଶର ଗୋରଖପୁର ସହରରେ। ସୋମବାର ରାତିରେ ପ୍ରେମିକା ଓ ତା’ର ବାପାମା’ ଏକ କାର୍ଯ୍ୟକ୍ରମ ଦେଖିବାକୁ ଯାଉଥିବା ବାଟରେ ସେମାନଙ୍କ ଗଳା କାଟି ହତ୍ୟା କରିଥିଲା ଅଭିଯୁକ୍ତ ପ୍ରେମିକ। ତେବେ ଏନେଇ ସ୍ଥାନୀୟ ଲୋକେ ପୁଲିସକୁ ସୂଚନା ଦେଇଥିବା ବେଳେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିଥିଲା। ଏବେ ଏହି ଘଟଣା ସହ ସଂପୃକ୍ତି ଥିବା ଜାଣି ପୁଲିସ ଅଭିଯୁକ୍ତ ଆଲୋକ ପାସୱାନକୁ ଗିରଫ କରିଛି। ଏକତରଫା ପ୍ରେମ ପାଇଁ ଏଭଳି ହତ୍ୟାକାଣ୍ଡ ହୋଇଥିବା କହିଛି ପୁଲିସ। ପୁଲିସର ସୂଚନା ମୁତାବକ, ମୃତକ ଗାମା ନିଷାଦ ପରିବାରର ସାନପୁଅ। ତାଙ୍କର ଆଉ ଦୁଇ ଭାଇ ଗାଁ ଭିତରେ ଥିବା ପୁରୁଣା ଘରେ ରହୁଥିବା ବେଳେ ଗାମା ଗାଁଠାରୁ ପ୍ରାୟ ଏକ କିଲୋମିଟର ଦୂରରେ ନୂଆ ଘର କରି ତାଙ୍କ ସ୍ତ୍ରୀ ଓ ଝିଅ ସହ ରହୁଥିଲେ। ଘଟଣା ଦିନ ଗାଁରେ ହେଉଥିବା କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଗାମା ପରିବାର ସହ ଯାଉଥିବା ବେଳେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା। ତାଙ୍କ ପୁଅ ସୁଗ୍ରୀବ ବିହାରରେ ରହି କାମ କରୁଥିବାରୁ ସେ ବଞ୍ଚିଯାଇଥିବା ଗ୍ରାମବାସୀ କହିଛନ୍ତି। ପୁଲିସ ମୁଖ୍ୟ ଅଭିଯୁକ୍ତ ଆଲୋକ ପାସୱାନକୁ ଗିରଫ କରିଛି। ଗିରଫ ପରେ ଆଲୋକକୁ ପଚରାଉଚରା କରିବାରୁ ସେ ସବୁ ସତ ମାନି ନେଇଛି। ଗାମାଙ୍କ ଝିଅକୁ ଏକତରଫା ପ୍ରେମ କରୁଥିଲା ଆଲୋକ। ହେଲେ ପ୍ରେମ ନିବେଦନ ପରେ ପୀଡ଼ିତା ମନା କରିବାରୁ ଅଭିଯୁକ୍ତ ଏଭଳି ପଦକ୍ଷେପ ନେଇଥିବା କହିଛି ଆଲୋକ।

Share Now:

Kalinga News Beuro

Next Post

ରାଜ୍ୟ ସରକାରଙ୍କୁ ସୁନ୍ଦରଗଡ଼ ମେଡିକାଲ କଲେଜ ଓ ହସ୍ପିଟାଲର ଭିତ୍ତିଭୂମିକୁ ହସ୍ତାନ୍ତର କଲା ଏନ୍‌ଟିପିସି

Tue Apr 26 , 2022
ଚଳିତ ଶିକ୍ଷାବର୍ଷରୁ ଆରମ୍ଭ ହେବ ଡାକ୍ତରୀ ପାଠପଢ଼ା, ପ୍ରଥମ ବର୍ଷରେ ୧୦୦ ସିଟ୍‌ ପାଇଁ ନାମଲେଖା ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ତଥା ଏହାର ଆଖପାଖ ଜିଲ୍ଲାର ଜନସାଧାରଣଙ୍କୁ ଉନ୍ନତମାନର ଚିକିତ୍ସା ସେବା ଯୋଗାଇଦେବା ଉଦ୍ଦେଶ୍ୟରେ ସୁନ୍ଦରଗଡ଼ ମେଡିକାଲ କଲେଜ ଓ ହସ୍ପିଟାଲ ପାଇଁ ଆଧୁନିକ ଭିତ୍ତିଭୂମିର ନିର୍ମାଣ କରାଯାଇଛି। ମଙ୍ଗଳବାର ଦିନ ମେଡିକାଲ କଲେଜ ପରିସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏନ୍‌ଟିପିସି ପକ୍ଷରୁ ଏହି ଭିତ୍ତିଭୂମିକୁ ରାଜ୍ୟ ସରକାରଙ୍କୁ ହସ୍ତାନ୍ତର […]
ରାଜ୍ୟ ସରକାରଙ୍କୁ ହସ୍ତାନ୍ତର କଲା ଏନ୍‌ଟିପିସି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial