ଲାଞ୍ଚ ନେଲାବେଳେ ଧରାପଡ଼ିଲେ ଭିଜିଲାନ୍ସ ଅଧିକାରୀ

ଲାଞ୍ଚ ନେଲାବେଳେ ଧରାପଡ଼ିଲେ ଭିଜିଲାନ୍ସ ଅଧିକାରୀ

ସମ୍ବଲପୁର: ୧୦ ଲକ୍ଷ ଟଙ୍କା ଲାଞ୍ଚ ନେବା ସମୟରେ ସମ୍ବଲପୁରରେ ଆଜି ଜଣେ ଭିଜିଲାନ୍ସ ଅଧିକାରୀ ଧରାପଡ଼ିଛନ୍ତି। ସବୁଠାରୁ ବଡ଼ କଥା ହେଲା ଭିଜିଲାନ୍ସ ଅଧିକାରୀଙ୍କୁ ତାଙ୍କ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଚଢ଼ଉ କରି ଧରିଛନ୍ତି। ସମ୍ବଲପୁର ଭିଜିଲାନ୍ସ ଡିଭିଜନର ଇନିସପେକ୍ଟର ମାନସୀ ଜେନା ହିଁ ନିଜ ବିଭାଗର ଟାର୍ଗେଟର ଶିକାର ହୋଇଛନ୍ତି। ସେ ଏକ କେସ୍ ବନ୍ଦ କରିବା ପାଇଁ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଛନ୍ତି।
ସୂଚନା ଅନୁସାରେ ଭିଜିଲାନ୍ସ ଡିଭିଜନର ଇନିସପେକ୍ଟର ମାନସୀ ଜେନା ଜଣେ ସରକାରୀ ଅଧିକାରୀଙ୍କ କେସ୍‌ ବନ୍ଦ କରିବା ପାଇଁ ୧୦ ଲକ୍ଷ ଟଙ୍କା ଦାବି କରିଥିଲେ। ଯୋଜନା ଅନୁସାରେ ଟଙ୍କା ଦେବା ପୂର୍ବରୁ ଅଭିଯୋଗକାରୀ ଭିଜିଲାନ୍ସ ବିଭାଗକୁ ଏବାବଦରେ ସୂଚନା ଦେଇଥିଲେ। ଆଜି ପୂର୍ବ ପ୍ରସ୍ତୁତି ଅନୁସାରେ ବରଗଡ଼ ଜିଲ୍ଲା ମୁକେଶ ସାହୁ ନାଁରେ ଜଣେ ବ୍ୟକ୍ତିଙ୍କ ମାଧ୍ୟମରେ ଶ୍ରୀମତୀ ଜେନା ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିଲା ବେଳେ ଭିଜିଲାନ୍ସ ବିଭାଗର ଅଧିକାରୀମାନେ ଅତର୍କିତ ଭାବେ ଚଢ଼ଉ କରିଥିଲେ। ଶ୍ରୀମତୀ ଜେନାଙ୍କ ପାଖରୁ ରଙ୍ଗବୋଳା ୧୦ ଲକ୍ଷ ଟଙ୍କା ଜବତ ହୋଇଛି। ଏନେଇ ଭିଜିଲାନ୍ସ ବିଭାଗ ମାମଲା ରୁଜୁ କରିଛି। ମାନସୀ ଜେନା ଓ ମୁକେଶ ସାହୁଙ୍କ ବିଭିନ୍ନ ଠିକଣାରେ ଭିଜିଲାନ୍ସ ବିଭାଗର ଚଢ଼ଉ ଜାରି ରହିଛି।

Share Now:

Kalinga News Beuro

Next Post

ପୋଖରୀରେ ମାଛ ଧରୁଥିବା ବେଳେ ପାଣିରେ ବୁଡ଼ି ଯୁବକଙ୍କ ମୃତ୍ୟୁ

Fri May 13 , 2022
କାମାକ୍ଷାନଗର: ଗାଁ ପୋଖରୀରେ ଅନ୍ୟମାନଙ୍କ ସହିତ ମାଛ ଧରୁଥିବା ବେଳେ ଜଣେ ଧୀବର ପାଣିରେ ବୁଡ଼ି ଯାଇଛନ୍ତି। ଢେ଼ଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ବସୋଇ ଗାଁ ପୋଖରୀରେ ଆଜି ପୂର୍ବାହ୍ନରେ ଏହି ଅଭାବନୀୟ ଅଘଟଣ ଘଟିଛି। ମୃତ ଧୀବର ଜଣକ ହେଲେ ପରଜଙ୍ଗ ଥାନା ଡ଼ମୋଳ ଗାଁର ସଞ୍ଜୟ ସାମଲ (୨୩)। ସୂଚନା ଅନୁସାରେ ଡମୋଳ ଗାଁର ଅର୍ଜୁନ ସାମଲଙ୍କ ପୁଅ ସଞ୍ଜୟ ନିଜ ସାଥି ମାନଙ୍କ ସହିତ ବସୋଇ […]
ଗଭୀର ଜଳରେ ବୁଡ଼ି ମୃତ୍ୟୁ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial