୪୨ କିଲୋ ଗଞ୍ଜେଇ ଜବତ : ପିକଅପ ଭ୍ୟାନ ସହ ଜଣେ ଗିରଫ

୪୨ କିଲୋ ଗଞ୍ଜେଇ ଜବତ

ମାଲକାନଗିରି: ମାଲକାନଗିରି ପୁଲିସକୁ ମିଳିଛି ଗଞ୍ଜେଇ ଚାଲାଣ ରୋକିବାରେ ସଫଳତା। ମାଲକାନଗିରି-ଛତିଶଗଡ ସୀମାନ୍ତ ଗ୍ରାମ ଚାଲାଣଗୁଡା ଛକ ନିକଟରେ ପୁଲିସ ଡ୍ୟୁଟି କରୁଥିବା ବେଳେ ଏକ ବୋଲେରୋ ପିକଅପ୍‌ ଭ୍ୟାନକୁ ଅଟକାଇ ଯାଞ୍ଚ ସମୟରେ ସେଥିରେ ଗଞ୍ଜେଇ ରହିଥିବା ଜାଣିବାକୁ ପାଇଥିଲା। ଗଞ୍ଜେଇ ବାହାର ରାଜ୍ୟକୁ ଚାଲାଣ କରାଯାଉଥିବା ଜଣାପଡିଥିଲା। ଏହି ପିକଅପ୍‌ ଭ୍ୟାନରେ ୪୨ କିଲୋ ୬୦୦ ଗ୍ରାମ ଗଞ୍ଜେଇ ଏକ ଜରି ବ୍ୟାଗରେ ଭର୍ତ୍ତି କରି ରଖାଯାଇଥିଲା। ଏଥିସହ ଗଞ୍ଜେଇ ଚାଲାଣ କରୁଥିବା ବ୍ୟକ୍ତି ଜଣକୁ ପୁଲିସ ଗିରଫ କରିଥିଲା। ଆଜି ଗିରଫ ବ୍ୟକ୍ତିକୁ କୋର୍ଟ ଚାଲାଣ କରାଯାଇଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି। ମାଲକାନଗିରି ରାସ୍ତା ଦେଇ ବିଭିନ୍ନ ଗାଡିରେ ଗଞ୍ଜେଇ ଚାଲାଣ କରାଯାଉଥିବାରୁ ପୁଲିସ ଏବେ ତତ୍ପରତା ଦେଖାଇଛି। ଲଗାତାର ଗଞ୍ଜେଇ ଜବତ କରିବାରେ ସଫଳ ହେଉଛି।

Share Now:

Kalinga News Beuro

Next Post

ଆଜି ବିଶ୍ବ ବ୍ୟାଘ୍ର ଦିବସ : ନନ୍ଦନକାନନରେ ବଢ଼ିଛି ବାଘ ସଂଖ୍ୟା, ଜନ୍ମ ନେଇଛନ୍ତି ୬, ମରିଛନ୍ତି ୨

Thu Jul 29 , 2021
ବାରଙ୍ଗ: ଆଜି ପାଳିତ ହୋଇଛି ବିଶ୍ବ ବ୍ୟାଘ୍ର ଦିବସ। ବିଶ୍ବରେ ବାଘ ସଂଖ୍ୟା ହ୍ରାସ ପାଉଥିବା ବେଳେ ସେମାନଙ୍କ ବଂଶବୃଦ୍ଧି ପାଇଁ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଏହି ଦିବସ ପାଳିତ ହେଉଛି। ଏ ଦିଗରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ବିଶ୍ବରେ ଏକ ସ୍ବତନ୍ତ୍ର ସ୍ଥାନ ଦଖଲ କରିଛି। ବାଘ ବଂଶ ବୃଦ୍ଧି କ୍ଷେତ୍ରରେ ନନ୍ଦନକାନନର ଭୂମିକା ଉଲ୍ଲେଖନୀୟ ରହିଛି। ବଡ଼ କଥା ହେଉଛି; କରୋନା ସଂକଟ ବେଳେ ନନ୍ଦନକାନନରେ ବାଘ […]
ବିଶ୍ବ ବ୍ୟାଘ୍ର ଦିବସ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial