ଶ୍ରୀମନ୍ଦିରର ଯେପରି କୌଣସି ଆଘାତ ନପହଞ୍ଚେ ତା ଉପରେ ନଜର ଦେବାର ଆବଶ୍ୟକତା ରହିଛି : ଶଙ୍କରାଚାର୍ଯ୍ୟ

ଶଙ୍କରାଚାର୍ଯ୍ୟ

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ କାମ ଜାରି ରହିଥିବା ‌ବେଳେ ଏହାକୁ ନେଇ ବହୁ ବିବାଦ ଦେଖାଯାଇଛି। ବିରୋଧୀ ଦଳର ନେତାମାନେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିବା ବେଳେ ଏହି ପ୍ରସଙ୍ଗ ଉପରେ ଏବେ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ବିକାଶ କାମ ଯାହା ଚାଲିଛି, ତାର ଖରାପ ପ୍ରଭାବ ନପଡୁ। ଶ୍ରୀମନ୍ଦିରର ଭବିଷ୍ୟତ ଓ ବର୍ତ୍ତମାନ ପ୍ରତି ଯେପରି କୌଣସି ଆଘାତ ନପହଞ୍ଚେ ତା ଉପରେ ନଜର ଦେବାର ଆବଶ୍ୟକତା ରହିଛି। ଯାହା କାମ ଚାଲିଛି ତାହା ମନ୍ଦିର ଉପରେ ପ୍ରଭାବ ପଡ଼ିପାରେ। ତାଙ୍କ ଅନୁପସ୍ଥିତିରେ କାମ କରାଯାଉଛି। ପ୍ରଶାସନ ତାଙ୍କ ସହ ଆଲୋଚନା କରିବାର ଥିଲା। ଅନ୍ୟପଟରେ ରାତି ଅଧିଆ ଜିପିଆର ସର୍ଭେକୁ ନେଇ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ସମ୍ବିତ ପାତ୍ର ପ୍ରଶ୍ନ ଉଠାଇଛନ୍ତି। ଶ୍ରୀ ପାତ୍ର କହିଛନ୍ତି ଯେ ପୁରୀ ସାଂସଦ ପିନାକୀ ମିଶ୍ର ମିଛ କହିଛନ୍ତି। ଓବିସିସି, ଏଏସଆଇକୁ ନେଇ ମିଳିତ ଭାବେ ସର୍ଭେ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ତେଣୁ ଏଏସଆଇକୁ ସାଙ୍ଗରେ ନନେଇ ଓବିସିସି କିଭଳି ଏକୁଟିଆ ଜିପିଆର ସର୍ଭେ କରୁଛି ବୋଲି ସେ ପ୍ରଶ୍ନ ଉଠାଇଛନ୍ତି।
ରାତିଅଧିଆ ଜିପିଆର ସର୍ଭେକୁ ନେଇ ସମ୍ବିତ ପାତ୍ରଙ୍କ ପ୍ରଶ୍ନର ସୋସିଆଲ ମିଡିଆରେ ବିଜେଡି ନେତ୍ରୀ ସୁଲତା ଦେଓ ଉତ୍ତର ରଖିଛନ୍ତି। ସେ ଟ୍ୱିଟ୍ କରି ଲେଖିଛନ୍ତି, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ପୂର୍ବରୁ ଜିପିଆର ସର୍ଭେ କରାଯାଇଥିଲା। ଡିପିଆର ସହ ଏହାକୁ ଜାତୀୟ ସ୍ମାରକୀ ପ୍ରାଧିକରଣଙ୍କ ନିକଟରେ ଜମା କରାଯାଇଛି। ଏହାକୁ ଆଧାର କରି ପ୍ରକଳ୍ପ ଅଞ୍ଚଳରେ ଅଭ୍ୟର୍ଥନା କକ୍ଷ କରିବାକୁ ଏନଏମ୍ଏ ଅନୁମତି ଦେଇଥିଲେ। ତେବେ ଅଭ୍ୟର୍ଥନା କକ୍ଷର ଉଚ୍ଚତା ଅଧିକ କରିବା ପାଇଁ ରାଜ୍ୟ ସରକାର ଚାହିଁବାରୁ ଏହାକୁ ଶ୍ରୀମନ୍ଦିର ୧୦୦ ମିଟର ପରିଧିର ବାହାରକୁ ଘୁଞ୍ଚାଇ ଦେବା ପାଇଁ କୁହାଯାଇଛି। ତେଣୁ ସମ୍ବିତ ପାତ୍ର ବାରମ୍ବାର ମିଛ କହି ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି। ଏପରିକି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଜମି ଦାନ କରିଥିବା ସେବାୟତମାନେ ତାଙ୍କୁ କ୍ଷମା ଦେବେ ନାହିଁ ବୋଲି କହିଛନ୍ତି।

Share Now:

Kalinga News Beuro

Next Post

ଜ୍ଞାନବାପି ମସଜିଦ ପରେ ଏବେ କୁତବ ମିନାର ପାଳି : ଯାଞ୍ଚ ପରେ ମିଳିବ କି ହିନ୍ଦୁ ଦେବାଦେବୀଙ୍କ ମୂର୍ତ୍ତି

Sun May 22 , 2022
ନୂଆଦିଲ୍ଲୀ: ଜ୍ଞାନବାପି ମସଜିଦ ପରେ ଏବେ ଦିଲ୍ଲୀରେ ଥିବା କୁତବ ମିନାର ପାଳି। ବାରାଣସୀରେ ଥିବା ଜ୍ଞାନବାପି ମସଜିଦରେ ହିନ୍ଦୁ ଦେବାବେଦୀ ଥିବା ନେଇ ଦାବି କରାଯିବା ପରେ ମସଜିଦର ଯାଞ୍ଚ କରାଯାଇଥିଲା। ଯାଞ୍ଚ ପରେ ଭିତରୁ ଶିବଲିଙ୍ଗ ମିିଳିବା ପରେ ଏବେ ଦିଲ୍ଲୀରେ ଥିବା କୁତବ ମିନାର ଯାଞ୍ଚ କରାଯିବ ବୋଲି ଜଣାପଡ଼ିଛି। କିଛି ଦିନ ତଳେ ଏନେଇ ଦାବି ଜୋର ଧରିଥିବା ବେଳେ ଏବେ କୁତବ ମିନାରରେ […]
କୁତବ ମିନାର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial