ଜେଟ୍ ଏୟାରୱେଜ୍ ଯାତ୍ରୀଙ୍କ ପାଇଁ ଖୁସି ଖବର : ଫେରିପାଇବେ ୨,୦୨୮କୋଟି ଟଙ୍କା

ଜେଟ୍ ଏୟାରୱେଜ୍

ନୂଆଦିଲ୍ଲୀ: କିଛି ମାସ ଘୋର ଆର୍ଥିକ ସଙ୍କଟ ଦେଇ ଗତି କରିବା ପରେ ବନ୍ଦ ହୋଇଯାଇଥିଲା ବିମାନ କମ୍ପାନି ଜେଟ୍‌ ଏୟାରୱେଜ୍‌। ୨୦୧୯ରେ କମ୍ପାନୀ ବନ୍ଦ ହୋଇଥିବା ବେଳେ ଆଗୁଆ ବୁକିଂ କରିଥିବା ଟିକେଟ ପାଇଁ ଲୋକଙ୍କୁ ଟଙ୍କା ଫେରସ୍ତ ମିଳିନଥିଲା। ବିମାନ କମ୍ପାନି ବନ୍ଦ ହେବା ପରେ ନିଜ ନିଜର ଟଙ୍କା ଫେରସ୍ତ ପାଇଁ ଲୋକେ ଅଭିଯୋଗ କରିଥିଲେ। ହେଲେ କମ୍ପାନି ବନ୍ଦ ହେବା ପରେ ସେମାନଙ୍କୁ ଆଉ ଟଙ୍କା ଫେରସ୍ତ ମିଳିବ ନାହିଁ ବୋଲି ଭାବି ଚୁପ ବସିଥିଲେ ଯାତ୍ରୀ। କିନ୍ତୁୁ ଏବେ ୩ବର୍ଷ ପରେ ଜେଟ୍ ଏୟାରୱେଜ୍ ପୁଣି ଥରେ ଉଡ଼ାଣ କରିବାକୁ ଯାଉଥିବା ବେଳେ ବାକିଥିବା ଯାତ୍ରୀଙ୍କ ଟଙ୍କା ଫେରାଇବ ବୋଲି କହିଛି। ଜେଟ ଏୟାରୱେଜ୍ ଏକ ଡକ୍ୟୁମେଣ୍ଟରେ ଦର୍ଶାଇଛି ଯେ ଟିକେଟ୍ ପାଇଁ ୩,୧୨୦ କୋଟି ଟଙ୍କା ଫେରସ୍ତ ଦାବି କରିଥିବା ୫,୧୭୪ଟିି ମାମଲା ଆମ ପାଖକୁ ଆସିିଥିଲା। ମୋଟ ଦାବି ମଧ୍ୟରୁ ଏୟାରଲାଇନ୍ସ ୨୦୨୮ କୋଟି ଟଙ୍କା ଦେବାକୁ ସ୍ଥିିର କରିଥିବା ବେଳେ ୧,୦୯୨କୋଟି ଟଙ୍କା ଦେବାକୁ ମନା କରିଛି। ସୂଚନା ମୁତାବକ, ପୁଣି ଥରେ ଉଡ଼ାଣ କରିବା ପାଇଁ ଜେଟ ଏୟାରୱେଜକୁ ଗୃହ ମନ୍ତ୍ରାଳୟ ସୁରକ୍ଷା ମଞ୍ଜୁରୀ ଦେଇସାରିଛି। ସରକାରୀ ଦଲିଲ ଅନୁଯାୟୀ ଜେଟ ଏୟାରୱେଜର ବିମାନ କିଛି ମାସ ମଧ୍ୟରେ ନିଜର ଉଡ଼ାଣ ଆରମ୍ଭ କରିବାକୁ ଯାଉଛି। ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ କମ୍ପାନିକୁ ପଠାଇଥିବା ଚିଠିରେ କୁହାଯାଇଛି ଯେ ଗୃହ ମନ୍ତ୍ରାଳୟ ଜେଟ ଏୟାରୱେଜକୁ ଆବଶ୍ୟକ ଥିବା ସମସ୍ତ ସୁରକ୍ଷା ମଞ୍ଜୁରୀ ଦେଇଛନ୍ତି। ଏପ୍ରିଲ୍ ୨୦୧୯ ଠାରୁ ବନ୍ଦ ହୋଇଥିବା ଏହି ବିମାନ କମ୍ପାନି ଏକ ନୂତନ ଅବତାର ପାଇବାକୁ ଯାଉଛି। ଜେଟ ଏୟାରୱେଜର ନୂତନ ମାଲିକ ହୋଇଛନ୍ତି ଜାଲାନ୍ କାଲ୍‌ରକ୍‌ କନ୍‌ସୋର୍ଟିୟମ୍।

Share Now:

Kalinga News Beuro

Next Post

ଚାହିଦାରେ ସମ୍ବଲପୁରୀ ଶ୍ରୀଗଣିତ ଶାଢ଼ି

Sun May 22 , 2022
ଭୁବନେଶ୍ବର: ସେଲିବ୍ରିଟିଙ୍କୁ ସମସ୍ତେ ଅନୁକରଣ କରନ୍ତି। ସେମାନଙ୍କ ଫେସନ୍‌, କେଶସଜ୍ଜା, ଅଙ୍ଗଭଙ୍ଗୀ, ଖାଦ୍ୟଶୈଳୀକୁ ଲୋକେ ଆପଣାଇବାକୁ ଚେଷ୍ଟା କରନ୍ତି। ଏହି କ୍ରମରେ ୨୦୨୦ ମସିହାରେ ‘ଶକୁନ୍ତଳା ଦେବୀ’ ଚଳଚ୍ଚିତ୍ରର ପ୍ରମୋସନ୍ ବେଳେ ବଲିଉଡ୍ ଅଭିନେତ୍ରୀ ବିଦ୍ୟା ବାଲାନ୍‌ ପିନ୍ଧିଥିବା ‘ସମ୍ବଲପୁରୀ ବାନ୍ଧ ଶ୍ରୀଗଣିତ ଶାଢ଼ି’ର ଏବେ ବି ମହିଳାମାନଙ୍କ ମଧ୍ୟରେ ଯଥେଷ୍ଟ କ୍ରେଜ୍‌ ରହିଛି। ଅନ୍‌ଲାଇନ୍‌ ହସ୍ତତନ୍ତ ବ୍ୟବସାୟୀ ପ୍ରିୟଦର୍ଶନୀ ଚୌଧୁରୀ କହିଛନ୍ତି, ବିଦ୍ୟା ପିନ୍ଧିବା ପରେ ଏହି ଶାଢ଼ି […]
ଚାହିଦାରେ ସମ୍ବଲପୁରୀ ଶ୍ରୀଗଣିତ ଶାଢ଼ି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial