ମହଙ୍ଗା ପଡ଼ିଲା ଦୁର୍ନୀତି : ୧୪ ଦିନ ପାଇଁ ଜେଲ ଗଲେ ବିଜୟ ସିଙ୍ଗଲା

ମହଙ୍ଗା ପଡ଼ିଲା ଦୁର୍ନୀତି

ଚଣ୍ଡିଗଡ଼: ଦୁର୍ନୀତି ଅଭିଯୋଗରେ ମନ୍ତ୍ରିମଣ୍ଡଳରୁ ବହିଷ୍କୃତ ହୋଇଥିବା ପଞ୍ଜାବର ସ୍ୱାସ୍ଥ୍ୟ ମନ୍ତ୍ରୀ ବିଜୟ ସିଙ୍ଗଲାଙ୍କୁ ଆଜି ଶୁକ୍ରବାର ଦିନ ମୋହାଲିର ଏକ ଅଦାଲତ ୧୪ ଦିନ ପାଇଁ ନ୍ୟାୟିକ ହେପାଜତ (ଜେଲ)କୁ ପଠାଇ ଦେଇଛନ୍ତି। ରିପୋର୍ଟରୁ ପ୍ରକାଶ, ପଞ୍ଜାବ ରାଜ୍ୟ ସରକାରରେ ସ୍ୱାସ୍ଥ୍ୟ ବିଭାଗର ମନ୍ତ୍ରୀ ଥିବା ବିଜୟ ସିଙ୍ଗଲାଙ୍କୁ ମଙ୍ଗଳବାର ଦିନ ଦୁର୍ନୀତି ଅଭିଯୋଗରେ ଗିରଫ କରା ଯାଇଥିଲା। ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ବିଜୟ ସିଙ୍ଗଲାଙ୍କ ବିରୋଧରେ ଦୁର୍ନୀତି ସଂପର୍କିତ ଏକାଧିକ ଅଭିଯୋଗ ପାଇବା ପରେ ମୁଖ୍ୟମନ୍ତ୍ରୀ ଭଗଓ୍ଵନ୍ତ ମାନ ତାଙ୍କୁ ମନ୍ତ୍ରିମଣ୍ଡଳରୁ ବରଖାସ୍ତ କରିଥିଲେ। କାରଣ, ସ୍ୱାସ୍ଥ୍ୟ ବିଭାଗର ମନ୍ତ୍ରୀ ଦାୟିତ୍ୱରେ ଥିବା ସିଙ୍ଗଲା ନିଜ ବିଭାଗ ଦ୍ୱାରା କରାଯାଉଥିବା ଟେଣ୍ଡର ଏବଂ କ୍ରୟରେ ଏକ ପ୍ରତିଶତ କମିଶନ ଦାବି କରୁଥିବା ନେଇ ଅଭିଯୋଗ ହୋଇଥିଲା। ଏହା ପୂର୍ବରୁ ଅଦାଲତ ତାଙ୍କୁ ଶୁକ୍ରବାର ପର୍ଯ୍ୟନ୍ତ ତିନି ଦିନିଆ ପୁଲିସ ହେପାଜତକୁ ପଠାଇଥିଲେ। ତେବେ, ଆଜି ସ୍ୱାସ୍ଥ୍ୟ ମନ୍ତ୍ରୀ ବିଜୟ ସିଙ୍ଗଲାଙ୍କୁ ମୋହାଲିର ଏକ ଅଦାଲତ ୧୪ ଦିନ ପାଇଁ ନ୍ୟାୟିକ ହେପାଜତ (ଜେଲ)କୁ ପଠାଇ ଦେଇଛନ୍ତି। ସିଙ୍ଗଲାଙ୍କ ସହ ତାଙ୍କ ବିଭାଗରେ ଅଫିସର ଅନ୍‌ ସ୍ପେଶାଲ ଡ୍ୟୁଟି (ଓଏସଡି) ଭାବେ ନିଯୁକ୍ତ ଥିବା ପ୍ରଦୀପ କୁମାରଙ୍କୁ ମଧ୍ୟ ଅଦାଲତ ଜୁନ୍‌ ୧୦ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଇ ଦେଇଛନ୍ତି।
ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜୁନ୍‌ ୧୦ ତାରିଖକୁ ଧାର୍ଯ୍ୟ ହୋଇଛି। ପଞ୍ଜାବ ହେଲଥ୍‌ ସିଷ୍ଟମ କର୍ପୋରେସନର ସୁପରିଣ୍ଟେଣ୍ଡିଂ ଇଞ୍ଜିନିୟର ରାଜିନ୍ଦର ସିଂଙ୍କ ଅଭିଯୋଗ କ୍ରମେ ସିଙ୍ଗଲା ଏବଂ ତାଙ୍କ ଓଏସଡି କୁମାରଙ୍କ ବିରୋଧରେ ମାମଲା ରୁଜୁ ହେବା ସହ ତଦନ୍ତ ଆରମ୍ଭ ହୋଇଥିଲା। ମନ୍ତ୍ରୀ ସିଙ୍ଗଲା ଓ ତାଙ୍କ ଓଏସଡି ସ୍ୱାସ୍ଥ୍ୟ ବିଭାଗ ପ୍ରକଳ୍ପ ଆବଣ୍ଟନରୁ ୧.୧୬ କୋଟି ଟଙ୍କାର ଲାଞ୍ଚ ଏବଂ ସରକାରୀ ଚୁକ୍ତିନାମାରେ ଏକ ପ୍ରତିଶତ କମିଶନ ଦାବି କରୁଥିଲେ।

Share Now:

Kalinga News Beuro

Next Post

ବ୍ରହ୍ମପୁରରେ ବେଆଇନ୍‌ ଭୃଣ ନିରୂପଣ କରାଯାଉଥିବା କେନ୍ଦ୍ର ଉପରେ ଅତର୍କିତ ଚଢ଼ଉ, ୧୨ ଗିରଫ

Fri May 27 , 2022
ବ୍ରହ୍ମପୁର: ଲିଙ୍ଗ ନିରୂପଣ କରିବା ବେଆଇନ୍‌। ଏଥି ପାଇଁ ସରକାର କଡ଼ା ନିୟମ କରିଛନ୍ତି। ପ୍ରତି ଡାକ୍ତରଖାନା, କ୍ଲିନିକ୍‌ ଓ ପାଥୋଲ୍ୟାବ୍‌ରେ ବିଜ୍ଞାପନ, ପୋଷ୍ଟର, ବ୍ୟାନର ଆଦି ଲଗାଇଛନ୍ତି। କିନ୍ତୁ ଏହାକୁ ଅନେକ ସ୍ବାସ୍ଥ୍ୟ କର୍ମୀ ଓ ଅସାଧୁ ବ୍ୟକ୍ତି ମାନୁ ନାହାନ୍ତି। ବ୍ରହ୍ମପୁର ସହରରେ ବେଆଇନ୍‌ ଭୃଣ ନିରୂପଣ କରିବା ଅଭିଯୋଗରେ ୧୨ ଜଣ ଗିରଫ ହୋଇଛନ୍ତି। ବୈଦ୍ୟନାଥପୁର ପୁଲିସ ଦ୍ବାରା ଚଢ଼ଉ ସମୟରେ ଗିରଫ ହୋଇଥିବା ଅଭିଯୁକ୍ତମାନେ […]
ବେଆଇନ୍‌ ଭ୍ରୁଣ ନିରୂପଣ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial