ଅବସରପ୍ରାପ୍ତ ରେଳବାଇ ଅଧିକାରୀ ନା କୁବେର : ଚଢ଼ାଉ ପରେ ୧୭ କିଲୋ ସୁନା, ଦେଢ଼ କୋଟି ଟଙ୍କା ଠାବ

ଅବସରପ୍ରାପ୍ତ ରେଳବାଇ ଅଧିକାରୀଙ୍କ ଘରେ ୧୭ କିଲୋ ସୁନା

ଭୁବନେଶ୍ୱର: ଜଣେ ଅବସରପ୍ରାପ୍ତ ରେଲବାଇ ଅଧିକାରୀ ନା କୁବେର! ଏତେ ଟଙ୍କା ଓ ସୁନା ନା ଦେଖିଲେ ବିଶ୍ୱାସ ହେବନି। ସିବିଆଇ ପକ୍ଷରୁ ଚଢ଼ଉ ସମୟରେ ରେଳବାଇର ପୂର୍ବତନ ଅଧିକାରୀ ପ୍ରମୋଦ ଜେନାଙ୍କ ଘରୁ ବିପୁଳ ପରିମାଣର ସୁନା ଓ ନଗଦ ଟଙ୍କା ସମେତ ଅନ୍ୟ ସଂପତ୍ତି ଠାବ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ ରେଳବାଇର ପୂର୍ବତନ ଅଧିକାରୀ ପ୍ରମୋଦ ଜେନାଙ୍କ ଘରେ କୋଟି କୋଟି ଟଙ୍କାର ସୁନା ସହିତ ନଗଦ ଥିବା ନେଇ ସିବିଆଇକୁ ସୂଚନା ମିଳିଥିଲା। ସୂଚନା ଆଧାରରେ ସିବିଆଇର ଅଧିକାରୀ ଓ କର୍ମଚାରୀମାନେ ଯୋଜନା ଅନୁସାରେ ଅତର୍କିତ ଚଢ଼ଉ କରିଥିଲେ। ଚଢ଼ଉ ସମୟରେ ୧୭ କିଲୋ ସୁନା, ୧ କୋଟି ୫୭ ଲକ୍ଷ ନଗଦ ଟଙ୍କା ଠାବ ହୋଇଛି। ଠାବ ହୋଇଥିବା ସୁନାର ମୂଲ୍ୟ ପ୍ରାୟ ୮ କୋଟି ୫୦ ଲକ୍ଷ ଟଙ୍କା ବୋଲି ଜଣାପଡ଼ିଛି। ସେହିପରି ୨ କୋଟି ୫୦ ଲକ୍ଷ ଟଙ୍କାର ଫିକ୍ସଡ ଡିପୋଜିଟ୍ ମଧ୍ୟ ଠାବ ହୋଇଛି। ଏଥି ସହିତ ଭୁବନେଶ୍ୱର ସମେତ ୬ଟି ସ୍ଥାନରେ ସିବିଆଇ ଚଢ଼ଉ କରିଛି। ପ୍ରମୋଦ ଜେନାଙ୍କ ସଂପତ୍ତି ଆକଳନ ହୋଇପାରି ନାହିଁ। ଆକଳନ ହେଲା ପରେ ଶ୍ରୀ ଜେନାଙ୍କ ସଂପତ୍ତି ବିଷୟରେ ଜଣାପଡ଼ିବ।

Share Now:

Kalinga News Beuro

Next Post

ମଧ୍ୟାହ୍ନ ରୋଷେଇ ବାବଦକୁ ୬ ବର୍ଷର ଦରମା ନପାଇ ହନ୍ତସନ୍ତ ହେଉଛନ୍ତି ପାଚିକା

Tue Jan 17 , 2023
ମାଲକାନଗିରି: ବଣ୍ଡାଘାଟିରେ କିପରି ଧୋକା ଦିଆଯାଉଛି, ତାହାର ଜ୍ୱଳନ୍ତ ଉଦାହରଣ ଆଜି ଦେଖିବାକୁ ମିଳିଥିଲା। ବଣ୍ଡା ଜନଜାତିର ମହିଳାଙ୍କୁ ନିରକ୍ଷର ବୋଲି ସେମାନଙ୍କୁ ହତାଦର କରାଯିବା ସହ ସେମାନଙ୍କର ପାରିଶ୍ରମିକ ମଧ୍ୟ ପ୍ରଦାନ କରାଯାଉଛି। ବଣ୍ଡାଘାଟିର ମଦୁଲିପଡା ପଞ୍ଚାୟତର ବଣ୍ଡାପଡା ଗ୍ରାମର ସମାରୀ ବଡ଼ନାୟକ ଦୀର୍ଘ ଦିନ ହେଲା ସ୍ଥାନୀୟ ପ୍ରାଥମିକ ବିଦ୍ୟାଳୟରେ ପାଚିକା ଭାବେ କାମ କରୁଥିଲେ। ସେ ୧୦୦ ଟଙ୍କା ଦରମାରୁ କାମ ଆରମ୍ଭ କରିଥିଲେ। ଆଜି […]
୬ ବର୍ଷର ଦରମା ନପାଇ ହନ୍ତସନ୍ତ ହେଉଛନ୍ତି ପାଚିକା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial