ସଂଗଠନ ଦାୟିତ୍ୱ ବୁଝିବା ପାଇଁ ବିଦାୟୀ ମନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ସଂଗଠନ ଦାୟିତ୍ୱ ବୁଝିବା ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆଜି ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ବିଦାୟୀ ମନ୍ତ୍ରୀ। ବିଦାୟୀ ମନ୍ତ୍ରୀମାନଙ୍କ ଭିତରୁ ବିକ୍ରମ କେଶରୀ ଆରୁଖଙ୍କୁ ବାଦ୍ ଦେଲେ ଅନ୍ୟ ସମସ୍ତ ବିଦାୟୀ ମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ ଆଲୋଚନା କରିଥିବା ଜଣାଯାଇଛି। ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା, ଦିବ୍ୟଶଙ୍କର ମିଶ୍ର, ଅରୁଣ ସାହୁ, ସୁଦାମ ମାରାଣ୍ଡି, ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ରଘୁନନ୍ଦନ ଦାସ, ପଦ୍ମନାଭ ବେହେରା, ପଦ୍ମିନୀ ଦିଆନ ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି। ଏହି ଅବସରରେ ବିଦାୟୀ ମନ୍ତ୍ରୀଙ୍କୁ ସଂଗଠନ ଦାୟିତ୍ୱ ବୁଝିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ପରଫରର୍ମନ୍ସ ଯୋଗୁଁ ମନ୍ତ୍ରିମଣ୍ଡଳ ଅଦଳବଦଳ ହୋଇନି ବୋଲି ମୁଖ୍ୟମନ୍ତ୍ରୀ ବିଦାୟୀ ମନ୍ତ୍ରୀଙ୍କୁ କହିଥିଲେ। ମନ୍ତ୍ରିମଣ୍ଡଳ ବଦଳିବା ସ୍ୱାଭାବିକ ପ୍ରକ୍ରିୟା। କୋଭିଡ ସମୟରେ ଗୁରୁ ଦାୟିତ୍ୱ ବହନ କରିଥିବାରୁ ବିଦାୟୀ ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ ମୁଖ୍ୟମନ୍ତ୍ରୀ। ସେ ଆହୁରି କହିଥିଲେ, ଆପଣମାନେ ଦଳ ପାଇଁ କାମ କରନ୍ତୁ। ଆଗକୁ ୨୦୨୪ ନିର୍ବାଚନ ରହିଛି। ସଙ୍ଗଠନ କଥା ବୁଝନ୍ତୁ। ଦୁଇ ଚାରି ଦିନ ଭିତରେ ଖୁବଶୀଘ୍ର ସଙ୍ଗଠନ ଦାୟିତ୍ୱ ଦିଆଯିବ।

Share Now:

Kalinga News Beuro

Next Post

ଓଡ଼ିଶାର ପ୍ରାଚୀନ ଐତିହ୍ୟ ସହିତ ଖେଳିବା ସହ ଖିନ୍‌ଭିନ୍ କରିଛି ଏଏସ୍‌ଆଇ

Mon Jun 6 , 2022
୧୦୭ ବର୍ଷ ହେବ ବାରବାଟୀ ଦୁର୍ଗ ଏଏସ୍‌ଆଇ ଅଧୀନରେ କଟକ: କଟକର ସ୍ବାଭିମାନ, ପ୍ରାଚୀନ ଓଡ଼ିଶାର ପ୍ରାଣକେନ୍ଦ୍ର ବାରବାଟୀ ଦୁର୍ଗ ଭଳି ଐତିହ୍ୟ ସହିତ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ ଖେଳୁଛି। ଓଡ଼ିଶାର ଐତିହ୍ୟ ପ୍ରତି ଏଏସ୍‌ଆଇର ‌ଯେ ଆନ୍ତରିକତା ନାହିଁ ବାରବାଟୀ ଦୁର୍ଗର ସ୍ଥିତିରୁ ତାହା ଜଳ ଜଳ ହୋଇ ଦିଶୁଛି। ବାରବାଟୀ ଦୁର୍ଗ ଏବେ କେମିତି ଅଛି? କେମିତି ଚାଲିଛି ଖନନ କାର୍ଯ୍ୟ? ବାହାରିଥିବା କୀର୍ତ୍ତିରାଜି, ପ୍ରସ୍ତର ଏବେ […]
ପ୍ରାଚୀନ ଐତିହ୍ୟ ସହିତ ଖେଳୁଛି ଏଏସ୍‌ଆଇ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial