ସତ୍ୟର ସ୍ୱରକୁ ଦବେଇ ଦିଆଯାଉଛି: ଚେଲ୍ଲା କୁମାର

ଚେଲ୍ଲା କୁମାର

ଭୁବନେଶ୍ୱର: ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡକୁ ୧୮ ଦିନ ବିତିସାରିଛି । କିନ୍ତୁ ଏପର୍ଯ୍ୟନ୍ତ ତାଙ୍କୁ କାହିଁକି ଗୁଳି ମାରି ହତ୍ୟା କରାଗଲା ତାହା ଜଣାପଡ଼ି ନାହିଁ । କ୍ରାଇମବ୍ରାଞ୍ଚ ମାମଲାର ତଦନ୍ତ କରୁଥିବା ବେଳେ ଏପର୍ଯ୍ୟନ୍ତ ମୁହଁ ଖୋଲୁନି। ନବ ଦାସଙ୍କ ହତ୍ୟାକାରୀ କୁହାଯାଉଥିବା ଅଭିଯୁକ୍ତ ଗୋପାଳ ବି କାହିଁକି ମାରିଲା କ୍ରାଇମବ୍ରାଞ୍ଚ ସ୍ପଷ୍ଟ କରି ପାରିନାହିଁ। ଏହାରି ମଧ୍ୟରେ ରାଜ୍ୟ କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର ସତର୍କବାଣୀ ଶୁଣାଇଛନ୍ତି। ବିଜେଡିର ଦ୍ୱିତୀୟ ଓ ତୃତୀୟ ଧାଡ଼ିର ନେତାଙ୍କୁ ସତର୍କ କରାଇଛନ୍ତି। ‌ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଭଳି ଅବସ୍ଥା ହୋଇପାରେ। ଆଜି ନବ ତ କାଲି ଆଉ କିଏ ବୋଲି କହିଛନ୍ତି। ଯେଉଁମାନେ ଦଳରେ ରହି ସତକୁ ସାମନାକୁ ଆଣିବା ପାଇଁ ସ୍ୱର ଉତ୍ତୋଳନ କରୁଛନ୍ତି। ନବୀନ ଶାସନରେ ସେମାନଙ୍କ ସ୍ୱରକୁ ଦବେଇ ଦିଆଯାଉଛି।
ନବ ଦାସ ମୁଖ୍ୟମନ୍ତ୍ରୀ ହେବାକୁ ଆଶା ରଖିଥିଲେ ବୋଲି ଚର୍ଚ୍ଚା ହେଉଛି। ଏଠି ସରକାର କାମ କରୁନି। ମୁଁ ନବ ଦାସଙ୍କ ହତ୍ୟା ବେଳର ଭିଡିଓ ଦେଖିଛି। ଏଏସ୍‌ଆଇ ମାରିବା ଭଳି ଲାଗୁନି। ଅନେକ ସନ୍ଦେହ ରହୁଛି। ଏହା ଷଡ଼ଯନ୍ତ୍ର। ମୁଖ୍ୟ ମନ୍ତ୍ରୀଙ୍କ କର୍ତ୍ତବ୍ୟ ଉତ୍ତର ଦେବା। ତଦନ୍ତ ପ୍ରକ୍ରିୟା ଉପରେ ଭରସା ପାଉନି। ପୂର୍ବରୁ ମଧ୍ୟ ପରି, ମମିତା, ସ୍ମିତା ରାଣୀ ଭଳି ଘଟଣାର ତଦନ୍ତ ହୋଇଛି, କଣ ଫଳ ଆସିଛି? ରାଜ୍ୟରେ ବିଜେଡ଼ି ଗୁଣ୍ଡା ରାଜ ଚଲେଇଛି। ବିଧାନସଭାରେ ଆଇନ ଶୃଙ୍ଖଳା, ନବ ଦାସ ହତ୍ୟା, ଚାଷୀ, ଦୁର୍ନୀତି, ଚିଟ୍ ଫଣ୍ଡ, ମାଇନିଙ୍ଗ ସ୍କାମ ପ୍ରସଙ୍ଗ କଂଗ୍ରେସ ଦଳ ଉଠାଇବ ବୋଲି ସେ କହିଛନ୍ତି।

Share Now:

Kalinga News Beuro

Next Post

ମମତାଙ୍କୁ ଚିନ୍ତାରେ ପକାଇଲା ନିର୍ବାଚନ ସର୍ଭେ ରିପୋର୍ଟ

Wed Feb 15 , 2023
କୋଲକାତା: ଲୋକସଭା ନିର୍ବାଚନକୁ ଆଉ ମାତ୍ର ଏକ ବର୍ଷ ବାକି ଅଛି। ସମସ୍ତ ଦଳ ଏବେ ନିର୍ବାଚନ ପ୍ରସ୍ତୁତିରେ ଲାଗିପଡ଼ିଲେଣି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଏନଡିଏ ତୃତୀୟ ଥର ପାଇଁ ଜିତିବାକୁ ପ୍ରଚେଷ୍ଟା ଆରମ୍ଭ କରିଥିବାବେଳେ ଏବେ ଏମିତି ଏକ ସର୍ଭେର ଫଳାଫଳ ଆସିଛି ଯାହାକୁ ନେଇ ତୃଣମୂଳ କଂଗ୍ରେସ ଶିବିରରେ ଟେନସନ ବଢ଼ିଥିବାବେଳେ ବିଜେପି ଶିବିରରେ ଉତ୍ସାହ ଦେଖିବାକୁ ମିଳିଛି। ବାସ୍ତବରେ ସି ଭୋଟର ଏବଂ ଇଣ୍ଡିଆ ଟୁଡେ […]
ମମତାଙ୍କୁ କରିବାକୁ ପଡିବ ଅଧିକ ପରିଶ୍ରମ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial