ବାଇକ ଆରୋହୀଙ୍କୁ ଟ୍ରାଫିକ ପୁଲିସର ମାଡ଼ ଅଭିଯୋଗ

ବାଇକ ଆରୋହୀଙ୍କୁ ଟ୍ରାଫିକ ପୁଲିସର ମାଡ଼

ଭୁବନେଶ୍ବର: ରାଜଧାନୀର କ୍ୟାପିଟାଲ ହସ୍ପିଟାଲ ଟ୍ରାଫିକ ଛକରେ ଜଣେ ବାଇକ ଆରୋହୀଙ୍କୁ ଟ୍ରାଫିକ ପୁଲିସର ମାଡ଼ ଅଭିଯୋଗ ହୋଇଛି। ଟ୍ରାଫିକ କନେଷ୍ଟବଳ ମାଡ଼ ମାରିଥିବା ଅଭିଯୋଗ ଆଣିଛନ୍ତି ବାଇକ୍ ଚାଳକ ନିମାକାନ୍ତ ସାହୁ। ନିମାକାନ୍ତଙ୍କ କହିବା କଥା ବାଇକ ଅଟକାଇ ହଠାତ୍ ମୋବାଇଲ ବ୍ୟବହାର ପାଇଁ ୫ହଜାର ଟଙ୍କା ଚାଲାଣ କାଟି ଜରିମାନା ଦେବାକୁ କହିଲେ। ହେଲେ ସେ ଏତେ ଟଙ୍କା ଦେଇପାରିବିନି କହିବା ପରେ ଟ୍ରାଫିକ ପୁଲିସ୍ ସହ ଯୁକ୍ତିତର୍କ ହୋଇଥିଲା। ତାପରେ ଟ୍ରାଫିକ ପୁଲିସ୍ କାଚଘରକୁ ନେଇ ଦୁଇ ଜଣ ଟ୍ରାଫିକ ପୁଲିସ ନିମାକାନ୍ତଙ୍କୁ ମାଡ଼ ମାରିଥିଲେ। ତାଙ୍କ ତାହାଣ ଆଖି ଓ କାନଗିରିକୁ ଚାପୁଡ଼ା ପରେ ଚାପୁଡ଼ା ମାରିଥିବା ଅଭିଯୋଗ କରିଛନ୍ତି। ଏହାପରେ ଘଟଣାକୁ ଚାପିଦେବାକୁ ପୁଲିସ୍ ପିସିଆର ଡାକି ନିମାକାନ୍ତ ସାହୁଙ୍କୁ କ୍ୟାପିଟାଲ ଥାନାରେ ଅଟକ ରଖିଛନ୍ତି। ସେପଟେ ମାଡ଼ମରା ଘଟଣାକୁ ଖଣ୍ଡନ କରିଛନ୍ତି ଏସଆଇ ରବୀନ୍ଦ୍ର କୁମାର ମାଝୀ ଓ ଟ୍ରାଫିକ କନେଷ୍ଟବଳ ବିର୍ଜ ମହମ୍ମଦ। ଟ୍ରାଫିକ ପୁଲିସଙ୍କ କହିବା କଥା ଗାଡ଼ି ଚଳାଉଥିବା ବେଳେ ହେଲମେଟ ଭିତରେ ମୋବାଇଲରେ କଥା ହୋଇ ଯାଉଥିବାରୁ ଆମେ ଚାଲାଣ କାଟିଛୁ।

Share Now:

Kalinga News Beuro

Next Post

ମାଲକାନଗିରିରୁ ୯୪୦ କିଲୋ ଗଞ୍ଜେଇ ଜବତ : ୩ ଗିରଫ

Fri Jun 10 , 2022
ମାଲକାନଗିରି: ପୁଲିସକୁ ମିଳିଛି ବଡ ସଫଳତା। ଗଞ୍ଜେଇ ଜବତ କରିବା ସହ ୩ ଜଣ ଆସାମୀକୁ ଗିରଫ କରିଛି। ଏଥିସହ କାର, ବାଇକ୍‌ ମଧ୍ୟ ଜବତ କରିଛି। ବିଶେଷ ସୂତ୍ରରୁ ଖବର ପାଇ ମାଲକାନଗିରି ଆଇଆଇସି ରିଗାନ କିଣ୍ଡୋଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଏସଆଇ କେ.ସାଙ୍ଗନାଙ୍କ ନେତୃତ୍ବରେ ଏକ ଟିମ ସିଖପାଲି ନିକଟସ୍ଥ ସିଙ୍ଗରାଜ ଖୁଣ୍ଟା ନିକଟରେ ଦ୍ରୁତଗତିରେ ଏକ କାର ଯାଉଥିବା ଦେଖିବାକୁ ପାଇଥିଲେ। ସେମାନେ କାରକୁ ଅଟକାଇ ଯାଞ୍ଚ […]
୯୪୦ କିଲୋ ଗଂଜେଇ ଜବତ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial