ମଦ ଦୋକାନରୁ ଚୋରି କରିବାକୁ ଯାଇ ନିଶାରେ ମାତାଲ ହେଲା ଚୋର

ନିଶାରେ ମାତାଲ ହେଲା ଚୋର

ନୂଆଦିଲ୍ଲୀ: ଦିଲ୍ଲୀରେ ଚୋରିର ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଟଙ୍କା ଚୋରି କରିବା ପାଇଁ ମଦ ଦୋକାନରେ ପ୍ରବେଶ କରିଥିବା ଚୋରଙ୍କ ଉଦ୍ଦେଶ୍ୟ ବଦଳିଯିବା ଏବେ ସେମାନଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଚୋରି କରିବା ଉଦ୍ଦେଶ୍ୟରେ ଦୋକାନରେ ପଶିଥିବା ଏହି ଚୋର ନିଜକୁ ନିୟନ୍ତ୍ରଣ କରି ପାରି ନଥିଲା ଏବଂ ଦୋକାନରେ ମାଗଣା ମଦ ଦେଖି ପିଇଥିଲେ।ସେ ଏତେ ମଦ୍ୟପାନ କରିଥିଲେ ଯେ ସେ ନିଜେ ଦୋକାନରେ ମାତାଲ ଅବସ୍ଥାରେ ପଡିଯାଇଥିଲେ। ଆଉ ସଟର ଭାଙ୍ଗି ଦୋକାନରେ ପ୍ରବେଶ କରିଥିବା ଏହି ଚୋର ଚୋରି ନକରି ଧରାପଡିଛି ଏବଂ ପୁଲିସ ମଧ୍ୟ ତାଙ୍କୁ ଗିରଫ କରିଛି। ତାଙ୍କର ଦୁଇ ସାଥୀ ମଧ୍ୟ ଏହି ଚୋର ସହିତ ଆସିଥିଲେ, କିନ୍ତୁ ତାଙ୍କ ଅବସ୍ଥା ଦେଖି ଦୁହେଁ ଫେରାର ହୋଇ ଯାଇଥିଲେ।
ପୂର୍ବ ଦିଲ୍ଲୀର କୃଷ୍ଣନଗର ଅଞ୍ଚଳରେ ଏଭଳି ଘଟଣା ଘଟିଛି। ଗୁରୁବାର ସକାଳେ ପୁଲିସ ଏହି ବ୍ୟକ୍ତିଙ୍କୁ ଧରିଥିଲା। ଚୋରର ନାମ ଚମନ କୁମାର ହୋଇଥିବାବେଳେ ପୁଲିସ କହିଛି ଯେ ଦୁଇ ସାଥୀଙ୍କ ସହ ମିଶି ସଟର ଭାଙ୍ଗିବା ପରେ ଦୋକାନରେ ପ୍ରବେଶ କରିଥିବା ଚମନ କୁମାର ଦୋକାନ ଭିତରେ ମଦ ଦେଖି ଚୋରି କରିବା କଥା ଭୁଲିଯାଇଥିଲା। ସେଠାରେ ସେ ପ୍ରଚୁର ମଦ୍ୟପାନ କରିଥିଲେ। ଆଉ ନିଶାରେ ଏଭଳି ଚୁର ହୋଇ ପଡ଼ିଥିଲେ ଯେ ଦୋକାନ ଭିତରେ ଶୋଇପଡ଼ିଥିଲେ। ଚମନର ଏଭଳି ଅବସ୍ଥା ଦେଖି ସାଥିରେ ଆସିଥିବା ଦୁଇ ଚୋର ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ପୁଲିସ କହିଛି ଯେ ଯେତେବେଳେ ପାଟ୍ରୋଲିଂ କରୁଥିବା ପୁଲିସ କର୍ମଚାରୀ ମଦ ଦୋକାନର ସଟର ଭାଙ୍ଗି ଯାଇଥିବାର ଦେଖିଥିଲେ ସେମାନେ ମଦ ଦୋକାନ ଭିତରେ ଛାନଭିନ କରିଥିଲେ। ଆଉ ଚମନ ନିଶାରେ ଶୋଇପଡିଥିବାର ଦେଖିଥିଲେ। ବର୍ତ୍ତମାନ ପୁଲିସ ଚମନଙ୍କ ବିରୋଧରେ ଧାରା ୪୮୪, ଧାରା ୩୮୦ ଏବଂ ଆଇପିସିର ଧାରା ୩୪ ଅନୁଯାୟୀ ମାମଲା ରୁଜୁ କରିଛି। ଆଉ ଦୁଇ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ ଏବେ ଛାନଭିନ ଚଳାଇଛି।

Share Now:

Kalinga News Beuro

Next Post

ଗୋଡ଼ରେ ତୀର ମାରି ସ୍ଵର୍ଣ୍ଣ ଜିତିଥିବା ମହିଳା ଖେଳାଳିଙ୍କୁ ଆନନ୍ଦଙ୍କ ଅନୁରୋଧ-‘ଆପଣଙ୍କ ଇଚ୍ଛା ଅନୁଯାୟୀ କାର ବାଛି ନିଅନ୍ତୁ’

Sun Oct 29 , 2023
ନୂଆଦିଲ୍ଲୀ: ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ସୋସିଆଲ ମିଡିଆରେ ଖୁବ ସକ୍ରିୟ ରହିଥାଆନ୍ତି। ସେ ନିଜର ‌ସୋସିଆଲ ମିଡିଆରେ ଅନେକ ପ୍ରେରଣାଦାୟକ ଓ ହୃଦୟସ୍ପର୍ଶୀ ଭିଡିଓ ପୋଷ୍ଟ କରିଥାଆନ୍ତି। ଆନନ୍ଦ ମହିନ୍ଦ୍ରାଙ୍କ ଖେଳ ପ୍ରତି ଖୁବ ରୁଚି ରହିଛି। ସେ କ୍ରିକେଟ ହେଉ କିମ୍ବା ଅନ୍ୟଖେଳ ସବୁ ଖେଳକୁ ସେ ଦେଖିବାକୁ ଓ ଖେଳିବାକୁ ଭଲ ପାଆନ୍ତି। ନିକଟରେ ସେ କରିଥିବା ପୋଷ୍ଟ ବି ଜଣେ ମହିଳା ଖେଳାଳିଙ୍କୁ ନେଇ ରହିଛି। […]
ଆପଣଙ୍କ ଇଚ୍ଛା ଅନୁଯାୟୀ କାର ବାଛି ନିଅନ୍ତୁ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial