ଭିଜିଲାନ୍ସ ଜାଲରେ ବାଲିପାଟଣା ଥାନା ଏଏସ୍‌ଆଇ

ଭିଜିଲାନ୍ସ ଜାଲରେ ବାଲିପାଟଣା ଥାନା ଏଏସ୍‌ଆଇ

ବାଲିପାଟଣା: କମିସନରେଟ ପୁଲିସ ଅଧୀନ ବାଲିପାଟଣା ଥାନାର ଏଏସଆଇ ଭିଜିଲାନ୍ସ ଜାଲରେ ଫସିଛନ୍ତି। ମାମଲାର ରଫାଦଫା କରିବା ପାଇଁ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ଏଏସଆଇ ପୁଷ୍ପଲତା ପାଇକରାୟ। ଆଜି ଦିନ ୧୧ ଟା ସମୟରେ ସରକାରୀ କ୍ଵାଟରରେ ରହି ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭୁବନେଶ୍ୱର ଭିଜିଲାନ୍ସ ଟିମ ତାଙ୍କୁ ଗିରଫ କରିଥିଲେ। ଭିଜିଲାନ୍ସ ଡିଏସପି ଅମିତା ତ୍ରିପାଠୀ, ଇନ୍ସପେକ୍ଟର ମଦନ ମୋହନ ପ୍ରଧାନଙ୍କ ସହ ୮ ଜଣିଆ ଟିମ ଚଢ଼ାଉ କରିଥିଲେ।

Share Now:

Kalinga News Beuro

Next Post

ସରୁନି ଦୟା ରିଂ ରୋଡ୍‌ ସେତୁ : ବାଜି ଲାଗୁଛି ଜୀବନ

Wed Aug 3 , 2022
ତଥାପି ଚେତା ପଶୁନି, ଶୀଘ୍ର କାମ ସାରିବାକୁ ଦାବି ଧଉଳି: ଧଉଳି ଶାନ୍ତିସ୍ତୂପ ନିକଟ ଦୟାନଦୀରେ ନିର୍ମିତ ଅଧାପନ୍ତରିଆ ବ୍ରିଜ୍‌ ଲୋକଙ୍କ ପାଇଁ ମରଣଯନ୍ତା ପାଲଟିଛି। ୪ବର୍ଷ ତଳୁ ନିର୍ମାଣ ହୋଇଥିବା ଏହି ବ୍ରିଜ୍‌ର କାମ ସରୁ ନଥିବା ବେଳେ ସ୍ଥାନୀୟ ଲୋକ ଏବେ ସେହି ଅଧାଗଢ଼ା ବ୍ରିଜ୍‌ରେ ଅତି ବିପଜ୍ଜନକ ଭାବେ ଯାତ୍ରା କରୁଛନ୍ତି। ଯାତାୟାତ ପାଇଁ ଅଲଗା ରାସ୍ତା ଥିଲେ ହେଁ ଏହି ବାଟ ଦେଇ ଲକ୍ଷ୍ୟସ୍ଥଳ […]
ସରୁନି ଦୟା ରିଂ ରୋଡ୍‌ ସେତୁ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial