ରାଜ୍ୟଗୋଷ୍ଠୀ କ୍ରୀଡ଼ା : ବ୍ୟାଡମିଣ୍ଟନରେ ସ୍ବର୍ଣ୍ଣ ଜିତିଲେ ସିନ୍ଧୁ

ବ୍ୟାଡମିଣ୍ଟନରେ ସ୍ବର୍ଣ୍ଣ ଜିତିଲେ ସିନ୍ଧୁ

ବର୍ମିଂହାମ : ବର୍ମିହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ସ୍ବର୍ଣ୍ଣ ଜିତି ଇତିହାସ ସୃଷ୍ଟି କରିଛନ୍ତି ପି.ଭି.ସିନ୍ଧୁ। ବିଶ୍ବର ନଂ୭ ମାନ୍ୟତାପ୍ରାପ୍ତ ସିନ୍ଧୁ ସିଙ୍ଗଲ୍ସ ଫାଇନାଲରେ କାନାଡାର ମିସେଲ ଲିଙ୍କୁ ୨୧-୧୫, ୨୧-୧୩ରେ ପରାସ୍ତ କରି ଏହି ସଫଳତା ହାସଲ କରିଛନ୍ତି। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଏହା ସିନ୍ଧୁଙ୍କର ୩ୟ ସିଙ୍ଗଲ୍ସ ପଦକ ତଥା ପ୍ରଥମ ସ୍ବର୍ଣ୍ଣ ପଦକ। ସୋମବାର ଅନୁଷ୍ଠିତ ସିଙ୍ଗଲ୍ସ ଫାଇନାଲ ମ୍ୟାଚ ଉପରେ ସମସ୍ତଙ୍କ ନଜର ଥିଲା। କାରଣ ଏହି ମ୍ୟାଚ ବିଶ୍ବର ନଂ୭ ମାନ୍ୟତାପ୍ରାପ୍ତ ସିନ୍ଧୁ ବିଶ୍ବର ନଂ୧୩ ମାନ୍ୟତା ପ୍ରାପ୍ତ ତଥା ପୂର୍ବତନ ରାଜ୍ୟଗୋଷ୍ଠୀ ସ୍ବର୍ଣ୍ଣପଦକ ବିଜୟିନୀ ମିସେଲ ଲିଙ୍କ ମଧ୍ୟରେ ହେବାର ଥିଲା। ସିନ୍ଧୁ ପ୍ରଥମ ଗେମକୁ ସିଧାସଳଖ ୨୧-୧୫ ସେଟରେ ଜିତି ନେଇଥିଲେ। ୨ୟ ଗେମରେ ପ୍ରତ୍ୟାବର୍ତ୍ତନ କରିବାକୁ ଲି ଚେଷ୍ଟା କରିଥିଲେ ବି ସିନ୍ଧୁଙ୍କ ଆଗରେ ବେଶୀସମୟ ତିଷ୍ଠି ପାରିନଥିଲେ। ୨ୟ ଗେମକୁ ବି ସିନ୍ଧୁ ୨୧-୧୩ ସେଟରେ ଜିତି ନେଇଥିଲେ ଓ ଐତିହାସିକ ସ୍ବର୍ଣ୍ଣକୁ ହାସଲ କରିଥିଲେ। ଆଜିର ସ୍ବର୍ଣ୍ଣ ପଦକ ବିଜୟ ସହ ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ଭାରତ ନିଜର ସ୍ବର୍ଣ୍ଣ ପଦକ ଖାତା ଖୋଲିଛି। ତେବେ ଡବଲ୍ସ ବର୍ଗରେ ପୂର୍ବରୁ ହିଁ ଭାରତ ଏକ ପଦକ ନିଶ୍ଚିତ କରିସାରିଛି। ଟ୍ରିସା ଜଲି ଓ ଗାୟତ୍ରୀ ଗୋପିଚାନ୍ଦଙ୍କ ଯୋଡ଼ି ଅଷ୍ଟ୍ରେଲିଆର ଓ୍ବେଣ୍ଡି ସିଆନ ୟୁ ଚେନ ଓ ଗ୍ରୋନ୍ୟା ସମରଭିଲ୍ଲେଙ୍କୁ ହରାଇ କାଂସ୍ୟ ଜିତିସାରିଛି। ସେହିପରି ପୁରୁଷ ସିଙ୍ଗଲସରେ କାଦମ୍ବି ଶ୍ରୀକାନ୍ତ ମଧ୍ୟ କାଂସ୍ୟ ଜିତିଛନ୍ତି।

Share Now:

Kalinga News Beuro

Next Post

ପ୍ରକାଶ ପାଇଲା ଯୁକ୍ତ ୨ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ : କଳାରେ ୮୨.୧୦ ପ୍ରତିଶତ ପିଲା ପାସ୍‌

Mon Aug 8 , 2022
ଭୁବନେଶ୍ବର : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ଦ୍ବାରା ପରିଚାଳିତ ଯୁକ୍ତ ୨ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ ସୋମବାର ପ୍ରକାଶ ପାଇଛି। କଳାରେ ୮୨.୧୦ ପ୍ରତିଶତ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି। ସେହିପରି ଧନ୍ଦାମୂଳକ ବିଷୟରେ ୭୦.୩୫ ପ୍ରତିଶତ ପିଲା ଉତ୍ତୀର୍ଣ୍ଣ ହୋଇଛନ୍ତି। ଅପରାହ୍ନ ୪ଟାରେ ଭୁବନେଶ୍ବରସ୍ଥିତ ପରିଷଦ କାର୍ଯ୍ୟାଳୟରେ ସିଏଚ୍‌ଏସ୍‌ଇ ଅଧ୍ୟକ୍ଷ ଅଶ୍ବିନୀ ମିଶ୍ର ପରୀକ୍ଷା ଫଳ ଘୋଷଣା କରିଛନ୍ତି। ରେଜଲ୍ଟ ପ୍ରକାଶିତ ହେଲା ପରେ […]
ପ୍ରକାଶ ପାଇଲା ଯୁକ୍ତ ୨ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial