ଚାକିରି ଛାଡ଼ି ୩୦ ଦିନ ବେକାର ରହିଲେ ୭୫% ଇପିଏଫ୍‌ ଟଙ୍କା ଉଠାଇ ହେବ

ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫ୍‌ଓ) ଆଜି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ନୂଆ ନିଷ୍ପତ୍ତି ଅନୁଯାୟୀ ଚାକିରି ଯିବାର ୩୦ ଦିନ ପରେ ଜଣେ ସଦସ୍ୟ ୭୫ ପ୍ରତିଶତ ଜମା ଟଙ୍କା ଉଠାଇ ପାରିବେ। ଏଥିସହିତ ସେମାନଙ୍କ ଆକାଉଣ୍ଟକୁ ଇପିଏଫଓରେ ରଖିପାରିବେ। ତେବେ ଅବଶିଷ୍ଟ ୨୫ ପ୍ରତିଶତ ଅର୍ଥକୁ ସଦସ୍ୟମାନେ ଚାହିଁଲେ ଉଠାଇ ପାରିବେ କିମ୍ବା ଆକାଉଣ୍ଟ ସେଟେଲ୍‌ କରିପାରିବେ। ଇପିଏଫ୍‌ଓ ଟ୍ରଷ୍ଟି ବୋର୍ଡ ବୈଠକ ଶେଷ ହେବା ପରେ ଶ୍ରମ ମନ୍ତ୍ରୀ ସନ୍ତୋଷ କୁମାର ଗଙ୍ଗଓ୍ଵାର ଏହି ସୂଚନା ପ୍ରଦାନ କରିଛନ୍ତି। ସେ କହିଛନ୍ତି ଯେ ଜଣେ ବେକାର ରହିବା ପରେ ଟଙ୍କା ଉଠାଇ ପାରିବେ। ସେ ପୁଣି ଥରେ ଚାକିରି ପାଇବା ପରେ ତାଙ୍କ ଇପିଏଫ୍‌ ଖାତାକୁ ପୁଣି ଥରେ ଚାଲୁ କରିପାରିବେ। ଏବେ ପ୍ରଚଳିତ ଥିବା ନିୟମ ଅନୁସାରେ ଜଣେ ବ୍ୟକ୍ତି ଚାକିରି ଛାଡ଼ି ଦୁଇ ମାସ ପର୍ଯ୍ୟନ୍ତ ବେକାର ରହିବା ପରେ ନିଜ ଇପିଏଫ୍‌ ଖାତାରୁ ୬୦% ଟଙ୍କା ଉଠାଇ ପାରୁଛନ୍ତି ଓ ଥରକେ ଆକାଉଣ୍ଟ୍‌ ସେଟେଲ୍‌ କରିପାରୁଛନ୍ତି।

Share Now:

Kalinga News Beuro

Leave a Reply

Next Post

ଏକାଠି ନିର୍ବାଚନ ପ୍ରସଙ୍ଗ:ମୋଦୀଙ୍କୁ ସମର୍ଥନ କଲେ ନବୀନ

Wed Jun 27 , 2018
ଭୁବନେଶ୍ୱର: ଗଣତନ୍ତ୍ର ପାଇଁ ନିର୍ବାଚନର ଆବଶ୍ୟକତା ରହିଛି। ଆମେ ଲୋକଙ୍କ ପାଇଁ କାମ କରିବାକୁ ନିର୍ବାଚିତ ହୋଇଛୁ। ବର୍ଷତମାମ ନିର୍ବାଚନ ପ୍ରକ୍ରିୟା ଜାରି ରହୁଥିବାରୁ ଲୋକଙ୍କ କାମ ଅର୍ଥାତ୍‌ ବିକାଶରେ ବ୍ୟାଘାତ ସୃଷ୍ଟି ହେଉଛି। ତେଣୁ ଏକତ୍ର ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶକୁ ଆମେ ସମର୍ଥନ କରୁଛୁ। ଦେଶରେ ଏକତ୍ର ଲୋକସଭା ଓ ବିଧାନସଭା ନିର୍ବାଚନ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରସ୍ତାବକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial