ଭୁବନେଶ୍ୱର: ଆପଣ ଓଲା ଦ୍ୱାରା ଲଞ୍ଚ ହୋଇଥିବା ଇଲେକ୍ଟ୍ରିକ ସ୍କୁଟର କିଣିବାକୁ ଚିନ୍ତା କରୁଛନ୍ତି କି ? ଯଦି ହଁ ତେବେ ସ୍କୁଟର କିଣିବା ବେଳେ ସଚେତନ ରୁହନ୍ତୁ। ନଚେତ ଆପଣଙ୍କୁ ଚୁନା ଲଗାଇପାରନ୍ତି ସାଇବର ଠକ। ଆଜି ଭୁବନେଶ୍ୱରରେ ଏମିତି ଏକ ଘଟଣା ଜଣେ ଯୁବକଙ୍କ ସହ ଘଟିଛି। ଆଉ ଏନେଇ ସାଇବର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଠକାମିର ଶିକାର ହୋଇଥିବା ଯୁବକ। ମିଳିଥିବା ସୂଚନା ମୁତାବକ ଖୋର୍ଦ୍ଧା ଜିଲ୍ଲାର ଆଲୋକ ମଲଙ୍କୁ ସାଇବର ଠକ ଲୁଟିନେଇଛନ୍ତି। ତାଙ୍କ ଅଭିଯୋଗ ମୁତାବକ ଓଲା ସ୍କୁଟର କିଣିବା ପାଇଁ ସେ ଓଲା ଆପରେ ବୁକ କରୁଥିଲେ। ପରେ ଆଲୋକଙ୍କୁ ସଙ୍ଗେ ସଙ୍ଗେ ଫୋନ କରିଥିଲେ ସାଇବର ଠକ। ଆକାଉଣ୍ଟ ଡିଟେଲସ ଦେଇ ଟଙ୍କା ପଠେଇବା ପାଇଁ କହିଥିଲେ। ଆଉ ଓଲା ଇଲେକ୍ଟ୍ରି ସ୍କୁଟର ଦେବା କଥା କହି ଦୁଇ ଫେଜରେ ପାଖାପାଖି ୪୮ ହଜାର ୫୦୦ଟଙ୍କା ଠକି ନେଇଥିଲେ ସାଇବର ଠକ। ପରେ ଆଲୋକ ଠକେଇର ଶିକାର ହୋଇଥିବା ଜାଣିବା ପରେ ସାଇବର ଠକଙ୍କୁ ଟଙ୍କା ଦେବା ବନ୍ଦ କରିଥିଲେ। ଆଜି ଏ ନେଇ ସାଇବର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଆଲୋକ ମଲ। ମାସିକ ଦିନ ମଜୁରୀ କରି ୧୦ ରୁ ୧୨ ହଜାର ଟଙ୍କା ଆଲୋକ ରୋଜଗାର କରୁଥିବାବେଳେ ଟଙ୍କା ଫେରି ପାଇବା ପାଇଁ ସେ ପୁଲିସକୁ ଅନୁରୋଧ କରିଛନ୍ତି।
ଓଲା ଇଲେକ୍ଟ୍ରି ସ୍କୁଟର କିଣିବାକୁ ଯାଇ ଠକାମିର ଶିକାର ହେଲେ ଯୁବକ

Share Now: