ରାବଣ ପୋଡି ପାଇଁ କମିସନରେଟ ପୁଲିସର ପ୍ରସ୍ତୁତି

ରାବଣ ପୋଡି ପାଇଁ କମିସନରେଟ ପୁଲିସର ପ୍ରସ୍ତୁତି

ଭୁବନେଶ୍ୱର: ରାବଣ ପୋଡି ପାଇଁ ଭୁବନେଶ୍ବରରେ ୫ ପ୍ଲାଟୁନ ଫୋର୍ସ ମୁତୟନ ହେବ। ଏହା ସହ ରାବଣପୋଡି ପାଇଁ ୨୮ଟି ଗାଇଡ଼ଲାଇନ ରହିଛି। ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ୧୦୦ ମିଟର ଜୋନ ଭିତରେ ଲୋକ ରହିବେ ନାହିଁ। ଲାଇସେନ୍ସପ୍ରାପ୍ତ ବାଣ ଦୋକାନୀଙ୍କଠାରୁ ବାଣ କିଣାଯାଇଥିବ। ସୁରକ୍ଷା ଦୃଷ୍ଟିକୋଣରୁ ବାରିକେଡ ର ବ୍ୟବସ୍ଥା କରାଯାଇଛି। ଭସାଣି ପାଇଁ ୧୭ରୁ ଉର୍ଦ୍ଧ୍ବ ପ୍ଲାଟୁନ ଫୋର୍ସ ମୁତୟନ ହେବେ।
ଭୁବନେଶ୍ୱରରେ ୩ଟି ଭସାଣି କମିଟି ରହିଛି। ସବୁ କମିଟି ପାଇଁ ସ୍ୱତନ୍ତ୍ର ରୁଟ ଲାଇନ ବ୍ୟବସ୍ଥା କରାଯାଇଛି। ଟ୍ରାଫିକ ନ ଉପୁଜିବା ପାଇଁ ଏହା ଉପରେ ଗୁରୁତ୍ୱ ଦିଆଯାଇଛି। ୩ ଜଣ ଅତିରିକ୍ତ ଡିସିପି ଭସାଣି ଦାୟିତ୍ୱରେ ରହିବେ। ୩୫ ଡିସିବେଲରୁ ଅଧିକ ଉଚ୍ଚ ସ୍ୱରରେ ଡିଜେ ବାଜିବ ନାହିଁ।

Share Now:

Kalinga News Beuro

Next Post

ସାଙ୍ଗୋଲାରେ ରାବଣ ପୂଜା

Wed Oct 5 , 2022
ମୁମ୍ବାଇ: ରାବଣ ଉପରେ ରାମଙ୍କ ବିଜୟର ଉତ୍ସବ ଭାବରେ ଦଶହରା ପର୍ବ ସାରା ଦେଶରେ ପାଳନ କରାଯାଏ। ଏହି ଅବସରରେ କୁମ୍ଭକର୍ଣ୍ଣ, ମେଘନାଦ ଏବଂ ରାବଣ ପୋଡି କରାଯାଇଥାଏ। ହେଲେ ଦେଶରେ ଏଭଳି ଅନେକ ଗ୍ରାମ ଅଛି ଯେଉଁଠାରେ ରାବଣ ପୋଡି ନକରାଯାଇ ରାବଣଙ୍କୁ ପୂଜା କରାଯାଏ। ଏହିପରି ଗୋଟିଏ ଗ୍ରାମ ମହାରାଷ୍ଟ୍ରର ଅକୋଲାରେ ମଧ୍ୟ ଅଛି, ଯେଉଁଠାରେ ଦଶହରା ଦିନ ରାବଣ ପୋଡି କରାନଯାଇ ରାଜା ରାବଣଙ୍କ ଆଳତୀ […]
ରାବଣଙ୍କ ଆଶୀର୍ବାଦରୁ ଚାକିରି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial