୧୯୦ ଗ୍ରାମ ବ୍ରାଉନସୁଗାର ଜବତ : ମାଫିଆ ଗିରଫ

୧୯୦ ଗ୍ରାମ ବ୍ରାଉନସୁଗାର ଜବତ

ଖଣ୍ଡପଡ଼ା: ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ଅଧୀନ ନାରାୟଣୀ ପୀଠରେ ଏସଟିଏଫ ଟିମ୍ ଗତକାଲି ସନ୍ଧ୍ୟାରେ ଚଢ଼ାଉ କରିବା ସହିତ ଏକ କେଜି ୧୯୦ଗ୍ରାମ ବ୍ରାଉନସୁଗାର ଜବତ କରିଛି। ଏଥିସହିତ ଧଳାଜହର ବେପାର କରୁଥିବା ଅଭିଯୋଗରେ ଖଣ୍ଡପଡ଼ା ବ୍ଲକ କଣ୍ଟିଲୋ ଛାମୁସାହିପାଟଣା ଗ୍ରାମର ହର ପ୍ରସାଦ ପୃଷ୍ଟିଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ଏସଟିଏଫ ଟିମ। ଭୁବନେଶ୍ୱରରୁ ଆସିଥିବା ଏହି ଟିମ୍ ଦୀର୍ଘଦିନ ଧରି ବ୍ରାଉନସୁଗାର ବେପାର ଉପରେ କଡ଼ା ନଜର ରଖିଥିଲା। ତେବେ କୌଣସି ସୂତ୍ରରୁ ଖବର ପାଇ ଗତକାଲି ସନ୍ଧ୍ୟାରେ ମା ନାରାୟଣୀ ପୀଠରେ ଚଢ଼ାଉ ପରେ ମାଫିଆକୁ ମାଡ଼ିବସିଥିଲା ଏସଟିଏଫ ଟିମ୍।

Share Now:

Kalinga News Beuro

Next Post

ଆୟ ବହିର୍ଭୂତ ସଂପତ୍ତି ଠାବ : ଆରଡବ୍ଲୁଏସଏସ ଅଧୀକ୍ଷଣ ଯନ୍ତ୍ରୀଙ୍କୁ ଗିରଫ କଲା ଭିଜିଲାନ୍ସ

Mon Jan 9 , 2023
ଭୁବନେଶ୍ୱର: ଆରଡବ୍ଲୁଏସଏସ ଅଧୀକ୍ଷଣ ଯନ୍ତ୍ରୀ ବିଜୟାନନ୍ଦ ସାହୁ ଗିରଫ ହୋଇଥିବାର ସୂଚନା ମିଳିଛି। ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ତାଙ୍କୁ ଭିଜିଲାନ୍ସ, ଗିରଫ କରିଛି। ବିଜୟାନନ୍ଦଙ୍କର ୩ କୋଟି ୧୩ ଲକ୍ଷ ୭୬ ହଜାର ୭୮୯ ଟଙ୍କାର ଆୟ ବହିର୍ଭୂତ ସଂପତ୍ତି ଠାବ ହେବା ପରେ ଭିଜିଲାନ୍ସ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।ସୂଚନାଯୋଗ୍ୟ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗର ଭୁବନେଶ୍ୱର ଆରଡବ୍ଲୁଏସଏସ ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀ […]
ଆରଡବ୍ଲୁଏସଏସ ଅଧୀକ୍ଷଣ ଯନ୍ତ୍ରୀ ଗିରଫ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial