ଯୁକ୍ତ ଦୁଇ ଛାତ୍ରୀଙ୍କ ଗଳା କାଟିଲା ଯୁବକ : ଅଭିଯୁକ୍ତକୁ କାବୁ କରି ପୁଲିସରେ ଜିମା ଦେଲେ ଲୋକେ

ଯୁକ୍ତ ଦୁଇ ଛାତ୍ରୀଙ୍କ ଗଳା କାଟିଲା ଯୁବକ

ରାୟଗଡ଼ା: ପରୀକ୍ଷା ଦେଇ ଘରକୁ ଫେରୁଥିବା ବେଳେ ଜଣେ ଯୁକ୍ତ ଦୁଇ ଦ୍ଵିତୀୟ ବର୍ଷର ଛାତ୍ରୀଙ୍କୁ ଆକ୍ରମଣ ହୋଇଛି। ଛୁରାମାଡ଼ର ଶିକାର ହୋଇଥିବା ଛାତ୍ରୀଙ୍କ ଅବସ୍ଥା ଗୁରୁତର ହୋଇଛି। ରାୟଗଡ଼ା ଜିଲ୍ଲା ଗୁଣୁପୁର ଅଞ୍ଚଳରେ ଆଜି ଅପରାହ୍ନରେ ଏହି ଅଭାବନୀୟ ଘଟଣା ଘଟିଛି। ତେବେ ପୀଡିତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁସାରେ ରାୟଗଡ଼ା ଜିଲ୍ଲା ଗୁମୁଡ଼ାସ୍ଥିତ ଦ୍ରୌପଦୀ ବିଦ୍ୟାପୀଠରୁ ଯୁକ୍ତ ଦୁଇ ପରୀକ୍ଷା ଦେଇ ବିଷମକଟକ ଅଞ୍ଚଳର ଛାତ୍ରୀ ଜଣକ ଘରକୁ ଫେରୁଥିଲେ। ତାଙ୍କୁ ଜଣେ ଯୁବକ ଟାର୍ଗେଟ କରି ପୂର୍ବରୁ ପ୍ରସ୍ତୁତ ଥିଲା। ଛାତ୍ରୀକୁ ଦେଖିଲା ମାତ୍ରେ ଯୁବକ ଏକ ଛୁରୀରେ ଅତର୍କିତ ଭାବେ ଆକ୍ରମଣ କରିଥିଲା। ଛାତ୍ରୀଙ୍କ ଘର ବିଷମକଟକ ବୋଲି ଜଣାଯାଇଛି। ସ୍ଥାନୀୟ ଲୋକେ ଉକ୍ତ ଅଭିଯୁକ୍ତକୁ କାବୁକରି ପୁଲିସର ଜିମା ଦେଇଛନ୍ତି। ରିପୋର୍ଟ ଲେଖାଯିବା ବେଳକୁ ଛାତ୍ରୀଙ୍କ ଅବସ୍ଥା ଗୁରୁତର ରହିଛି। ଏକତରଫା ପ୍ରେମକୁ କେନ୍ଦ୍ର କରି ଏହି ଅପ୍ରୀତିକର ଘଟଣା ଘଟିଥିବା ନେଇ ସନ୍ଦେହ କରାଯାଉଛି।

Share Now:

Kalinga News Beuro

Next Post

ପରଲୋକରେ ​ଓଲିଉଡ଼ ଅଭିନେତା ପିଣ୍ଟୁ ନନ୍ଦ : ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଗଭୀର ଶୋକ

Thu Mar 2 , 2023
କଟକ : ଲୋକପ୍ରିୟ ଅଭିନେତା ପିଣ୍ଟୁ ନନ୍ଦଙ୍କର ବୁଧବାର ରାତିରେ ହାଇଦ୍ରାବାଦର ଯଶୋଦା ହସ୍ପିଟାଲରେ ପରଲୋକ ଘଟିଛି। ତାଙ୍କୁ ମାତ୍ର ୪୫ ବର୍ଷ ହୋଇଥିଲା। ରାତି ପ୍ରାୟ ୧୧ଟା ୨୫ ସମୟରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସେ ଲିଭର ସିରୋସିସ୍‌ରେ ଆକ୍ରାନ୍ତ ହୋଇଥିବା ବେଳେ ତାଙ୍କର ଲିଭର ନଷ୍ଟ ହୋଇଯାଇଥିବା କୁହାଯାଇଥିଲା। ଲିଭର ପ୍ରତିରୋପଣ ଆଶାରେ ତାଙ୍କୁ ହାଇଦ୍ରାବାଦ ନିଆଯାଇଥିଲା। କିନ୍ତୁ ଏଥିପାଇଁ ୫୦ ଲକ୍ଷ ଟଙ୍କା […]
ପରଲୋକରେ ​ଅଭିନେତା ପିଣ୍ଟୁ ନନ୍ଦ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial