ମୁଦ୍ରଣଜନିତ ତ୍ରୁଟି, ଚିନ୍ତା କରିବାର କିଛି ନାହିଁ: ବୋର୍ଡ ସଭାପତି

ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ରରେ ତ୍ରୁଟି

କଟକ: ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ରରେ ତ୍ରୁଟିକୁ ସ୍ୱୀକାର କରିଛି ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ)। ମୁଦ୍ରଣଜନିତ ତ୍ରୁଟି ହୋଇଥିବା କହିଛନ୍ତି ବୋର୍ଡ ସଭାପତି ରାମାଶିଷ ହାଜରା। ଏନେଇ ବୋର୍ଡ ସଭାପତି ରାମାଶିଷ ହାଜରା କହିଛନ୍ତି, କିଛି ସେଣ୍ଟରରେ ପ୍ରଶ୍ନପତ୍ରରେ ମୁଦ୍ରଣଜନିତ ତ୍ରୁଟି ହୋଇଥିବାର ଅଭିଯୋଗ ଆସିଛି। ଅଳ୍ପ ଛାତ୍ରଛାତ୍ରୀ ଏଭଳି ପ୍ରଶ୍ନପତ୍ର ପାଇଥିଲେ। ଇତିହାସ ଓ ଭୂଗୋଳ ପ୍ରଶ୍ନ ପତ୍ରରେ ଏଭଳି ମୁଦ୍ରଣଜନିତ ତ୍ରୁଟି ହୋଇଛି। ଏଥିଲାଗି ଛାତ୍ରଛାତ୍ରୀ ବା ଅଭିଭାବକମାନେ ଚିନ୍ତିତ ହୁଅନ୍ତୁ ନାହିଁ, ଆଉଥରେ ପରୀକ୍ଷା କରାଯିବାର ଆବଶ୍ୟକତା ନାହିଁ। ମୂଲ୍ୟାୟନ ସମୟରେ ପରୀକ୍ଷାର୍ଥୀମାନଙ୍କ ସ୍ବାର୍ଥକୁ ଅଗ୍ରାଧିକାର ଦିଆଯିବ। ବହୁତ କମ୍ ପରୀକ୍ଷାର୍ଥୀଙ୍କ କ୍ଷେତ୍ରରେ ଘଟିଛି। କଣ ପାଇଁ ତ୍ରୁଟି ହୋଇଛି, ଏହା ଉପରେ ତଦନ୍ତ କରାଯିବ। ଏଭଳି ତ୍ରୁଟି ପୁନର୍ବାର ହେବ ନାହିଁ ବୋଲି ଜୋର ଦେଇ କହିଛନ୍ତି ବୋର୍ଡ ସଭାପତି ରାମଶିଷ ହାଜରା। ସୂଚନା ମୁତାବକ, ଆଜିର ପ୍ରଶ୍ନପତ୍ରର ବି ସେଟ ଭିତରେ ଏ ସେଟ ପ୍ରଶ୍ନପତ୍ର ପ୍ରିଣ୍ଟ ହୋଇଥିଲା। ଏହାକୁ ନେଇ ଛାତ୍ରଛାତ୍ରୀଙ୍କ ମନରେ ଆଶଙ୍କା ଦେଖା ଦେଇଥିଲା।

Share Now:

Kalinga News Beuro

Next Post

ଆଉ ଏକ ଅବହେଳିତ ଐତିହାସିକ ବୌଦ୍ଧପୀଠ କୁରୁମ

Sat Mar 18 , 2023
କୋଣାର୍କ: କୋଣାର୍କର ଅନତି ଦୂରରେ ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ ଅଧୀନରେ ଥିବା ଏକ ଐତିହାସିକ ବୌଦ୍ଧପୀଠ ଅବହେଳିତ ଅବସ୍ଥାରେ ପଡ଼ିରହିଛି। ସୂଚନା ମୁତାବକ, କୋଣାର୍କ ସୂର୍ଯ୍ୟମନ୍ଦିରଠାରୁ ମାତ୍ର ୬ କିଲୋମିଟର ଦୂରରେ କୁରୁମ ଗ୍ରାମ ରହିଛି। ୭୦ ଦଶକରେ କୁରୁମ ଗ୍ରାମ ବିଦ୍ୟାଳୟର ଶିକ୍ଷକ ବ୍ରଜବନ୍ଧୁ ଦାଶ ବିଦ୍ୟାଳୟ ପରିସରରେ ଗଛ ଲଗାଇବାକୁ ଗାତ ଖୋଳିବା ସବୟରେ ଏହି ସ୍ଥାନରୁ ଖପରା, ପୁରୁଣା ଇଟା ଭଳି ସମାଗ୍ରୀ ପାଇଥିଲେ। କ୍ରମେ […]
ଅବହେଳିତ ଐତିହାସିକ ବୌଦ୍ଧପୀଠ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial