କ୍ଲାସ ରୁମ୍‌କୁ ନିଷେଧ

ଭୁବନେଶ୍ୱର : କ୍ୟାମ୍ପସରେ ସମ୍ପୂର୍ଣ୍ଣ ଭାବେ ମୋବାଇଲ୍ ଫୋନ୍ ବ୍ୟାନ ଯୋଜନାକୁ ବଦଳାଇବ ଉଚ୍ଚଶିକ୍ଷା ବିଭାଗ। ଏଣିକି କ୍ୟାମ୍ପସ୍ ନୁହେଁ କେବଳ କ୍ଲାସ ରୁମରେ ମୋବାଇଲ ବ୍ୟବହାର ଉପରେ ଲାଗିବ କଟକଣା। ଏହି ନିୟମ ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀଙ୍କ କ୍ଷେତ୍ରରେ ଲାଗୁ ହେବ। ପୂର୍ବରୁ କ୍ୟାମ୍ପସରେ ଛାତ୍ରଛାତ୍ରୀଙ୍କ ମୋବାଇଲ୍ କଟକଣା ନେଇ ବିଭାଗ ଯୋଜନା କରିଥିଲା। କ୍ୟାମ୍ପସରେ ମୋବାଇଲ୍ ବ୍ୟବହାର ଶୈକ୍ଷିକ ବାତାବରଣରେ ବାଧା ସୃଷ୍ଟି କରୁଥିବା ଦର୍ଶାଇ ଏହାକୁ ବନ୍ଦ କରିବାକୁ ଯୋଜନା କରାଯାଇଥିଲା। ମାତ୍ର ଏହାକୁ ନେଇ ଛାତ୍ରଛାତ୍ରୀ ମହଲରେ ଅସନ୍ତୋଷ ଦେଖା ଦେଇଥିଲା। ଏବେ ଏହି ନିୟମକୁ ବଦଳା ଯାଇଛି। କ୍ୟାମ୍ପସ ନୁହେଁ, କେବଳ କ୍ଲାସ ରୁମ୍‌ରେ ମୋବାଇଲ୍ କଟକଣା ଲାଗୁ ହେବ। ଉଚ୍ଚ ଶିକ୍ଷା ବିଭାଗର ଏହି ନିଷ୍ପତ୍ତିକୁ ଛାତ୍ରଛାତ୍ରୀମାନେ ସ୍ୱାଗତ କରିଛନ୍ତି।

Share Now:

Kalinga News Beuro

Leave a Reply

Next Post

ଭଗତ ସିଂହକୁ ସହିଦ ମାନ୍ୟତା ଆବେଦନ ହାଇକୋର୍ଟରେ ଖାରଜ୍‌

Wed Dec 20 , 2017
ନୂଆଦିଲ୍ଲୀ: ସ୍ୱାଧିନତା ସଂଗ୍ରାମୀ ଭଗତ ସିଂହ, ସୁଖଦେବ ଓ ରାଜଗୁରୁଙ୍କୁ ସହିଦ ମାନ୍ୟତା ନେଇ ଆବେଦନ ହୋଇଥିବା ଏକ ଜନସ୍ୱାର୍ଥ୍ୟ ମାମଲା କୋର୍ଟରେ ଖାରଜ ହୋଇଯାଇଛି। ଦିଲ୍ଲୀ ହାଇକୋର୍ଟରେ ଏହି ମାମଲା ଖାରଜ୍‌ ହୋଇଯାଇଛି। ମାମଲାର ଶୁଣାଣି ବେଳେ ସମ୍ପୃକ୍ତ ଆବେଦନକାରୀଙ୍କୁ କୋର୍ଟ ପ୍ରଶ୍ନ କରିଥିଲେ। କହିଥିଲେ ଆଇନର ବିଧିବ୍ୟବସ୍ଥାରେ ସେମିତି କିଛି ପ୍ରାବଧାନ ରହିଛି କି ଯେଉଁଥିରେ ସହିଦର ସ୍ୱିକୃତୀ ଦିଆଯାଇପାରିବ। ଅର୍ଥାତ ସମ୍ବିଧାନର କେଉଁ ନୀତିନିୟମ ଅଧାରରେ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial