ଓଲଟିଲା ବିଏସ୍‌ଏଫ ଭ୍ୟାନ୍‌ : ୧୫ ଯବାନ ଆହତ, ୪ ଗୁରୁତର

କୋରାପୁଟ : କମ୍ବିଂ ସାରି ଫେରୁଥିବା ବେଳେ ଓଲଟି ପଡିଲା ବିଏସଏଫ ଭ୍ୟାନ। ଆଜି କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ନିକଟ ବନ୍ଦିକାରଠାରେ ଘଟିଥିବା ଏହି ଦୁର୍ଘଟଣାରେ ୧୫ଜଣ ଯବାନ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବିଶାଖାପାଟଣାକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟମାନଙ୍କୁ କୋରାପୁଟ ମେଡିକାଲ କଲେଜରେ ଚିକିତ୍ସା କରାଯାଇଛି।

ଲକ୍ଷ୍ମୀପୁରରେ ଥିବା ବିଏସଏଫ ୧୯୫ ବାଟାଲିୟନର ଯବାନମାନେ କମ୍ବିଂ ଅପରେସନରେ ଯାଇଥିଲେ। ସେମାନେ କୋରାପୁଟ-ରାୟଗଡା ସୀମାନ୍ତରେ କମ୍ବିଂ ସାରି ଆଜି ସକାଳେ ଭ୍ୟାନ୍‌ରେ ଲକ୍ଷ୍ମୀପୁର ଫେରୁଥିଲେ। ଏହି ଫେରିବା ସମୟରେ ଲକ୍ଷ୍ମୀପୁରଠାରୁ ପ୍ରାୟ ୫ କିମି ପୂର୍ବରୁ ବନ୍ଦିକାର ଗଡାଣିଆର ସିରିଂପାଇ ଝୋଲାରେ ଥିବା ଏକ ପୋଲ ତଳକୁ ଭ୍ୟାନ୍‌ଟି ଖସିି ପଡିଥିଲା। ପ୍ରାୟ ୪୦ଫୁଟ ତଳକୁ ଭ୍ୟାନଟି ଗଡି ଯିବାରୁ ଏଥିରେ ଥିବା ଯବାନମାନେ ଆହତ ହୋଇଥିଲେ।

Share Now:

Kalinga News Beuro

Leave a Reply

Next Post

ବାରବାଟୀରେ ଲଙ୍କା ପରାସ୍ତ - ୯୩ ରନ୍‌ରେ ଜିତିଲା ଭାରତ

Thu Dec 21 , 2017
କଟକ : ବାରବାଟୀରେ ଭାରତୀୟ କ୍ରିକେଟ୍‌ ଦଳ ଶ୍ରୀଲଙ୍କାକୁୁ ଧୂଳି ଚଟାଇ ଟେ୍ଵଣ୍ଟି-୨୦ରେ ସର୍ବବୃହତ ବିଜୟ ହାସଲ କରିଛି। ସିରିଜର ପ୍ରଥମ ମ୍ୟାଚ୍‌ରେ ଭାରତର ୧୮୦ ରନ୍‌ର ଜବାବରେ ଶ୍ରୀଲଙ୍କା ମାତ୍ର ୮୭ ରନ୍‌ରେ ସମସ୍ତ ଓ୍ଵିକେଟ୍‌ ହରାଇ ୯୩ ରନରେ ପରାସ୍ତ ହୋଇଛି। ଟେ୍ଵଣ୍ଟି-୨୦ରେ ରନ୍‌ ବ୍ୟବଧାନରେ ଏହା ଭାରତର ସର୍ବବୃହତ ବିଜୟ। ଭାରତକୁ ଏହି ବିଜୟ ଦେବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ଯୁବ ସ୍ପିନର ୟୁଜବେନ୍ଦ୍ର […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial