ବିଶ୍ୱ ହକର ଦିବସ ପାଳିଲା ‘ଭୁବନେଶ୍ୱର ଖବରକାଗଜ ବିତରକ ସମନ୍ୱୟ ସଂଘ’

ବିଶ୍ବ ହକର ଦିବସ

ଭୁବନେଶ୍ୱର: ବିଶ୍ୱ ହକର୍‌ ଦିବସ ଅବସରରେ ଭୁବନେଶ୍ୱରରେ ଥିବା ସମସ୍ତ ଖବରକାଗଜ ବିତରକ ଆସୋସିଏସନ୍‌ର ମିଳିତ ସହଯୋଗରେ ଏକ ସମନ୍ୱୟ କମିଟି ଗଠିତ ହୋଇଯାଇଛି। ଏହାର ମୂଳ ଲକ୍ଷ୍ୟ, ସହରର ସମସ୍ତ ବିତରକମାନଙ୍କ ସାମାଜିକ ସୁରକ୍ଷା, ଆର୍ଥିକ ଉନ୍ନତି ଏବଂ ସମାଜରେ ଖବରକାଗଜ ବିତରକମାନେ ସମ୍ମାନର ସହ ବଞ୍ଚିବାର ହକ୍‌ ପାଇଁ ସବୁ ସ୍ତରରେ ଉଦ୍ୟମ ଜାରି ରଖିବା। ଏହାସହ ଉକ୍ତ ସଂଗଠନର ନୂଆ କରି ନିର୍ବାଚିତ ହୋଇଥିବା ସମସ୍ତ କର୍ମକର୍ତ୍ତା ଆଗାମୀ ଦିନରେ ‘ଭୁବନେଶ୍ୱର ଖବରକାଗଜ ବିତରକ ସମନ୍ୱୟ ସଂଘ’ ପାଇଁ ଓ ସମସ୍ତ ହକର ଭାଇମାନଙ୍କ ପାଇଁ ସଂଗ୍ରାମ ଜାରି ରଖିବେ ବୋଲି ନିଜ ବକ୍ତବ୍ୟରେ କହିଥିଲେ।
ଏହି ସଂଗଠନର କାର୍ଯ୍ୟକର୍ତ୍ତା ତଥା ସଭାପତି ଅଭୟ ଯୋଗାଣିଆ, ଉପସଭାପତି ସମ୍ପଦ ସାହୁ, ସମ୍ପାଦକ କମଳାକାନ୍ତ ଖାମୁରାଇ, ସହ ସମ୍ପାଦକ ଗୋବର୍ଦ୍ଧନ ପାଳ, କୋଷାଧ୍ୟକ୍ଷ ରବୀନ୍ଦ୍ର ଜେନା, ସହ କୋଷାଧ୍ୟକ୍ଷ ରାଜେନ୍ଦ୍ର ପାତ୍ର, ଉପଦେଷ୍ଟା ଅରୁଣ ଦେ’ ଓ କାର୍ଯ୍ୟକାରୀ ସଭ୍ୟ ପ୍ରଦୀପ୍ତ ବେହେରା, ସୁଶାନ୍ତ ରାଉତ, ଭାସ୍କର ସାହୁ, ସୁରେଶ ପାତ୍ର, ଅଜିତ୍‌ ସାହୁ, ରବୀନ୍ଦ୍ର ସାହୁ, ମାୟାଧର ପୋହି, ଦିବାକର ସାହୁ, ସନ୍ତୋଷ ପଣ୍ଡା, ଅରୁଣ ପ୍ରଧାନ, ଦିଲ୍ଲୀପ ଜେନା, ନିମାଇଁ ଚରଣ ତ୍ରିପାଠୀ, ନୀଳମଣି ସାହୁ, ପି. ସତ୍ୟନାରାୟଣ, ପ୍ରହଲ୍ଲାଦ ଜେନା, ସୁଶାନ୍ତ ନାୟକ, ସୁବାସ ଚନ୍ଦ୍ର ପଣ୍ଡା ଓ କୃଷ୍ଣଚନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

Share Now:

Kalinga News Beuro

Next Post

ଭାରତର ବିକାଶ ମାଧ୍ୟମରେ ନୂଆ ସଂସଦ ବିଶ୍ୱ ବିକାଶର ନେତୃତ୍ୱ ନେବ: ପ୍ରଧାନମନ୍ତ୍ରୀ

Sun May 28 , 2023
ନୂଆଦିଲ୍ଲୀ: ଭାରତ ଅଗ୍ରସର ହେଲେ, ବିଶ୍ୱ ଅଗ୍ରସର ହୁଏ। ଭାରତର ବିକାଶ ମାଧ୍ୟମରେ ଏହି ନୂଆ ସଂସଦ ବିଶ୍ୱ ବିକାଶର ନେତୃତ୍ବ ନେବ ବୋଲି ଆଜି ନୂଆ ସଂସଦ ଭବନରେ ଦେଇଥିବା ପ୍ରଥମ ଉଦ୍‌ବୋଧନରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି। ପ୍ରତ୍ୟେକ ଦେଶର ବିକାଶ ଯାତ୍ରାରେ ଏମିତି କେତେକ ମୁହୂର୍ତ୍ତ ଆସେ ଯାହା ଚିରସ୍ଥାୟୀ ହୋଇଯାଏ। ୨୮ ମେ ହେଉଛି ସେମତି ଏକ ମୁହୂର୍ତ୍ତ ବୋଲି ଆଜି ସଂସଦର ଲୋକସଭା କକ୍ଷରେ […]
ନୂଆ ସଂସଦ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial