ପୁଣି ଡ୍ରେନ୍‌ ହେଲା କାଳ, ମିଳିବ ୪ ଲକ୍ଷ ଟଙ୍କା ସହାୟତା

ଭୁବନେଶ୍ୱର:ଡ୍ରେନ୍‌ କଡ଼ରେ ଘର ନିର୍ମାଣ କରିବା ମହଙ୍ଗା ପଡ଼ିଲା। ୟୁନିଟ୍‌-୭ରେ ଥିବା ମୁଖ୍ୟ ଡ୍ରେନ୍‌ରେ ପଡ଼ି ହରିହର ପଟ୍ଟନାୟକ ନାମକ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହେବା ପରେ ଏବେ ମୁକୁଳା ଡ୍ରେନ୍‌କୁ ନେଇ ପୁଣି ବିବାଦ ଉପୁଜିଛି। ମିଳିଥିବା ସୂଚନା ଅନୁଯାୟୀ, ମଙ୍ଗଳା ବସ୍ତି ନିକଟରେ ପୂର୍ତ୍ତ ବିଭାଗର ଏକ ଡ୍ରେନ୍‌ ନିର୍ମାଣ କରାଯାଇଛି। ଏହି ଡ୍ରେନ୍‌ର ଏବେ ନିର୍ମାଣ କାର୍ଯ୍ୟ ଚାଲିଥିବାରୁ ଏହା ଉପରେ ପଡ଼ିଥିବା ସ୍ଲାବ୍‌ଟିକୁ କାଢ଼ି ଦିଆଯାଇଛି। ହରିହର ଘରକୁ ଯିବାବେଳେ ଅସାବଧାନତା ଯୋଗୁଁ ପୂର୍ତ୍ତ ବିଭାଗର ଡ୍ରେନ୍‌ରେ ପଡ଼ିଯାଇଥିଲେ। ଏହା ନିକଟରେ ମୁଖ୍ୟ ଡ୍ରେନ୍‌-୭କୁ ସଂଯୋଗ କରି ଏକ କଲଭର୍ଟ ଥିବାବେଳେ ହରିହର ସେଥିରେ ଫସି ଯାଇଥିଲେ। ମୁଖ୍ୟ ଡ୍ରେନ୍‌ରେ ଅଧିକ ପାଣି ଥିବାରୁ ଏବଂ ସୁଅ ଜୋର୍‌ରେ ହେଉଥିବାରୁ ହରିହର ଡ୍ରେନ୍‌ରୁ ବାହାରି ପାରି ନଥିଲେ। ଯାହା ତାଙ୍କ ପାଇଁ କାଳ ହେଲା। ପ୍ରାୟ ୪୦୦ମିଟର ଡ୍ରେନ୍‌ରେ ଭାସି ଯିବା ପରେ ତ୍ରିନାଥ ମନ୍ଦିର ନିକଟରେ ଲାଗିଥିଲେ। ଅଗ୍ନିଶମ ବିଭାଗର କର୍ମଚାରୀମାନେ ତାଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲ ନେଇଥିଲେ। ମାତ୍ର ତାଙ୍କୁ ବଞ୍ଚାଇ ପାରିନଥିଲେ।

ଏହି ଘଟଣାକୁ ନେଇ ଆଜି ବିଜେପି ପକ୍ଷରୁ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଦାବିରେ ଧାରଣା ଦିଆଯାଇଥିଲା। ଏହାପରେ ଏଡିିଏମ୍‌ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାଇବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ହରିହରଙ୍କ ପରିବାରକୁ ତୁରନ୍ତ ୧୦ ହଜାର ଟଙ୍କା ଦେବା ସହିତ ତାଙ୍କ ୨ ପିଲାଙ୍କର ପଢ଼ାଖର୍ଚ ଜିଲ୍ଲା ପ୍ରଶାସନ ବହନ କରିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ। ସ୍ୱତନ୍ତ୍ର ରିଲିଫ୍‌ କମିସନର୍‌ଙ୍କ ପକ୍ଷରୁ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ସହାୟତା ଦିଆଯିବ ବୋଲି ଘୋଷଣା ହୋଇଛି।

Share Now:

Kalinga News Beuro

Leave a Reply

Next Post

ବରମୁଣ୍ଡାର ଦୁଃଖ:୮ ନମ୍ବର ଡ୍ରେନ୍‌

Tue Aug 14 , 2018
ଖଣ୍ଡଗିରି: ଭୁବନେଶ୍ୱର ମହାନଗର ନିଗମର ଡ୍ରେନ୍‌ ନମ୍ବର ୮ ବରମୁଣ୍ଡା ଅଞ୍ଚଳ ପାଇଁ ଦୁଃଖର କାରଣ ପାଲଟିଛି। ଏହି ଡ୍ରେନ୍‌କୁ କିଛି ପ୍ରଭାବଶାଳୀ ବ୍ୟକ୍ତି ଜବରଦଖଲ କରିଥିବାରୁ ଡ୍ରେନ୍‌ ପାଣି ସ୍ଥାନୀୟ ଲୋକଙ୍କ ଘରେ ପଶିବା ସହ ରାସ୍ତା ଉପରେ ଲହଡ଼ି ମାରୁଛି। ଫଳରେ ସ୍ଥାନୀୟ ଅଞ୍ଚଳରେ ବହୁ ଲୋକଙ୍କ ଜୀବନଯାପନ ପ୍ରକ୍ରିୟା ବିପର୍ଯ୍ୟସ୍ତ ହୋଇପଡ଼ୁଛି। ବର୍ତ୍ତମାନ ଭୁବନେଶ୍ୱର ମହାନଗର ନିଗମ ରାଜଧାନୀର ବହୁ ଡ୍ରେନ୍‌କୁ ଜବରଦଖଲମୁକ୍ତ କରୁଛି, ଅଥଚ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial