ଚନ୍ଦ୍ରଯାନ-୨ ଦୁଇ ବର୍ଷ ପର୍ଯ୍ୟନ୍ତ କକ୍ଷପଥରେ ଘୂରିବ

ନୂଆଦିଲ୍ଲୀ: ଚନ୍ଦ୍ରଯାନ-୨ ଏବେ ଚନ୍ଦ୍ରରେ ପଦାର୍ପଣ କରିବା ଦିଗରେ ବଢ଼ି ଚାଲିଛି। ଅନ୍ୟପକ୍ଷରେ ଚନ୍ଦ୍ରଯାନ-୨କୁ ନେଇ ଭାରତୀୟ ମହକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ପାଇଁ ଏକ ଭଲ ଖବର ଆସିଛି। ପୂର୍ବରୁ ଚନ୍ଦ୍ରଯାନ-୨ ଅର୍ବିଟରର ଆୟୁଷ ମାତ୍ର ୧ ବର୍ଷ ବୋଲି କୁହାଯାଇଥିବା ବେଳେ ଏବେ ଏହାକୁ ଦୁଇ ବର୍ଷ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇ ପାରିବ ବୋଲି ଜଣାପଡ଼ିଛି। ଚନ୍ଦ୍ରର ଦକ୍ଷିଣ ପାର୍ଶ୍ବରେ ଅବତରଣ କରିବା ଲକ୍ଷ୍ୟରେ ଚନ୍ଦ୍ରଯାନ-୨ ଗତ ୨୨ ତାରିଖ ଦିନ ଉତ୍‌କ୍ଷେପଣ ହୋଇଛି। ଏବେ ଚନ୍ଦ୍ରଯାନ-୨ ଦୁଇ ବର୍ଷ ପର୍ଯ୍ୟନ୍ତ କକ୍ଷ ପଥରେ ଘୂରି ବୁଲିବାକୁ ସମର୍ଥ ବୋଲି ଇସ୍ରୋ ସୂତ୍ରରୁ ଜଣାପଡ଼ିଛି। ଚନ୍ଦ୍ରଯାନ ୨ରେ ଏବେ ଯେତିକି ଇନ୍ଧନ ରହିଛି ତାହା ଦୁଇ ବର୍ଷ ପର୍ଯ୍ୟନ୍ତ ଏହାକୁ ସକ୍ରିୟ ରଖିବ। ଉତ୍‌କ୍ଷେପଣ ସମୟରେ ଏଥିରେ ୧୬୯୭ କିଲୋ ଇନ୍ଧନ ରହିଥିଲା। ଉତ୍‌କ୍ଷେପଣ ପରେ ୨୪ ଏବଂ ୨୬ ଜୁଲାଇରେ ଏହା ଦୁଇ ଥର ନିଜର ଅର୍ବିଟ୍‌କୁ ବଦଳାଇଥିଲା। ଏହି ପରିବର୍ତ୍ତନ ପାଇଁ ପୃଥକ ଭାବେ ଚନ୍ଦ୍ରଯାନ-୨ରେ ୧୩୦ କିଲୋ ଇନ୍ଧନ ରଖାଯାଇଥିଲା। ଶନିବାର ମିଳିଥିବା ରିପୋର୍ଟ ମୁତାବକ ଚନ୍ଦ୍ରଯାନ ୨ରେ ୧୫୦୦ କିଲୋରୁ ଅଧିକ ଇନ୍ଧନ ରହିଥିଲା। ଅର୍ବିଟର ଏହି ଇନ୍ଧନର ବ୍ୟବହାର କରି ଚନ୍ଦ୍ରର କକ୍ଷପଥରେ ଘୂରି ବୁଲିବ। ଇସ୍ରୋ ବୈଜ୍ଞାନିକମାନେ କହିଛନ୍ତି ଯେ ଏବେ ଚନ୍ଦ୍ରଯାନ ୨ରେ ଯେତିକି ଇନ୍ଧନ ରହିଛି ତାହା ଏହାକୁ ୨ ବର୍ଷ ପର୍ଯ୍ୟନ୍ତ ସକ୍ରିୟ ରଖିପାରିବ।

Share Now:

Kalinga News Beuro

Leave a Reply

Next Post

ଫ୍ଲାଏ ଓଭରରେ ହେଲ୍‌ମେଟ୍‌ ବାଧ୍ୟତାମୂଳକ ପ୍ରସଙ୍ଗ : ମାତି‌ଲେ ପରେ ଭୁଲିଗଲେ

Mon Jul 29 , 2019
ବିଭାଗୀୟ ତାଳମେଳ ଅଭାବରୁ ସଫଳ ହେଉନି ଭୁବନେଶ୍ୱର : ‘ବାଇକ୍‌ ଚାଳକଙ୍କ ପାଇଁ ହେଲମେଟ୍‌ ବାଧ୍ୟତାମୂଳକ’ ନେଇ ବିଭିନ୍ନ ସମୟରେ ଜାରି ହୋଇଥିବା ନିର୍ଦ୍ଦେଶାବଳୀ ମଧ୍ୟରୁ କୌଣସି ଗୋଟିଏ ବି ଅଧିକ ଦିନ ପର୍ଯ୍ୟନ୍ତ ବଳବତ୍ତର ହୋଇ ରହିପାରିନାହିଁ। ‘ନୋ ହେଲମେଟ୍‌ ନୋ ପେଟ୍ରୋଲ’ ହେଉ କିମ୍ବା ‘ଡବଲ୍‌ ହେଲମେଟ୍‌’ ଲାଗୁ କରିବା ପ୍ରସଙ୍ଗ‌ କିମ୍ବା ‘ଫ୍ଲାଏଓଭର୍‌ରେ ହେଲମେଟ୍‌ ବାଧ୍ୟତାମୂଳକ’; ସବୁ ଫସର ଫାଟିଛି। ନିୟମାବଳୀ ଲାଗୁ ହେବା ପରେ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial