ସେପ୍ଟେମ୍ବର ୨ରୁ ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନ

ଭୁବନେଶ୍ୱର: ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ସଭ୍ୟ ସଂଗ୍ରହ ଅଭିଯାନ ଆଗାମୀ ସେପ୍ଟେଟର ୨ ତାରିଖରୁ ଆରମ୍ଭ ହେବ। ରାଜ୍ୟବ୍ୟାପୀ ସଭ୍ୟ ସଂଗ୍ରହ ଅଭିଯାନ ପାଇଁ ବିଜେଡି ଏକ ରାଜ୍ୟସ୍ତରୀୟ କମିଟି ଗଠନ କରିଛି। ଏହି କମିଟି ଦଳର ସଭ୍ୟ ସଂଗ୍ରହ ଅଭିଯାନ ଉପରେ ନଜର ରଖିବ। କମିଟିର ଦାୟିତ୍ୱ ୭ ଜଣଙ୍କୁ ଦିଆଯାଇଛି। ସଭ୍ୟ ସଂଗ୍ରହ ଅଭିଯାନ ପାଇଁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ରାଜ୍ୟସ୍ତରୀୟ କମିଟି ଗଠନ କରିଛନ୍ତି। କମିଟିରେ ଆବାହକ ଭାବେ ଦଳର ଉପସଭାପତି ତଥା ବିଧାୟକ ଦେବୀପ୍ରସାଦ ମିଶ୍ର ଓ ସଭ୍ୟ ଭାବେ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ବିଧାୟିକା ପ୍ରମିଳା ମଲ୍ଲିକ, ପୂର୍ବତନ ବିଧାୟକ ସଞ୍ଜୟ ଦାସବର୍ମା, ବିଧାୟକ ପ୍ରତାପ କେଶରୀ ଦେବ, ଡ. ପ୍ରଦୀପ ପାଣିଗ୍ରାହୀ ଓ ପ୍ରଣବ ପ୍ରକାଶ ଦାସ କାର୍ଯ୍ୟ କରିବେ।

Share Now:

Kalinga News Beuro

Leave a Reply

Next Post

ଡାକ୍ତରଖାନାରେ ରୋଗୀ ଖାଦ୍ୟ କେଲେଙ୍କାରୀ : ଦିନକୁ ୧୦୦ ମିଲ୍‌ ଗାଏବ:ଏଡିଏମ୍‌ଓ କହିଲେ, ତଦନ୍ତ ହେବ

Mon Aug 26 , 2019
ସମ୍ବଲପୁର : ସମ୍ବଲପୁର ସଦର ଡାକ୍ତରଖାନାରୁ ଦୈନିକ ନୂଆ ଭାବରେ ଆସୁଥିବା ପ୍ରାୟ ୧୦୦ରୁ ୧୨୦ ରୋଗୀଙ୍କ ମିଲ୍‌ ଗାଏବ ହୋଇ ଯାଉଛି। ରୋଗୀ ସକାଳୁ କିମ୍ବା ସଂଧ୍ୟାରେ ଯେତେବେଳେ ମଧ୍ୟ ଭର୍ତ୍ତି ହୁଅନ୍ତୁ ସେମାନେ ସେମାନେ ସେହି ଦିନର ଖାଦ୍ୟ ପାଉନାହାନ୍ତି। ଅନେକ ରୋଗୀ ପରବର୍ତ୍ତୀ ଦିନ ମଧ୍ୟ ଖାଦ୍ୟରୁ ବଞ୍ଚିତ ହେଉଥିବା ନେଇ ସଦର ଡାକ୍ତରଖାନାର ବିଭିନ୍ନ ୱାର୍ଡରେ ଭର୍ତ୍ତି ରୋଗୀମାନେ ଅଭିଯୋଗ କରିଛନ୍ତି। ସମ୍ବଲପୁର ସଦର […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial