ନୀଳଗିରିରେ ଥମୁନି ଝାଡ଼ାବାନ୍ତି, ଜଣେ ମୃତ

ନୀଳଗିରି : ବାଲେଶ୍ୱର ଜିଲ୍ଲାର ନୀଳଗିରି ଅଞ୍ଚଳରେ ବିଭିନ୍ନ ଗାଁରେ ଝାଡ଼ାବାନ୍ତି ରୋଗ ଥମିବାର ନାଁ ଧରୁ ନ‌ଥିବାବେଳେ ଝାଡ଼ାବାନ୍ତିରେ ଜଣେ ମହିଳାର ମୃତ୍ୟୁ ଘଟିଛି। ଚଳିତ ବର୍ଷ ଝାଡ଼ାବାନ୍ତିରେ ନୀଳଗିରି ଓ ଔପଦା ଅଞ୍ଚଳର ୩ ଜଣଙ୍କର ମୃତ୍ୟୁ ଘଟିଛି। ହେଲେ ପ୍ରଶାସନ ଏହାକୁ ରୋକିବା ପାଇଁ ସଚେତନତା ସୃଷ୍ଟି କରିବା ସହ ଠୋସ୍‌ ପଦକ୍ଷେପ ନେଉନାହିଁ। ସୂଚନା ଅନୁସାରେ ନୀଳଗିରି ବ୍ଲକ ଅଧୀନ ଭଉଁରିଆବାଡ଼ ପଞ୍ଚାୟତର କାନ୍ତ୍ରସିମିଳିଆ ଗ୍ରାମର କିଷାନ ହେମ୍ବ୍ରମଙ୍କ ସ୍ତ୍ରୀ ଦେବୀ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ। ତାଙ୍କୁ ନୀଳଗିରି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ହୋଇଛି।

Share Now:

Kalinga News Beuro

Leave a Reply

Next Post

ବିଜେପିରେ କନ୍ଦଳ, କର୍ମୀଙ୍କୁ ମାଡ଼

Fri Aug 30 , 2019
ଭୁବନେଶ୍ୱର: ଭୁବନେଶ୍ୱରରେ ବିଜେପିର ଦୁଇ ଗୋଷ୍ଠୀଙ୍କ ମଧ୍ୟରେ କନ୍ଦଳ ଉଗ୍ରରୂପ ନେଇଛି। ଗୋଟିଏ ଗୋଷ୍ଠୀର ଆକ୍ରମଣରେ ବିଜେପି କର୍ମୀ ସୌମ୍ୟ ସାମଲ ଗୁରୁତର ହୋଇଛନ୍ତି। ତାଙ୍କୁ ପୁଲିସ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା କରାଇଛି। ସୌମ୍ୟ ଏନେଇ ଅଭିଯୋଗ କରିଥିଲେ ମଧ୍ୟ ମାମଲାର ଆପୋସ ସମାଧାନ ପ୍ରୟାସ ଚାଲିଥିବା ଜଣାପଡ଼ିଛି। ତେବେ ମାମଲା ଏୟାରପୋର୍ଟ ଥାନାକୁ ଯାଇଛି। ଅଭିଯୋଗ ହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏୟାରପୋର୍ଟ ଥାନା ଇନ୍‌ସ୍‌‌ପେକ୍ଟର […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial